କେରଳ ପର୍ଯ୍ୟଟନ ଶିଳ୍ପରେ ଛାଇଲା ମାନ୍ଦାବସ୍ଥା

ତିରୁଭାନନ୍ତପୁରମ୍‌,୧୮-୯: ନିକଟରେ କେରଳର ସର୍ବବୃହତ ପର୍ବ ଓଣମ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରେ ଆୟୋଜିତ ହୁଏ ନୌକା ଦୌଡ ପ୍ରତିଯୋଗିତା। ଏହାକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦିପନାର ସହିତ ପାରମ୍ପରିକ ଢ଼ଙ୍ଗରେ ପାଳନ କରାଯାଇଥାଏ। ଦେଶ ବିଦେଶରୁ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସନ୍ତି। କିନ୍ତୁ ଚଳିତବର୍ଷ କେରଳରେ ସବୁକିଛି ଯେମିତି ଫିକା ପଡିଯାଇଥିଲା। ଏଥର ନୌକାଗୁଡ଼ିକ ପାଣିରେ ଦୌଡୁ ନ ଥିଲେ। ବରଂ ନଦୀ କଡ଼ରେ ଛିଡା ହୋଇଥିବାର ଦେଖାଯାଇଥିଲା। ଯେକୌଣସି ବୋଟ୍‌ ମାଲିକଙ୍କୁ ପଚାରିଲେ ମାନ୍ଦାବସ୍ଥାକୁ ସମସ୍ତଙ୍କର ଗୋଟିଏ ମତ ‘ବ୍ୟବସାୟ ବୁଡିଯାଉଛି। ଲାଭ କମୁଛି ଏବଂ ପ୍ରତ୍ୟେକେ ଋଣରେ ବୁଡ଼ିଗଲେଣି।’ଚଳିତବର୍ଷ କେରଳ ପର୍ଯ୍ୟଟନ ଶିଳ୍ପରେ କିଭଳି ମାନ୍ଦାବସ୍ଥାର ମାଡ଼ ବାଜିଛି, ଏହା ହେଉଛି ତା’ର ସ୍ପଷ୍ଟ ଚିତ୍ର।
ଜଣେ ବୋଟ୍‌ ମାଲିକ ସୁବିନଙ୍କ ମତରେ ଦୁଇବର୍ଷ ପୂର୍ବେ କେରଳରେ ଦେଖା ଦେଇଥିବା ଭୟଙ୍କର ବନ୍ୟା ଯୋଗୁ ବୋଟ ଓ ପର୍ଯ୍ୟଟନ ଶିଳ୍ପ ସମ୍ପୂଣ୍ଣର୍ର୍ ଭାବେ ପ୍ରଭାବିତ ହୋଇଥିଲା। ମାସ ଭିତରେ ପୁଣିଥରେ ମୁଣ୍ଡଟେକି ଛିଡା ହେଲା ବେଳକୁ ସରକାର ଦେଶରେ ଜିଏସ୍‌ଟି ଲାଗୁ କରିଦେଲେ। ଫଳରେ ଡଙ୍ଗା ତିଆରି ଖର୍ଚ୍ଚ ବଢ଼ିଗଲା। ମାନ୍ଦାବସ୍ଥା କାରଣରୁ ଏବେ ନୂଆ ଡଙ୍ଗା ତିଆରି କରିବା ଲାଗି କାହା ନିକଟରେ ଅର୍ଥ ନାହିଁ। ବନ୍ୟା ପରେ ମାନ୍ଦାବସ୍ଥା କାରଣରୁ ପର୍ଯ୍ୟଟକ ଆଉ କେରଳ ମୁହା ହେଉନାହାନ୍ତି। ଏବେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଆୟ ନାହି କହିଲେ ଚଳେ। ଏହି କାରଣରୁ କର୍ମଚାରୀଙ୍କୁ ବାନ୍ଧି ରଖିବା ଡଙ୍ଗା ମାଲିକଙ୍କ ପକ୍ଷେ କଷ୍ଟକର ହୋଇପଡିଛି। ଦେଖିବାକୁ ଗଲେ କେରଳ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ମାନ୍ଦାବସ୍ଥା କାରଣରୁ ଏବେ ପ୍ରଭାବିତ ବୋଲି ସେ କହିଛନ୍ତି।
ଜଣେ ବୋଟ୍‌ ମାଲିକ ସୁବିନଙ୍କ ମତରେ ୫ ବର୍ଷ ପୂର୍ବେ ଗୋଟିଏ ହାଉସ ବୋଟ୍‌ ତିଆରି କରିବାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ଏଥିପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଲାଗୁଛି। ଘର, ଜମି ବନ୍ଧା ରଖି ସେ ଡଙ୍ଗା ତିଆରି କରିଛନ୍ତି। ମାନ୍ଦାବସ୍ଥା କାରଣରୁ ପର୍ଯ୍ୟଟକ ଆସୁ ନ ଥିବାରୁ ଋଣ ପରିଶୋଧ ନେଇ ସେ ଚିନ୍ତିତ ଥିବା କହିଛନ୍ତି।
ସେହିପରି ଆୟ କମିଯିବା କାରଣରୁ ଏବେ ହାଉସ ବୋଟ୍‌ ମାଲିକ ଷ୍ଟାଫ୍‌ଙ୍କୁ ମାସିକ ଦରମାରେ ନିଯୁକ୍ତି ଦେଇପାରୁନାହାନ୍ତି। ୧୦ବର୍ଷ ପୂର୍ବେ ହାଉସବୋଟ୍‌ରେ କାମ କରୁଥିବା ଅନୀଷ ମାସକୁ ୨୦ ହଜାର ଟଙ୍କା ଦରମା ପାଉଥିଲେ। ଏବେ ତାଙ୍କୁ ଦୈନିକ ୭୦୦ ଟଙ୍କା ମଜୁରୀରେ କାମ କରିବାକୁ ପଡ଼ୁଛି। ପୂର୍ବେ ଗୋଟିଏ ହାଉସ ବୋଟ୍‌ ନଦୀରେ ୨୨ଥର ଚକ୍କର ମାରୁଥିଲା। ଏବେ ମାସକୁ ୩/୪ଥର ଚକ୍କର ମାରିବା କଷ୍ଟକର ହୋଇପଡିଛି। ଅନୀଷଙ୍କ କହିବାନୁଯାୟୀ, ଗତ ୫ ଦିନ ହେବ ତାଙ୍କ ନିକଟରେ କୌଣସି କାମ ନାହିଁ। କାମ ପାଇବା ଲାଗି ଘର ଛାଡ଼ି ବାହାରକୁ ଯିବା ସ୍ଥିତିରେ ମଧ୍ୟ ସେ ନାହାନ୍ତି। ଏଭଳି ସ୍ଥିତିରେ ତାଙ୍କ ଉପରେ ଭାରି ଉପରେ ଋଣ ବୋଝ। ବାଧ୍ୟ ହୋଇ ସେ ତାଙ୍କ ସ୍ତ୍ରୀଙ୍କ ସୁନା ଗହଣା ବିକ୍ରି କରିଛନ୍ତି। ଇଂଲିଶ୍‌ ମିଡିୟମରେ ପଢ଼ୁଥିବା ପିଲାଙ୍କୁ ଏବେ ସେ ସରକାରୀ ସ୍କୁଲ୍‌ରେ ପଢ଼ାଇବାକୁ ନିଷ୍ପତ୍ତି ନେଇଥିବା ଅନୀଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri