କେବିସି ମଞ୍ଚରେ ‘ଦୌଡ଼ରାଣୀ’: ଆଜି ହଟ୍‌ ସିଟ୍‌ରେ ନଜର ଆସିବେ ଦୂତୀ, ହିମା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଶୋ’ କୌନ୍‌ ବନେଗା କରୋଡପତି(କେବିସି)ରେ ନଜର ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ ଏବଂ ହିମା ଦାସ। ସୋନି ଚ୍ୟାନେଲର ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି। ଶୁକ୍ରବାର ପ୍ରସାରିତ ହେବାକୁ ଥିବା କର୍ମବୀର ଏପିସୋଡ୍‌ରେ କ୍ରିକେଟର ସେହଓ୍ବାଗ୍‌ଙ୍କ ସହ ଉଭୟ ନଜର ଆସିବେ। ରିଲିଜ କରାଯାଇଥିବା ପ୍ରୋମୋ ଭିଡିଓରେ ଏହାର କିଛି ଝଲକ ଦେଖିବାକୁ ମିଳୁଛି।

ଓଡ଼ିଶାର ଯାଜପୁର ଜିଲାରେ ଜନ୍ମିତ ଦୂତି ମହିଳାଙ୍କ ୧୦୦ ମିଟର ଦୌଡ଼ରେ ନ୍ୟାଶନାଲ ଚ୍ୟାମ୍ପିୟନ ହୋଇଛନ୍ତି। ଏପରିକି ସେ ସମର୍‌ ଅଲମ୍ପିକ୍ସରେ ୧୦୦ ମିଟର ଦୌଡ଼ ଲାଗି ଯୋଗ୍ୟ ବିବେଚିତ ହୋଇଥିବା ଭାରତର ତୃତୀୟ ମହିଳା। ଖେଳ ବ୍ୟତିତ ଚଳିତ ବର୍ଷ ଦୂତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ କରିଥିବା ଖୁଲାସା ଅନେକଙ୍କୁ ଚକିତ କରିଦେଇଥିଲା। ଜଣେ ଖେଳାଳି ହିସାବରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିର ସଦସ୍ୟ ହେବାର ସେ ପ୍ରଥମ ମହିଳା ପାଲଟିଛନ୍ତି।

ସେହିଭଳି ଆସାମର ହିମା ଢିଙ୍ଗ ଏକ୍ସପ୍ରେସ୍‌ ନାମରେ ପରିଚିତ। ୪୦୦ ମିଟର ଦୌଡ଼ରେ ୫୦.୭୯ ସେକେଣ୍ଡର ରେକର୍ଡ କରିଛନ୍ତି। ୨୦୧୮ ଏସିଆନ୍‌ ଗେମ୍ସରେ ଏଭଳି ରେକର୍ଡ କରିଥିଲେ। ଏହାପରେ ହିମା ଆଇଏଏଏଫ୍‌ ଓ୍ବାଲ୍ଡ ୟୁ୨୦ ଚ୍ୟାମ୍ପିଆନ୍‌ଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରଥମ ମହିଳା ହେଉଛନ୍ତି ହିମା।

କେବସିର ଏପିସୋଡରେ ଦୂତୀ ଏବଂ ହିମା ନିଜର ସଂଘର୍ଷ ଏବଂ ଖେଳ ପାଇଁ ଦେଖିଥିବା ସ୍ବପ୍ନ ବିଷୟରେ କହୁଥିବା ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ସିନେମା ଧର୍ମାସୁର

ଏକ ଭିନ୍ନଧରଣର କାହାଣୀକୁ ଆଧାର କରି ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଧର୍ମାସୁର’। ୧୯୬୦ର ଏକ ଜାତିଭିତ୍ତିକ ଘଟଣାକୁ ନେଇ ଏହି ଫିଲ୍ମର...

ରୋଗ ପାଇଁ ବାରମ୍ବାର ଅତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ଅଭିନେତ୍ରୀ, ହେଲେ ଭାଗ୍ୟରେ ଲେଖାଥିଲା ଆଉ କିଛି

ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅଭିନେତ୍ରୀ ଶାମା ସିକନ୍ଦରଙ୍କ ଜୀବନରେ ଏପରି କିଛି ଖରାପ ସମୟ...

ଐଶ୍ୱର୍ଯ୍ୟା-କରିନା ନୁହନ୍ତି ଏହି ଅଭିନେତ୍ରୀ ପ୍ରଥମେ କରିଥିଲେ ସାବୁନ ପାଇଁ ବିଜ୍ଞାପନ

ବଲିଉଡ ଅଭିନେତ୍ରୀମାନେ ନିଜ ସୌନ୍ଦର୍ଯ୍ୟ ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତନ୍ତି। ସେମାନେ ମଧ୍ୟ ଅନେକ ବିଜ୍ଞାପନରେ ଅଭିନୟ କରନ୍ତି। ବର୍ତ୍ତମାନର ଅନେକ ଅଭିନେତ୍ରୀ...

ପସନ୍ଦ ଆସୁଛି ‘ପଙ୍ଗା’: ଦୁଇ ଦିନରେ ରୋଜଗାର କଲାଣି ୮.୩୧ କୋଟି

ବମ୍ବେ: ବଡ଼ ପରଦାରେ ରିଲିଜ ହୋଇଛି କଙ୍ଗନା ରାଣାଓ୍ବତ ଅଭିନୀତ ‘ପଙ୍ଗା’। ଶୁକ୍ରବାର ରିଲିଜର ପ୍ରଥମ ଦିନରେ ଫିଲ୍ମର ବ୍ୟବସାୟ ସାମାନ୍ୟ ମାନ୍ଦା ଥିବାବେଳେ ଶନିବାର...

ଫିଲ୍ମ ଦେଖିବାକୁ ଆଦୌ ପସନ୍ଦ କରୁ ନ ଥିଲେ ବାପୁ, ଜୀବନରେ ଦେଖିଥିଲେ ମାତ୍ର ଏହି ୨ଟି ଫିଲ୍ମ

ସାରା ଦେଶ ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସ ପାଳନ କରୁଛି। ଏହି ଅବସରରେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବାପୁଙ୍କ ସ୍ମୃତି...

୬୩ ବର୍ଷରେ ଜ୍ୟାକି ଶ୍ରଫ୍‌: ଜଗୁ ଦାଦାରୁ ପାଲଟିଥିଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ: ଜଗୁ ଦାଦାରୁ ବଲିଉଡ୍‌ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫ୍‌ ଶନିବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଫେବୃୟାରୀ ୧ରେ ବମ୍ବେର ଉଦ୍‌ଗିର୍‌ଠାରେ...

ନୂଆ ଘରକୁ ସିପ୍ଟ କରିବେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ଠିକଣା ବଦଳାଇବେ ବୋଲି ଶୁଣିବାକୁ ମିଳିଛି। ପିଲାଦିନୁ ସେ ତାଙ୍କ ପରିବାର ସହ ଗାଲାକ୍ସି ଆପାର୍ଟମେଣ୍ଟରେ...

୧୯୯୯ରେ ହୋଇଥାନ୍ତା ବିବାହ, ହେଲେ ୫ ଦିନ ପୂର୍ବରୁ ଓହରି ଯାଇଥିଲେ ଭାଇଜାନ; କିଛି ଏଭଳି ହୁଏ ଚର୍ଚ୍ଚା

ବମ୍ବେ: କେବେ ବିବାହ କରିବେ ଭାଇଜାନ୍‌? ଏଭଳି ପ୍ରଶ୍ନର ଉତ୍ତର ହୁଏତ କେହି ଜାଣେନା। ଅନେକ ସମୟରେ ନାୟିକାମାନଙ୍କ ସହ ତାଙ୍କ ନାମକୁ ଯୋଡ଼ା ଯାଇଛି।...

Seven Jackpot
Advertisement


Archives

Model This Week

Why Dharitri