କେବଳ ଭଲ ଅଭିନେତ୍ରୀ ନୁହନ୍ତି, ଭଲ ଭଉଣୀ ମଧ୍ୟ

‘ବାଘାଯତୀନ ଲୋକନାଟ୍ୟ’ର ଲୋକପ୍ରିୟ ନାଟକ ଅରୁଣ ନାୟକଙ୍କ ରଚିତ ତଥା ମହେଶ ହାଜରାଙ୍କ ନିର୍ଦ୍ଦେଶିତ ‘ମୃତ୍ୟୁଦଣ୍ଡ’ ତଥା ‘ତୋ ନଁାକୁ ମୋ ନଁାରେ ଦେଇଛି ଯୋଡ଼ି’ ଦେଖିଥିବା ଦର୍ଶକମାନେ ନିଶ୍ଚୟ ମନେପକେଇ ପାରିବେ ପିଙ୍କିଙ୍କୁ। ଦୁଇଟି ନାଟକରେ ତାଙ୍କର ଥିଲା ଭଉଣୀର ଭୂମିକା। ମଞ୍ଚ ଉପରେ ସେ ଲାଗୁଥିଲେ ସତସତିକା ଭଉଣୀଟେ ପରି। ଭାଇର ଦୁଃଖରେ ଯାହାଙ୍କ ଆଖିରୁ ସତସତିକା ଲୁହ ଝରୁଥିଲା। ଭାଇକୁ କିଛି କହିଲେ ସେହି କଥାଗୁଡ଼ାକ ତାଙ୍କ ଛାତିକୁ ଆସି ଚିରି ଦେଇ ଯାଉଥିଲା। ଭଉଣୀ ଚରିତ୍ରରେ ଅଭିନୟ କରି ପିଙ୍କି କେବଳ ଦର୍ଶକଙ୍କୁ ବିମୋହିତ କରୁ ନ ଥିଲେ; ଅଧିକନ୍ତୁ ନାଟକ ଭିତରେ ମଜ୍ଜି ଯାଇଥିବା ଦର୍ଶକଙ୍କ ପାଇଁ ସେ ପାଲଟି ଯାଉଥିଲେ ଜଣେ ସତସତିକା ଭଉଣୀ।
ତେବେ ଏକଥା ଯଦି କୁହାଯାଏ, ପିଙ୍କି ଓରଫ୍‌ ସାଗରିକା ବିଶୋୟୀ କେବଳ ମଞ୍ଚରେ ଜଣେ ଭଲ ଭଉଣୀ ନୁହନ୍ତି; ସେ ସତସତିକା ଜୀବନରେ ମଧ୍ୟ ଜଣେ ଖୁବ୍‌ ସ୍ନେହୀ ତଥା ଦାୟିତ୍ୱସମ୍ପନ୍ନା ଭଉଣୀ – ତା’ହେଲେ ହୁଏତ ଆପଣମାନଙ୍କର ବିଶ୍ୱାସ ହୋଇ ନ ପାରେ। ମାତ୍ର କଥାଟି ସତ। ଘରେ ସେ ତାଙ୍କ ଭାଇ ଭଉଣୀଙ୍କ ପାଇଁ କେବଳ ଜଣେ ଭଉଣୀ ନୁହନ୍ତି; ସେ ସେମାନଙ୍କ ପାଇଁ ଏକାଧାରରେ ଭାଇ, ଭଉଣୀ, ବାପା, ମା’ ସବୁକିଛି। ଆଉ କୌଣସି ଗପର କାହାଣୀଠାରୁ କିଛି କମ୍‌ ଦୁଃଖଦାୟକ ନୁହେଁ ତାଙ୍କ ଜୀବନର କାହାଣୀ।
କଟକର ପଦ୍ମପୁର ହେଉଛି ପିଙ୍କିଙ୍କ ଗଁ।। ଭାଇ ଭଉଣୀ ତିନିଜଣ ବେଶ୍‌ ହସଖୁସିରେ ଜୀବନ କାଟୁଥିଲେ। ଅଚାନକ ଗ୍ରହଣ ଲାଗିଗଲା ତାଙ୍କ ହସଖୁସିର ସଂସାରରେ। ପିଙ୍କିଙ୍କୁ ମାତ୍ର ୭ବର୍ଷ ବୟସ। ଅନ୍ୟ ଭାଇଭଉଣୀ ଦୁଇଜଣ ଛୋଟ ପିଲା। ବାପା ଚାଲିଗଲେ। ସେତିକିରେ ଶେଷ ହେଲାନି ଦୁଃଖ। ଏହାର ଠିକ୍‌ ପାଞ୍ଚବର୍ଷ ପରେ ଅର୍ଥାତ୍‌ ପିଙ୍କିଙ୍କୁ ଯେତେବେଳ ୧୨ବର୍ଷ ସେତେବେଳେ ମା’ଙ୍କର ବିୟୋଗ ହେଲା। ପିଙ୍କି ଏ ଦୁନିଆରେ ଏକୁଟିଆ ହୋଇଗଲେ। ପୁଣି ତାଙ୍କ କୋଳରେ ଦୁଇଜଣ ସାନ ଭାଇଭଉଣୀ। ତାଙ୍କୁ କେବଳ ନିଜ ପାଇଁ ବଞ୍ଚତ୍ବାକୁ ପଡ଼ିବନି। ସାନ ଭାଇଭଉଣୀଙ୍କୁ ମଣିଷ କରିବାକୁ ହେବ। ସେମାନଙ୍କ ପାଇଁ ଖାଲି ବଡ଼ ଭଉଣୀ ନୁହେଁ; ମା’ବାପା ହେବାକୁ ପଡ଼ିବ। ତେବେ ହାର ମାନି ନ ଥିଲେ ପିଙ୍କି। କମର କଷି ଭାଇଭଉଣୀଙ୍କୁ ମଣିଷ କରିବାକୁ ଶପଥ ନେଇଥିଲେ।
ୟେ ତ ଗଲା ପିଙ୍କିଙ୍କ ବାସ୍ତବ ଜୀବନର କଥା। ପିଙ୍କିଙ୍କ ଯାତ୍ରାକୁ ଆସିବା ଘଟଣାଟି ମଧ୍ୟ ବେଶ୍‌ ନାଟକୀୟ। କଟକ ନିକଟସ୍ଥ ଗୋପାଳପୁରଠାରେ ‘ତ୍ରିରଙ୍ଗା’ ଯାତ୍ରାନୁଷ୍ଠାନର ଆଖଡ଼ା ଚାଲିଥାଏ। ପିଙ୍କିଙ୍କର ଜଣେ ସାଙ୍ଗ ଯାତ୍ରାରେ ଇଣ୍ଟରଭ୍ୟୁ ଦେବାକୁ ଆସିଥିଲେ। ପିଙ୍କି ତାଙ୍କ ସାଥିରେ ଆସିଥିଲେ ଆଖଡ଼ା ଦେଖିବା ପାଇଁ। ତେବେ ସାଙ୍ଗଙ୍କ ସହିତ ସେ ବି ଇଣ୍ଟରଭ୍ୟୁ ଦେଲେ। ପିଙ୍କିଙ୍କ ସାଙ୍ଗ ଉତ୍ତୀର୍ଣ୍ଣ ହୋଇପାରିଲେନି। ମାତ୍ର ପିଙ୍କି ସିଲେକ୍ଟ ହୋଇଗଲେ। ଯାତ୍ରାକୁ ଆସିଲେ ପିଙ୍କି। ପ୍ରଥମ ନାଟକ ଥିଲା ‘ତ୍ରାହି ଲକ୍ଷ୍ମଣ’। ପିଙ୍କି ଯାହା ବି କରୁଥିଲେ ହୃଦୟର ସହ କରୁଥିଲେ। କାରଣ ତାଙ୍କୁ ତାଙ୍କର ଭାଇଭଉଣୀ ଦୁହିଙ୍କୁ ମଣିଷ କରିବାର ଥିଲା।
ଏବେ ଯାତ୍ରାଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ପିଙ୍କି। ‘ତ୍ରିରଙ୍ଗା’ ପରେ ପରେ ‘ନିୟତି’, ‘ଟାଇଗର ତାରିଣୀ’, ‘ସଚ୍ଚିଦାନନ୍ଦମ୍‌’, ‘ତ୍ରିନାଥ’ ଆଦି ଅନୁଷ୍ଠାନରେ କାମ କରି ଏବେ ଆସି ପହଞ୍ଚତ୍ଛନ୍ତି ବାଘାଯତୀନ ଲୋକନାଟ୍ୟରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରୁ କେତୋଟି ହେଉଛି ‘ଏମିତି ନାରୀକୁ ଦୂରୁ ଜୁହାର’, ‘ସୁନା କଣ୍ଢେଇ’, ‘ଝରଣା ଖୋଜୁଛି ନିଜ ଠିକଣା’, ‘ତୋ ନଁାରେ ମୋ ନଁ।କୁ ଦେଇଛି ଯୋଡ଼ି’, ‘ମୃତ୍ୟୁଦଣ୍ଡ’। ଚଳିତବର୍ଷ ତାଙ୍କ ହାତରେ ରହିଛି ‘ସୀତାର ଜଳୁଛି ଚିତା’, ‘ତମ ସିନ୍ଦୂର କୋଉ ସ୍ବାମୀ’ର ଏବଂ ‘ସତ ସିନ୍ଦୂରକୁ ମିଛ କନିଅଁା’ ଭଳି ନାଟକ।
ପିଙ୍କି କେବଳ ଯାତ୍ରା ଜଗତରେ ନିଜକୁ ପ୍ରତିଷ୍ଠିତ କରିନାହାନ୍ତି। ଭାଇ ଭଉଣୀଙ୍କୁ ମଧ୍ୟ ମଣିଷ କରିଛନ୍ତି। ଭାଇ ଭଉଣୀଙ୍କୁ ବାହା ଦେଇଛନ୍ତି। ଏବେ ମଧ୍ୟ ପିଙ୍କି ସେମାନଙ୍କ ପାଇଁ ଭଉଣୀ ନୁହେଁ; ମା’। ତେବେ ଏତେ ସବୁ ଦାୟିତ୍ୱ ମଧ୍ୟରେ ନିଜ କଥା ଭୁଲି ଯାଇଛନ୍ତି ପିଙ୍କି। ”ମୁଁ ମୋ କଥା ଚିନ୍ତା କରିନି। ଚିନ୍ତା କରିବାକୁ ସମୟ ପାଇନି। ଭଗବାନ ମୋ ଭାଇଭଉଣୀଙ୍କୁ ମଣିଷ କରିବା ପାଇଁ ମୋତେ ଯେଉଁ ଦାୟିତ୍ୱ ଦେଇଥିଲେ ତାହାକୁ ମୁଁ ମୋ କର୍ତ୍ତବ୍ୟ ବୋଲି ମାନିନେଇଛି। ମୋ ଭାଇ ଭଉଣୀଙ୍କ ସଂସାର ମୋ ସଂସାର। ସେମାନଙ୍କ ଖୁସି ହେଉଛି ମୋ ଖୁସି“ ବୋଲି କହନ୍ତି ଏହି ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri