କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ୧୬ ଟଙ୍କାରୁ ଟଙ୍କାଟିଏ ବି ଅଧିକ ଦେଇନାହିଁ ଓଡ଼ିଶା; କଂଗ୍ରେସର ଅପପ୍ରଚାର ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର,୧୧।୬(ବ୍ୟୁରୋ): କରୋନା ମୁକାବିଲା ପାଇଁ ମାସ୍କ ଅଧିକ ଦରରେ କିଣିବା ଅଭିଯୋଗ ନେଇ ଗୁରୁବାର ଉତ୍ତର ରଖିଛି ବିଜେଡି। ରାଜ୍ୟ ସରକାର କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଦର ଅନୁଯାୟୀ ଡାକ୍ତରୀ ଉପକରଣ କିଣିଛନ୍ତି। ମହାମାରୀ ସମୟରେ ଅର୍ଥ ସଞ୍ଚୟ ଅପେକ୍ଷା ଲୋକଙ୍କ ଜୀବନକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇଥିଲେ। ଏହାସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ମାସ୍କ ପ୍ରତି ଧାର୍ଯ୍ୟ କରିଥିବା ୧୬ ଟଙ୍କା ଦରଠାରୁ ଅଧିକ ଦାମ୍‌ରେ ମାସ୍କ କିଣିନାହାନ୍ତି ବୋଲି ଗୁରୁବାର ଖବରଦାତା ସମ୍ମିଳନୀରେ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ସେ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ପ୍ରଡକ୍ସନ କଷ୍ଟ ବଢ଼ିଥିବାରୁ ରେଟ୍‌ ବଢ଼ିଥିଲା। ସାରା ଭାରତରେ ମାସ୍କ ଡିମାଣ୍ଡ ବଢ଼ିବାରୁ ଦର ମଧ୍ୟ ବଢ଼ିଥିଲା। ସ୍ବାସ୍ଥ୍ୟ ବିଭାଗ ଟେକ୍ନିକାଲ କମିଟି ୫ କୋଟି ମାସ୍କ କିଣିବାକୁ ନିଷ୍ପତ୍ତି ନେଇଥିଲା। ଲକ୍‌ଡାଉନ୍‌ ପାଇଁ କଞ୍ଚାମାଲ ଅଭାବ ପଡ଼ିବାରୁ ଦର ବଢ଼ିଥିଲା। ପ୍ରଥମେ କେନ୍ଦ୍ର ସରକାର ଗୋଟିଏ ମାସ୍କକୁ ୧୦ଟଙ୍କା ଦର ଧାର୍ଯ୍ୟ କରିଥିଲେ। ଏହି ସମୟରେ ଆବଶ୍ୟକତା ଦୃଷ୍ଟିରୁ କେବଳ ଓଡ଼ିଶା ନୁହେଁ ମହାରାଷ୍ଟ୍ର ୧୬ ଟଙ୍କା ଦରରେ ମାସ୍କ କିଣିଥିବା ବେଳେ କେରଳ ୧୬ ଟଙ୍କା, ଗୁଜରାଟ ୨୦ ଟଙ୍କା, କର୍ଣ୍ଣାଟକ-ପଶ୍ଚିମବଙ୍ଗ ୧୮ ଟଙ୍କା ୭୪ ପଇସା, ତାମିଲନାଡ଼ୁ ୧୫ ଟଙ୍କା ୯୬ ପଇସା ଦରରେ ମାସ୍କ କିଣିଛନ୍ତି। ପରେ କେନ୍ଦ୍ର ଧାର୍ଯ୍ୟ କରିଥିବା ୧୦ଟଙ୍କାରେ କେହି ରାଜି ନ ହେବାରୁ ୧୬ଟଙ୍କା କରିଥିଲେ। ଏହି ୧୬ଟଙ୍କାରୁ ଟଙ୍କାଟିଏ ବି ଅଧିକ ଦେଇନାହିଁ ଓଡ଼ିଶା। ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଲୋକଙ୍କ ଜୀବନ ବଞ୍ଚାଇବା ରହିଛି। ମାସ୍କ ପାଇଁ ଟଙ୍କାଏ, ଆଠଣା ଗଣିବା ନା ଲୋକଙ୍କ ଜୀବନ ବଞ୍ଚାଇବା। ତୁରନ୍ତ ଯଦି ଓଡ଼ିଶାକୁ ମାସ୍କ ଆସି ନ ଥାନ୍ତା ତେବେ ମୃତ୍ୟୁହାର ବଢ଼ିଯାଇଥାନ୍ତା। ହେଲେ ମାସ୍କ ନେଇ କଂଗ୍ରେସ ଯେଉଁ ଅପପ୍ରଚାର ଚଳାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଏବେ ଯେଉଁମାନେ ମାସ୍କ କିଣା ନେଇ ଚିତ୍କାର ଏବେ କରୁଛନ୍ତି, ସେମାନେ କିଣା ଯାଇ ନ ଥିଲେ ଲୁହ ଗଡ଼ାଇଥାନ୍ତେ। ଏଣୁ ବିରୋଧିଙ୍କ ମିଛ ଓ ମନଗଢ଼ା ଖବର ପ୍ରସାରିତ ହେବାକୁ ନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେଉଛନ୍ତି। ଯଦି ବିରୋଧୀଙ୍କ ପାଖରେ କିଛି ପ୍ରମାଣ ଅଛି ସେମାନେ ଅଦାଲତ ଯାଇପାରିବେ ବୋଲି ସସ୍ମିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri