କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ ଅଫିସ୍‌,୩୦।୪: ଲକ୍‌ଡାଉନ୍‌ ଯୋଗୁ ଏବେ ସମସ୍ତେ ପ୍ରଭାବିତ ହୋଇଛନ୍ତି। କିନ୍ତୁ ସରକାରଙ୍କ ଅଧିକାଂଶ ସହାୟତା କେବଳ ଗରିବ ଲୋକମାନେ ପାଉଥିବା ବେଳେ ମଧ୍ୟବିତ୍ତ ଏଥିରୁ ବଞ୍ଚିତ ହେଉଛନ୍ତି। ସେହିଭଳି ରୋଜଗାର ନ ଥିବା ଯୋଗୁ ଲୋକମାନେ ବିଦ୍ୟୁତ୍‌ ବିଲ୍‌ ଦେବା ଏବଂ ପିଲାମାନଙ୍କ ସ୍କୁଲ ଫି’ ଦାଖଲ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ସମସ୍ତ ଗ୍ୟାସ୍‌ ଏବଂ ପିଡିଏସ୍‌ ସାମଗ୍ରୀ ପ୍ରଦାନ ସହ ବିଦ୍ୟୁତ୍‌ ବିଲ୍‌ ଏବଂ ସ୍କୁଲ ଫି’ ଛାଡ଼ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ ଜାରି କରାଯାଇଛି। ପ୍ରହଲ୍ଲାଦ ରାଉତଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଶତ୍ରୁଘ୍ନ ପୂଜାହାରୀ ଏବଂ ବିଚାରପତି କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନୋଟିସ୍‌ ଜାରି କରିଛନ୍ତି। ଏଥି ସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ସଚିବ, ଉଚ୍ଚଶିକ୍ଷା ସଚିବ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ସଚିବ, ଶକ୍ତି ସଚିବ, ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ କମିଶନର, ଓଡିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି), ରାଜ୍ୟର ସମସ୍ତ ଡିସ୍‌କମ୍‌(ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ)ଙ୍କ ସହ ୧୩ ପକ୍ଷଙ୍କୁ ନୋଟିସ୍‌ ହୋଇଛି। ପୂର୍ବରୁ ଏନେଇ ରୁଜୁ ହୋଇଥିବା ଅନ୍ୟ ଏକ ଜନସ୍ବାର୍ଥ ମାମଲାକୁ ଏହା ସହିତ ମିଶାଇ ଶୁଣାଣି କରାଯିବ ବୋଲି ଉଲ୍ଲେଖ କରାଯାଇଛି।
ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଯେଉଁମାନଙ୍କ ପାଖରେ ରାଶନ୍‌କାର୍ଡ଼ ଅଛି, ସେମାନେ ସରକାରଙ୍କ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ସହ ‘ଉଜ୍ଜ୍ୱଳା’ ଯୋଜନାରେ ଗ୍ୟାସ୍‌ ପାଉଛନ୍ତିି। କିନ୍ତୁ ଏମାନଙ୍କୁ ଛାଡ଼ିଦେଲେ, ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଲକ୍‌ଡାଉନ୍‌ ଯୋଗୁ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ସେମାନେ ସରକାରୀ ସହାୟତା ପାଉନାହାନ୍ତି। ସେମାନଙ୍କ ପକ୍ଷେ ଚଳିବା କଷ୍ଟକର ହୋଇପଡ଼ିଲାଣି। ବିଶେଷକରି ମଧ୍ୟବିତ୍ତ ଏବଂ ଛୋଟ ବ୍ୟବସାୟୀମାନେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏମାନଙ୍କୁ ଅନ୍ତତଃ ଲକ୍‌ଡାଉନ୍‌ ଉଠିବା ପର୍ଯ୍ୟନ୍ତ ସରକାରୀ ସହାୟତାର ଆବଶ୍ୟକତା ରହିଛି। ଅନ୍ୟ ଏକ ସମସ୍ୟା ହେଲା ବିଦ୍ୟୁତ୍‌ ଦେୟ। ରୋଜଗାର ନ ଥିବା ଯୋଗୁ ଦାନା ଯୋଗାଡ଼ କରିବା କଷ୍ଟ ହେଉଥିବା ବେଳେ ସେମାନେ ବିଦ୍ୟୁତ୍‌ ବିଲ୍‌ ପଇଠ ପାଇଁ ଟଙ୍କା ଆଣିବେ କେଉଁଠୁ। କେବଳ ଘରୋଇ ଉପଭୋକ୍ତା ନୁହନ୍ତି, ଛୋଟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ବିଲ୍‌ ପଇଠ କରିପାରିବେ ନାହିଁ। ଏଣୁ ଘରୋଇ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ବିଦ୍ୟୁତ୍‌ ଦେୟ ଛାଡ କରାଯାଉ। ବ୍ୟବସାୟିକ ବିଦ୍ୟୁତ୍‌ ସଂଯୋଗକାରୀଙ୍କ କ୍ଷେତ୍ରରେ ଡିମାଣ୍ଡ ଚାର୍ଜ, ଇଲେକ୍ଟ୍ରିସିଟି ଡ୍ୟୁଟି ଛାଡ କରିବା ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। ସେହିଭଳି ସମସ୍ତ ପ୍ରକାର ସ୍କୁଲ ଫି’ ମଧ୍ୟ ଛାଡ଼ କରାଯିବାକୁ କୁହାଯାଇଛି। ଏ ସମସ୍ତ ଆବେଦନ ଉପରେ ହାଇକୋର୍ଟ ବୁଧବାର ଶୁଣାଣିକରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri