କେନ୍ଦ୍ର ଦେଇନି ୩୦ ହଜାର କୋଟି; ଯାହା ମାଗୁଛୁ, ମିଳୁନି: ଚତୁର୍ଦ୍ଦଶ ଅର୍ଥ କମିଶନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଚତୁର୍ଦ୍ଦଶ ଅର୍ଥ କମିଶନ ଯାହା ସୁପାରିସ କରିଛନ୍ତି, ତାହା ଓଡ଼ିଶାକୁ ମିଳୁନାହିଁ। କମିଶନ ୨୦୧୫-୧୬ ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟ ପାଇଁ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶଧନ ବ୍ୟତୀତ ସ୍ବାୟତ୍ତ ଶାସନ ସଂସ୍ଥାଙ୍କ ପାଇଁ ଅନୁଦାନ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ନିମିତ୍ତ କେନ୍ଦ୍ରୀୟ ଅନୁଦାନ ବାବଦରେ ମୋଟ ୧,୯୮,୪୧୧ କୋଟି ଟଙ୍କା ମାଗିଛନ୍ତି। ମାତ୍ର ସେଥିରୁ ୩୦,୧୦୫ କୋଟି ଟଙ୍କା କମ୍‌ ମିଳିଛି। କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟ ଅଂଶ ୧,୮୪,୦୭୦ କୋଟି ଟଙ୍କା କମିଶନ ସୁପାରିସ କରିଥିବାବେଳେ ସ୍ବାୟତ୍ତ ଶାସନ ସଂସ୍ଥା ପାଇଁ ଅନୁଦାନ ବାବଦରେ ୧୦,୬୨୩କୋଟି ଏବଂ ରାଜ୍ୟ ବିପଯର୍ର୍‌ୟୟ ପରିଚାଳନା ପାଣ୍ଠି ପାଇଁ କେନ୍ଦ୍ରୀୟ ଅନୁଦାନ ବାବଦରେ ୩୭୧୮ କୋଟି ଟଙ୍କା ସୁପାରିସ କରାଯାଇଥିଲା। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର ମୂଳ ପ୍ରଶ୍ନରେ ରାଜ୍ୟ ସରକାର ଯେତିକି ଟଙ୍କା ପାଇବା କଥା ତା’ଠାରୁ କମ୍‌ ପାଇବାର କାରଣ କ’ଣ ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରୀୟ ଟିକସ ବାବଦରେ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ଅଂଶଧନ ୧,୮୪,୦୭୦ କୋଟି ଟଙ୍କା ଅର୍ଥ କମିଶନ ସୁପାରିସ କରିଥିଲେ। ସେଥିରୁ ୧୭,୨୯୯ କୋଟି ଟଙ୍କା କମ୍‌ ମିଳିଛି। ସେହିପରି ୨୦୧୯-୨୦ ପାଇଁ ୪୮,୫୬୦ କୋଟି ଟଙ୍କାର ସୁପାରିସ କରାଯାଇଥିବା ବେଳେ ୨୦୧୯-୨୦ରେ କେନ୍ଦ୍ର ସରକାର ତାଙ୍କ ବଜେଟରେ ୩୭,୫୬୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି; ଯାହାକି ୧୦,୬୯୦ କୋଟି ଟଙ୍କା କମ। ସମ୍ପାଦନ ଭିତ୍ତିକ ଅନୁଦାନ (ପରଫରମାନ୍ସ ଗ୍ରାଣ୍ଟ) ବାବଦରେ ୪୧୯ କୋଟି ଟଙ୍କା କମ ମିଳିଥିବା ବେଳେ ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା ପାଇଁ ୨୭୦ କୋଟି ଟଙ୍କା କମ ମିଳିଛି। ଏହି ଅନୁଦାନ ମିଳିବା ପାଇଁ ଅର୍ଥ କମିଶନଙ୍କ ସମସ୍ତ ସର୍ତ୍ତ ପୂରଣ କରାଯାଇଥିଲେ ମଧ୍ୟ ପଇସା ଠିକ ସମୟରେ ମିଳୁନାହିଁ ସେହିପରି ୨୦୧୫-୧୬ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ଅର୍ଥ କମିଶନ ୩,୭୧୮ କୋଟି ଟଙ୍କା ସୁପାରିସ କରିଥିବା ବେଳେ ୬୨୧ କୋଟି ଟଙ୍କା କମ ମିଳିଛି। ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥାଗୁଡିକ ପାଇଁ ଏହି ସମୟ ମଧ୍ୟରେ କମିଶନ ୧,୪୧୮ କୋଟି ଟଙ୍କା ସୁପାରିସ କରିଛନ୍ତି। ସେଥିରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୪୨୫ କୋଟି ଟଙ୍କା ଅର୍ଥ କମିଶନ ସୁପାରିସ କରିଥିଲେ। ସେଥିରୁ ପ୍ରଥମ କିସ୍ତିରେ ୨୧୩ କୋଟି ଟଙ୍କା ମିଳିବା କଥା। କିନ୍ତୁ କେନ୍ଦ୍ର ସରକାର ରାଜ୍ୟକୁ ମାତ୍ର ୨୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରଥମ କିସ୍ତି ବାବଦରେ ୧୮୫ କୋଟି ଟଙ୍କା ବାକି ରହିଛି। ଦେଶରେ ସେବା ଓ ଦ୍ରବ୍ୟ ଟିକସ(ଜିଏସ୍‌ଟି) ପ୍ରଚଳନ ହେବା ପରେ ୨୦୧୮-୧୯ ଠାରୁ ରାଜ୍ୟ ଅଂଶ ଧନ ବାବଦରେ ୨୬୬ କୋଟି ଟଙ୍କା କମ ମିଳିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅଂଶ ଧନ ୨୯୦୦ କୋଟି ଟଙ୍କା ଦେବାକୁଥିବା ବେଳେ କେନ୍ଦ୍ର ସରକାର ୨,୫୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏ ବାବଦରେ ୩୫୫ କୋଟି ଟଙ୍କା କମ ମିଳିଛି। ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଅଂଶଧନ ହ୍ରାସକୁ ନେଇ ଉଭୟ କଂଗ୍ରେସ ଓ ଶାସକ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri