କେନ୍ଦ୍ରୀୟ ପୂଜା କମିଟି ବୈଠକ: ଭସାଣିରେ ବାଜିବନି ଡିଜେ

ଅନୁଗୋଳ ଅଫିସ, ୩୦।୯: ଆସନ୍ତା ଅକ୍ଟୋବର ୪ରେ ଅନୁଗୋଳ ସହରରେ ୧୨ଟି ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ସେହିପରି ୧୩ରେ ସହରର ୨୯ଟି ମଣ୍ଡପରେ ମା’ ଲକ୍ଷ୍ମୀ ପୂଜା ପାଇବେ। ଏ ନେଇ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଜିଲା ଟ୍ରକ ଆସୋସିଏଶନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଭସାଣି ଉତ୍ସବରେ ଡିଜେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ସମସ୍ତ ପୂଜା କମିଟିର ସହମତି କ୍ରମେ ନିଷ୍ପତ୍ତି ହୋଇଛି। ସେହିପର ଭସାଣିରେ ଅଶ୍ଲୀଳ ଗୀତ ନୃତ୍ୟ ମଧ୍ୟ ପରିବେଷଣ ନ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି।
କମିଟି ସଭାପତି ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା କିପରି ଭାବେ ଶାନ୍ତି ଶୃଙ୍ଖଳାର ଶେଷ ହେବ ସେଥିପାଇଁ କେନ୍ଦ୍ରୀୟ ପୂଜା କମିଟି ସମସ୍ତଙ୍କ ମତ ଲୋଡାଯାଇଥିଲା। ସମ୍ପାଦକ ଦିଲ୍ଲୀପ ପ୍ରଧାନ ବୈଠକ ପରିଚାଳନା କରିଥିଲେ। ପାର୍ବଣ ସମୟରେ ଭାଇଚାରା ବଜାୟ ରଖିବାକୁ ସମସ୍ତ ପୂଜା କମିଟିକୁ ଅନୁରୋଧ କରାଯାଇଛି। ପ୍ରତି ପୂଜା ମଣ୍ଡପ ଗୁଡ଼ିକରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ମା’ଙ୍କ ମୂର୍ତ୍ତି ଗଢ଼ାଯାଉଛି। ଚଳିତଥର ପୂଜାରେ ଘଣ୍ଟ, ଘଣ୍ଟା, ମାର୍ଦ୍ଦଳ, ସିଂହ ବାଜା ପରିବେଷଣ ଭଳି ବିଭିନ୍ନ ସାଂସ୍କୃତିକ ଝଲକ ଦେଖିବାକୁ ମିଳିବ। ଲକ୍ଷ୍ମୀପୂଜା ଭସାଣି ପାଇଁ ଲଟେରି ବ୍ୟବସ୍ଥା କରାଯିବ। ଥାନା ଛକ ଠାରୁ ଲକ୍ଷ୍ମୀ ପୂଜାର ଭସାଣି ଆରମ୍ଭ ହୋଇ ବସଷ୍ଟାଣ୍ଡ, ବଜାର ଛକ ଦେଇ ମୂର୍ତ୍ତିଗୁଡ଼ିକ ମେଲଣ ପଡ଼ିଆକୁ ନିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଦୁର୍ଗା ପୂଜା ଭସାଣି ଅକ୍ଟୋବର ୯ ତାରିଖରେ ଆୟୋଜନ କରାଯିବ। ଏଥିରେ ମଧ୍ୟ ଡିଜେ ବାଜିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ପଲିଥିନ ମୁକ୍ତ ସହର କରିବା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ମେଲଣ ପଡ଼ିଆକୁ ପରିଷ୍କାର ପରିଚ୍ଛନ କରିବାକୁ ସେଣ୍ଟ୍ରାଲ ପୂଜା କମିଟି ପ୍ରଶାସନର ଦ୍ୱାରସ୍ଥ ହେବ ବୋଲି ନିଷ୍ପତ୍ତି ହୋଇଛି। ଚଳିତବର୍ଷ ଲକ୍ଷ୍ମୀ ପୂଜା ମେଲଣରେ ମୋଟ ୧୨ଟି ପୂଜା କମିଟି ଭାଗ ନେବା ସହ ୩ଟି ପୂଜା କମିଟି ଆତସବାଜି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କେନ୍ଦ୍ରୀୟ କମିଟି ପକ୍ଷରୁ କୁହାଯାଇଛି। ଯେଉଁ ପୂଜା ମଣ୍ଡପଗୁଡ଼ିକ ମେଲଣରେ ଭାଗ ନେବେ ନାହିଁ, ସେମାନେ ପୂର୍ବରୁ ସେଣ୍ଟ୍ରାଲ ପୂଜା କମିଟିକୁ ସେମାନଙ୍କ ଭସାଣି ରାସ୍ତା ଓ ସମୟ ସମ୍ପର୍କରେ ଅବଗତ କରିବାକୁ କୁହାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି କିଶୋର କୁମାର କର, ପଦ୍ମ ଚରଣ ସାହୁ, ସତ୍ୟାନନ୍ଦ ଦଳବେହେରା, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଦାସ, ସମ୍ପାଦକ ରତିକାନ୍ତ ଦାସ, ଅଶୋକ ଅଗ୍ରୱାଲ, ଲକ୍ଷ୍ମୀଧର ଜେନା, ଅଶୋକ କୁମାର ଅଗ୍ରୱାଲ ପ୍ରମୁଖଙ୍କ ସହ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ସେଣ୍ଟ୍ରାଲ କମିଟିର ସଭାପତି ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର ଉପସଭାପତି ଅକ୍ଷୟ କୁମାର ସାମନ୍ତଙ୍କୁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri