କେନ୍ଦ୍ରାପଡ଼ା: ୩୬୯୮ରୁ ୧୫୭୫ ବୁଥ୍‌ ଉତ୍ତେଜନାପ୍ରବଣ

କେନ୍ଦ୍ରାପଡ଼ା ଅଫିସ, ୩ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲାର ରାକକନିକା ବ୍ଲକ ଅଞ୍ଚଳରେ ସର୍ବାଧିକ ୪୮୪ ବୁଥ୍‌ ରହିଛି। ଏଠାରେ ମାତ୍ର ୯୬ଟି ବୁଥ୍‌ ଉତ୍ତେଜନାପ୍ରବଣ। ଏହାପରେ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ୪୧୨ ବୁଥ୍‌ରୁ ୭୧ ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଥିବାରୁ ଦ୍ୱିତୀୟ ସ୍ଥାନରେ ଅଛି। ଜିଲାରେ ମୋଟ ୩୬୯୮ ବୁଥ୍‌ ମଧ୍ୟରୁ ପ୍ରାୟ ୪୩ ପ୍ରତିଶତ ଅର୍ଥାତ୍‌ ୧୫୭୫ଟି ବୁଥ୍‌ ଉତ୍ତେଜନାପ୍ରବଣ ଥିବା ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ସୂଚନା ଦିଆଯାଇଛି।

ଜିଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମୋଟ ୪୭୪ ବୁଥ୍‌ ମଧ୍ୟରୁ ୨୬୦ଟି ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ ହୋଇଛି। ଯାହାକି ଜିଲାରେ ସର୍ବାଧିକ ବୁଥ୍‌ ଉତ୍ତେଜନାପ୍ରବଣ ବୋଲି ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି। ତଥ୍ୟ ଅନୁଯାୟୀ, ଡେରାବିଶ ବ୍ଲକ ଅଞ୍ଚଳରେ ଥିବା ୩୯୦ ବୁଥ୍‌ରୁ ୧୯୧, ଆଳିର ୪୯୦ରୁ ୧୯୪, ମାର୍ଶାଘାଇର ୩୬୬ରୁ ୧୬୧, ପଟ୍ଟାମୁଣ୍ଡାଇର ୪୨୨ରୁ ୧୬୫, ରାଜନଗର ୩୬୩ରୁ ୨୦୧ ଓ ଗରଦପୁର ବ୍ଲକ ଅଞ୍ଚଳରେ ଥିବା ୨୮୦ରୁ ୨୩୬ଟି ଉତ୍ତେଜନାପ୍ରବଣ ବୁଥ୍‌ ବୋଲି ଚିହ୍ନଟ ହୋଇଥିବା ଜିଲା ପଞ୍ଚାୟତ ଅଧିକାରୀ ସନ୍ତୋଷ କୁମାର ସାହୁ ବୁଧବାର ସୂଚନା ଦେଇଛନ୍ତି।

ଏ ସମ୍ପର୍କରେ ମହାକାଳପଡ଼ାର ସୁନୀଲ କୁମାର ଗନ୍ତାୟତ, ହରେକୃଷ୍ଣ ପାତ୍ର, କେନ୍ଦ୍ରାପଡ଼ାର ନିରଞ୍ଜନ ପରିଡା ପ୍ରମୁଖ କହିଛନ୍ତି, ନିର୍ବାଚନ ସମୟରେ ହିଂସାତ୍ମକ କାର୍ଯ୍ୟ ସର୍ବଦା ବର୍ଜନୀୟ। ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହା ବାଧକ ସାଜୁଛି। ଚଳିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ରାଜନୈତିକ ଆକ୍ରୋଶ ମାମଲା ଦିନକୁଦିନ ବଢ଼ି ଚାଲିଛି। ଆଳି ବ୍ଲକ ଅଞ୍ଚଳରେ ଜଣେ ସରପଞ୍ଚଙ୍କ ଘର ପୋଡି ଦିଆଯାଇଥିବା ନେଇ ଥାନାରେ ମାମଲା ହୋଇଛି। ସେହିପରି ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର ବ୍ଲକ ଅଞ୍ଚଳରେ ଏପରି ଘଟଣାକୁ ନେଇ ୪ଟି ମାମଲା ଥାନାରେ ପଞ୍ଜୀକୃତ ହୋଇଛି। ଜିଲାର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳକୁ ଛାଡି ଦେଲେ ଅନ୍ୟ ବ୍ଲକ ଅଞ୍ଚଳରେ ରାଜନୈତିକ ଆକ୍ରୋଶ ବଢ଼ିବାରେ ଲାଗିଛି। ବିଶେଷକରି ଉପାନ୍ତ ଅଞ୍ଚଳରେ ନିର୍ବାଚନୀ ପ୍ରତିହିଂସା ଘଟଣା ପ୍ରତିଦିନ ବଢୁଛି। ଏହାର କାରଣ ହେଉଛି, ଦୀର୍ଘଦିନ ଧରି ସ୍ଥାନୀୟ ସମସ୍ୟା ସମାଧାନ ହେଉନାହିଁ। ପାନୀୟ ଜଳ, ଗ୍ରାମ୍ୟ ରାସ୍ତା ନିର୍ମାଣ ସାମୂହିକ ହୋଇଥିବା ବେଳେ ରାଶନ କାର୍ଡ, ଭତ୍ତା, ଆବାସ ଯୋଜନାକୁ ନେଇ ପ୍ରାର୍ଥୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହା ଦଳୀୟ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ସୁହାଉଛି। ଏହାବ୍ୟତୀତ ଖରସ୍ରୋତା ପାଣି ବିବାଦ ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ପ୍ରମୁଖ ମତଭେଦର କାରଣ ହୋଇଛି। ମହାକାଳପଡ଼ାରେ ଅନୁପ୍ରବେଶ ସମସ୍ୟା ଏହାକୁ ଅଧିକ ହିଂସାପ୍ରବଣ କରୁଛି। ସ୍ଥାନୀୟ ଅଞ୍ଚଳର ଲୋକେ ଗୁଜବଠାରୁ ଦୂରେଇ ରହିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଉତ୍ତେଜନାପ୍ରବଣ ବୁଥ୍‌ ଚିହ୍ନଟ ପରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବୁଥ୍‌ରେ ସିସିଟିଭି ଲଗାଇବା, ଉତ୍ତେଜନାପ୍ରବଣ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ସହିତ ଜିଲା ପୋଲିସ ପକ୍ଷରୁ ମୋବାଇଲ ଟିମ୍‌ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଟିମ୍‌ରେ ୪ ଚକିଆ ଯାନ ସହିତ ବାଇକ୍‌ ନିୟୋଜିତ ହେବ। ପ୍ରତ୍ୟେକ ଟିମ୍‌ ପାଇଁ ସିୟୁଜି ନମ୍ବର ସହିତ ହ୍ବାଟ୍‌ସଆପ ଗ୍ରୁପ ଗଠନ ହୋଇଛି। ହିଂସାତ୍ମକ କାର୍ଯ୍ୟ ରୋକିବାକୁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ। କୌଣସି ସ୍ଥାନରେ ଏପରି ଘଟଣା ନଜରକୁ ଆସିଲେ ସ୍ଥାନୀୟ ପୋଲିସ ଅଥବା ଜିଲା ପ୍ରଶାସନର ଅଧିକାରୀଙ୍କୁ ଜଣାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲାପାଳ ଋତୁରାଜ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri