କେନ୍ଦୁଝର ଜିଲା ଚିଠି: ତଥାପି ଉଜୁଡୁଛି ଜଙ୍ଗଲ

କେନ୍ଦୁଝର ଜିଲାରେ ବିଭିନ୍ନ କାରଣରୁ ଜଙ୍ଗଲ ପରିସୀମା ଓ ଘନତ୍ୱ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ତାଳଦେଇ ଜଳବାୟୁ ପରିବର୍ତ୍ତନ ସହିତ ଜଳାଭାବ ଗୁରୁତର ରୂପ ନେଇଛି। ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ସବୁଜିମା କମୁଛି। ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ବନୀକରଣ କରାଯାଉଛି। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଗଛଗୁଡିକ ବଞ୍ଚୁ ନାହିଁ। କେବଳ କାଗଜପତ୍ରରେ ଜଙ୍ଗଲ ସୃଷ୍ଟି କରାଯାଉଥିବା ଦର୍ଶାଯାଉଥିବା ବେଳେ ବାସ୍ତବ ଚିତ୍ର ଅଲଗା ବୋଲି ସାଧାରଣରେ ଅଭିଯୋଗ ହେଉଛି। ବନ ବିଭାଗ ତଥ୍ୟ ଅନୁଯାୟୀ ୨୦୦୦-୦୧ରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦୁଝର ବନଖଣ୍ଡରେ ସମୁଦାୟ ୧,୯୩,୯୨,୦୨୦ ଟି ଚାରା ରୋପଣ ହୋଇଛି। ଏବାବଦରେ ଅଦ୍ୟାବଧି ୭୦ କୋଟି ୬୪ ଲକ୍ଷ ୪୨ ହଜାର ୫୯୦ ଟଙ୍କା ବ୍ୟୟ କରାଯାଇଛି। ସେଥିମଧ୍ୟରୁ ଖଣିସଂସ୍ଥା ଦ୍ୱାରା ୧୪୦୦୫.୯୦୧୪ ହେକ୍ଟର ଜମିରେ ବନୀକରଣ କରାଯାଇଛି। ୩୦.୪୪ କି.ମି. ରାସ୍ତାପାର୍ଶ୍ୱରେ ବନୀକରଣ କରାଯାଇ ସମୁଦାୟ ୬୧ଲକ୍ଷ ୩୧ହଜାର ୮୯୪ ଟି ଚାରା ରୋପଣ କରାଯାଇଛି। ଏଥିପାଇଁ ୧୮ କୋଟି ୭୩ ଲକ୍ଷ ୭୬ ହଜାର ୯୬୬ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୧୦ ଲକ୍ଷ ୭୫ ହଜାର ୯୧୧ ଟଙ୍କା ବ୍ୟୟରେ ବଡବିଲ ଅଞ୍ଚଳରେ ୩୦୦୦ ଚାରା ରୋପଣ କରାଯାଇଛି। ଏହାପରେ ବି ଜଙ୍ଗଲ ଓ ଘନତ୍ୱ ବୃଦ୍ଧି ପାଉନାହିଁ। ଜିଲାରେ ସମୁଦାୟ ୩୮୮୪୧୫.୬୭୦୫ ହେକ୍ଟର ବିଭିନ୍ନ କିସମର ଜଙ୍ଗଲ ଜମିରୁ ୨୩୯୧୭.୨୩୧୬ ହେକ୍ଟର ଖଣି କମ୍ପାନୀକୁ ଦିଆଯାଇଛି। ସେଥିରୁ ୭୦୧୬.୧୯୨୨ ହେକ୍ଟର ଜମିରେ ଖନନ ଚାଲିଛି। ଜିଲାର ଖଣିସଂସ୍ଥାଙ୍କୁ ସମୁଦାୟ ୧୧୦୮୦.୦୮୨ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି ଲିଜ୍‌ ଦିଆଯାଇଛି। ସେଥିମଧ୍ୟରୁ ୧୦୬୧.୫୬୨୨ ହେକ୍ଟର ଜମିରେ ଖନନ ଅନୁମତି ଦିଆଯାଇଛି। ସେହିପରି ୧୭୫୫.୭୦୨ ହେକ୍ଟର ପିଆରଏଫ୍‌ (ପ୍ରୋଟେକ୍ଟେଡ ରିଜର୍ଭ ଫରେଷ୍ଟ) ଜଙ୍ଗଲ ଜମି ଖଣିସଂସ୍ଥାକୁ ଲିଜ୍‌ ସୂତ୍ରରେ ଦିଆଯାଇଥିବାବେଳେ ୧୦୬୧.୫୬୨୨ ହେକ୍ଟର ଜମିରେ ଖନନ ପାଇଁ ଅନୁମତି ଦିଆଯାଇଛି। ଏହା ଛଡା ୪୮୨୧.୦୮୫ ହେକ୍ଟର ଗ୍ରାମ୍ୟ ଜଙ୍ଗଲ ଜମି ଲିଜ୍‌ ସୂତ୍ରରେ ଦିଆଯାଇଥିବା ବେଳେ ସେଥିରୁ ୧୪୫୦.୩୭୦୪ ହେକ୍ଟର ଜମିରେ ଖଣି ଖନନ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ୪୯୨୩.୯୦୩୬ ହେକ୍ଟର ଡିଏଲ୍‌ସି (ଡିଷ୍ଟ୍ରିକ୍ଟ ଲେବଲ କମିଟି) ଦ୍ୱାରା ଘୋଷିତ ଜଙ୍ଗଲ ଜମି ଖଣି ସଂସ୍ଥାମାନଙ୍କୁ ଲିଜ୍‌ ଦିଆଯାଇଥିବା ବେଳେ ୧୭୮୮.୭୨୩୬ ହେକ୍ଟର ଜମିରେ ଖଣି ଖନନ ଅନୁମତି ମିଳିଥିବା ଜଣାପଡିଛି। ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଲା କେନ୍ଦୁଝର ଜଙ୍ଗଲରେ ଶାଳ, ପିଆଶାଳ, ଅସନ, କେନ୍ଦୁ, ଶିଶୁ, ଧଉରା, ଶିମିଳି, ବର, ଅଶ୍ୱତ୍‌ଥ, କୁସୁମ, ନିମ୍ବ, ଜାମୁ, ଆମ୍ବ, ମହୁଲ, ଚାର ଆଦି ବହୁ ଜାତିଜାତିକା ଗଛ ରହିଛି। ଜଙ୍ଗଲ ପଦା ହେବା ଫଳରେ ଏହି ସବୁ କିସମର ଗଛ ନଷ୍ଟ ହୋଇଯାଇଛି। ଏହା ବଦଳରେ ଶାଗୁଆନ, ଇଉକାଲିପଟାସ, ଆକାଶିଆ ଆଦି ଭଳି ଗଛ ଲଗାଯାଉଥିବାରୁ ଅସନ୍ତୋଷ ବଢୁଛି। ଗଛ ନଷ୍ଟ ହେବା ଫଳରେ ଜଳସ୍ତର ହ୍ରାସ ପାଉଛି ଏବଂ ମୃତ୍ତିକା କ୍ଷୟ ହେଉଛି। ଫଳରେ ବନ୍ୟପ୍ରାଣୀ ବାସହରା ହୋଇ ପଡୁଛନ୍ତି। ଖାଦ୍ୟାଭାବ ଯୋଗୁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ବହୁ ପ୍ରଜାତିର ପକ୍ଷୀ, ଜୀବଜନ୍ତୁ, ସରୀସୃପ ତଥା କୀଟ ପତଙ୍ଗ ଲୋପ ପାଇବାକୁ ବସିଲେଣି। ଜଳାଭାବ ଯୋଗୁ ମାଟି ଶୁଷ୍କ ହୋଇ ଯାଉଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଜଳସ୍ତର ହ୍ରାସ ପାଉଥିବାରୁ ଜଳ ସଙ୍କଟ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି। ଏଣୁ ବେଳଠୁଁ ଜଙ୍ଗଲର ସୁରକ୍ଷା କରିବା ଜରୁରୀ ହୋଇପଡିଛି। ପ୍ରାକୃତିକ ଜଙ୍ଗଲକୁ ସୁରକ୍ଷା ଦେବା ସହ ଜଗାରଖା କରାଗଲେ ଜଙ୍ଗଲ ସୃଷ୍ଟି ହୋଇ ପାରିବ ଏବଂ ଘନତ୍ୱ ବଢିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
– ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱ: ଅସମାହିତ ପ୍ରଶ୍ନର ସମାହାର

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ରାଜନୀତିରେ ସବୁକିଛି ସମ୍ଭବ। ଏଠି କେହି କାହାର ଚିର ଶତ୍ରୁ କିମ୍ବା ମିତ୍ର ନୁହନ୍ତି। ରାଜ୍ୟରେ ଖାଲିଥିବା ୩ଟି ରାଜ୍ୟ ସଭା ଆସନ...

ପୁରୀରେ ପହଞ୍ଚିଲା ୫ମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୧୧।୪: ଆସନ୍ତା ଜୁନ୍‌ ୨୩ରେ ରଥଯାତ୍ରା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ରଥ ନିର୍ମାଣ ଲାଗି ଶନିବାର ପୁରୀରେ ପହଞ୍ଚିଛି...

ନିର୍ବାଚିତ ପରିଷଦ କାର୍ଯ୍ୟକାଳ ସରିବାର ୧୫ ମାସ ଝୁଲାଇ ରଖାଯାଇଛି ନିର୍ବାଚନ

ବ୍ରହ୍ମପୁର ଅଫିସ,୩୧ା୧୨-ବ୍ରହ୍ମପୁର ମହାନଗର ନିଗମ ନିର୍ବାଚିତ ପରିଷଦ ୫ ବର୍ଷିଆ କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ୩୦ରେ ଶେଷ ହୋଇଛି। ଗତ ୧୫ ମାସ ହେବ ଗଞ୍ଜାମ...

ତଦନ୍ତ ପରେ ଫେରିଲା ଛତିଶଗଡ଼ ପୋଲିସ

ଭୁବନେଶ୍ୱର,୨୦ା୨(ବ୍ୟୁରେ): ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ହତ୍ୟା ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଭୁବନେଶ୍ୱରରେ ୩ଦିନ ଧରି ତଦନ୍ତ ଚଳାଇଥିଲା...

ନାଗରିକତ୍ୱ ସଂଶୋଧନ ବିଧେୟକକୁ ସମର୍ଥନ କଲା ବିଜେଡି

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ସୋମବାର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ ହୋଇଛି। ପୂର୍ବାହ୍ନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଧେୟକ...

ବିପଦର ସମ୍ମୁଖୀନ ହେଉଛନ୍ତି ସାର୍କ

ବାଲେଶ୍ୱର ଅଫିସ, ୧୫।୭-ବାଲେଶ୍ୱର ନୋସି ବିଜିନେସ୍‌ ପାର୍କର ଉତ୍କଳା ମଞ୍ଚରେ ପାଳିତ ହୋଇଛି ‘ସାର୍କ ଦିବସ’। ସାର୍କ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଶିକ୍ଷା ଦେବା...

ଭୁବନେଶ୍ୱର ହେବ ଗାର୍ବେଜ୍‌ ଫ୍ରି ସିଟି

ଭୁବନେଶ୍ୱର, ୧୨।୨ (ବ୍ୟୁରୋ):ଭୁବନେଶ୍ୱର ଆଗାମୀଦିନରେ ଆଉ ଡଷ୍ଟବିନ୍‌ ଦେଖିବାକୁ ମିଳିବ ନାହିଁ। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି), ମ୍ୟାଟେରିଆଲ ରିକୋଭରି ଫ୍ୟାସିଲିଟି ସେଣ୍ଟର (ଏମ୍‌ଆରଏଫ) ଓ...

‘ଟାଇମ୍ସ’ ହାୟର ଏଜୁକେଶନ ୱାର୍ଲଡ୍‌ ର଼୍ୟାଙ୍କିଙ୍ଗ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ) : ‘ଟାଇମ୍ସ’ ହାୟର ଏଜୁକେଶନ ୱାର୍ଲଡ୍‌ ର଼୍ୟାଙ୍କିଙ୍ଗ୍‌ରେ ପୁଣି ସ୍ଥାନ ପାଇଛି ସୋଆ ବିଶ୍ୱବିଦ୍ୟାଳୟ। ପୂର୍ବ ଭାରତରେ ସୁଖ୍ୟାତି ଅର୍ଜନ କରିଥିବା ସୋଆ...

Coronavirus Update


Archives

Model This Week

Why Dharitri