କେନିଆରେ ଛୁଟି ମନାଉଛନ୍ତି ଆଲିଆ-ରଣବୀର

ଆଲିଆ ଭଟ୍ଟ- ରଣବୀର କପୁରଙ୍କ ରିଲେସନ୍‌ଶିପ୍‌କୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଏବେ ଏହି ଦୁଇଜଣ କେନିଆରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦୁଇଜଣ ଏକ ସଫାରୀ ଗାଡ଼ିରେ ବୁଲୁଥିବା ଦେଖିବାକୁ ମିଳିଛି। ଦୁଇଟି କ୍ୟାମେରା ଧରି ସୁନ୍ଦର ସୁନ୍ଦର ଦୃଶ୍ୟର ଫଟୋ ଉଠାଉଥିବା ନଜର ଆସିଛନ୍ତି। ଫଟୋରେ ଦୁହେଁ ଖୁବ୍‌ ଖୁସିଥିବା ଜଣାପଡୁଛନ୍ତି। ଏହାବ୍ୟତୀତ ଆଲିଆ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସୁନ୍ଦର ଦୃଶ୍ୟକୁ ସେ ଉପଭୋଗ କରିବା ସହ କ୍ୟାପଶନ ଲେଖିଛନ୍ତି, ‘ସକାଳ ଏଇଠି। ଦିନ ନୂଆ। ଇଏ ଏମିତି ଜାଗା ଯେଉଁଠି ସକାଳର କିରଣ ଫୁଟି ଉଠୁଛି’। ଆଲିଆ-ରଣବୀର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବହୁ ବ୍ୟସ୍ତ ରହୁଛନ୍ତି। ଯେତେବେଳେ ବି ସମୟ ମିଳୁଛି ଦୁଇଜଣ ଏକାଠି ବୁଲାବୁଲି କରିବା ସୁଯୋଗକୁ ଆଦୌ ହାତଛଡ଼ା କରୁନାହାନ୍ତି। ଗଣେଶ ପୂଜା ଅବସରରେ ଦୁଇଜଣଙ୍କୁ ମୁକେଶ ଅମ୍ବାନୀଙ୍କ ଘରେ ଦେଖିବାକୁ ମିଳିଥିଲା। କହିରଖୁଛୁ, ଆଲିଆ-ରଣବୀର ଖୁବ୍‌ଶୀଘ୍ର ଆୟନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଏଥିରେ ଅମିତାଭ ବଚ୍ଚନ, ମୌନୀ ରାୟଙ୍କୁ ମଧ୍ୟ ଦେଖିବାକୁ ମିଳିିବ।


Enter your email to get our daily news in your inbox.

All Right Reserved By Dharitri.Com

ଶବାନା ଆଜମୀଙ୍କ ଜୀବନ ବଞ୍ଚାଇଥିବା ଯବାନ ହେଲେ ପୁରସ୍କୃତ

ବଲିଉଡ୍‌ର ନାମକରା ଅଭିନେତ୍ରୀ ଶବାନା ଆଜ୍‌ମୀ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶବାନାଙ୍କୁ ବଞ୍ଚାଇବା ପାଇଁ ପ୍ରାୟ ୧ କିମି ଦୌଡିଥିବା ମହାରାଷ୍ଟ୍ର...

ଭାରତରେ ପୁଣିଥରେ ରିଲିଜ୍‌ ହେବ ବାହୁବଳୀ, ବାହୁବଳୀ-୨

ଇତିମଧ୍ୟରେ ଲକ୍‌ଡାଉନ୍‌ ଶେଷ ହୋଇଯାଇଛି। ଲୋକମାନେ ପୁଣିଥରେ ନିଜ ନିଜ କାମରେ ଯୋଗ ଦେଲେଣି। ଦେଶର ଅନେକ ସହରରେ ସିନେମା ହଲ୍‌ ମଧ୍ୟ ଖୋଲିଗଲାଣି। ବଲିଉଡ୍‌...

ଅସୁସ୍ଥତା ପରେ ଶୁଟିଂସେଟ୍‌କୁ ଫେରିଲେ ସାମନ୍ଥା

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁ କିଛି ସମୟ ପୂର୍ବରୁ ପ୍ରଶଂସକଙ୍କ ସହ ଏକ ସୂଚନା ଶେୟାର କରିଛନ୍ତି, ଏଥିରେ ସେ ଲେଖିଛନ୍ତି, ସେ ଅଟୋ-ଇମ୍ୟୁନୋ...

ଚର୍ଚ୍ଚିତ ଦେଶପ୍ରେମ ଗୀତ

ଥରେ ମନେପକାନ୍ତୁ ନା ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କର ସେହି କାଳଜୟୀ ଗୀତ ‘ୟେ ମେରେ ଓ୍ବତନ କି ଲୋଗଁା’କୁ। କବି ପ୍ରଦୀପଙ୍କ ଦ୍ୱାରା ରଚିତ...

ସର୍ଜରୀ ବେଳେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ବେଙ୍ଗାଲୁରୁ,୧୭।୫: ୨୧ ବର୍ଷିୟା କନ୍ନଡ ଅଭିନେତ୍ରୀ ଚେତନା ରାଜ ପା୍ଲଷ୍ଟିକ୍‌ ସର୍ଜରୀ କରିବା ସମୟରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁରେ କନ୍ନଡ ସିନେମା...

ଜ୍ୟାକ୍‌ଲିନ୍‌ଙ୍କ ସହ ଆଲବମ୍‌ରେ ନଜର ଆସିବେ ଆସିମ୍‌

ବମ୍ବେ: ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ରନର୍ସ ଅପ୍‌ ହୋଇଥିଲେ ଜାମ୍ମୁ-କଶ୍ମୀର ମଡେଲ ଆସିମ ରିଆଜ। ପ୍ରତିଯୋଗୀ ଭାବେ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ...

ଚାମୋଲି ହିମସ୍ଖଳନ: ୪ ଅନାଥ କନ୍ୟାଙ୍କୁ ପୋଷ୍ୟଭାବେ ଗ୍ରହଣ କରିବେ ସୋନୁ

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଅଭିନୟ ବ୍ୟତୀତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି । ଏବେ ସେ ଗରିବଙ୍କ...

ସାଇବର ଫ୍ରଡର ଶିକାର ହେଲେ ବୋନି

ମୁମ୍ବାଇ: ଆଜିକାଲି ସାଇବର କ୍ରାଇମ ଦିନକୁ ଦିନ ବଢିବାରେ ଲାଗିଛି । ସବୁ ବର୍ଗର ଲୋକେ ଏହାର ଶିକାର ହେଉଥିବା ଦେଖାଯାଇଛି । ଏବେ ବଲିଉଡର...

Advertisement
Archives

Model This Week