Posted inଜାତୀୟ

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଆସନ୍ତା ୧୬ରେ ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାମ ଲିଳା ମଇଦାନରେ କେଜରିଓ୍ବାଲଙ୍କ ସହ ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ ବୋଲି ସୂଚନା ରହିଛି। ଏହାକୁ ନେଇ ସେ ଉପରାଜ୍ୟପାଳ ଅନିଲ ବେଜଲଙ୍କୁ ପତ୍ର ଲେଖି ସରକାର ଗଠନ ପାଇଁ ଅନୁମତି ମାଗିଛନ୍ତି। ଅନୁମାନ କରାଯାଉଥିଲା କେଜରିଓ୍ବାଲଙ୍କ ଶପଥ ଗ୍ରହଣ ସମାରୋହରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସମର୍ଥନ ନ କରୁଥିବା ଦଳର ନେତା ଯୋଗଦେଇ ପାରନ୍ତି। ହେଲେ ଏବେ ଶୁଣିବାକୁ ମିଳିଛି କି ଦିଲ୍ଲୀ ବ୍ୟତୀତ ବାହାର ରାଜ୍ୟର  କୌଣସି ନେତାଙ୍କୁ ଏଥିଲାଗି ନିମନ୍ତ୍ରଣ କରାଯାଇ ନାହିଁ। ଅର୍ଥାତ୍‌ କେଜରିଓ୍ବାଲଙ୍କ ଶପଥ ଗ୍ରହଣ ସମାରୋହରେ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇ ନ ପାରନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଏହି ସୂଚନା ଅନୁଯାୟୀ, ଏଏପି ଏଥିନେଇ ଚୁଡାନ୍ତ ନିଷ୍ପତ୍ତି ନେଇ ନ ଥିବା ବେଳେ ଭାଜପା ଭଳି ରାଜନୀତି କରିବାକୁ ଚାହୁଁନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ ୧୯ ହଜାର ତଳେ…

ନୂଆଦିଲ୍ଲୀ,୧୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ଭିଡ଼କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ୧୯ ହଜାର...

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ କ୍ୟୁରେଟିଭ ପିଟିଶନ

ନୂଆଦିଲ୍ଲୀ,୧୯।୩: ନିଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରି ଦେଇଛନ୍ତି। ଘଟଣା ସମୟରେ ସେ ନାବାଳକ...

୧୩ଦିନରେ ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ: ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାକାରୀଙ୍କ ସମେତ ୨ଆତଙ୍କବାଦୀ ନିପାତ

ଶ୍ରୀନଗର,୧୫।୬: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିପଡ଼ିଲେ କଶ୍ମୀରରେ ଟାର୍ଗେଟ କିଲିଂ ସମୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିଥିବା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ...

ବଢିପାରେ ଲାଲୁଙ୍କ ଅଡୁଆ

ରାଞ୍ଚି,୧୧ ।୧୨: ଚାରା ଘୋଟାଲା ଓ ଅନ୍ୟ କିଛି ମାମଲାରେ ଜେଲ୍ ଯାଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ...

ରାଜନୈତିକ ଅସ୍ତ୍ର ଭାବେ ବ୍ୟବହୃତ ହେଉଛି ସିବିଆଇ, ତେଜସ୍ବୀଙ୍କ ସମାଲୋଚନା…

ପାଟନା, ୩୧।୮ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଗୁରୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସିବିଆଇକୁ ଏକ ରାଜନୈତିକ ଅସ୍ତ୍ର ଭାବରେ...

ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ବିଗୁଲ…

ଲକ୍ଷ୍ନୌ,୨୦।୧୦: ଆସନ୍ତା ୨୦୨୨ର ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନୀ ବିଗୁଲ ବଜାଇଛନ୍ତି। ବୁଧବାର...

ନୂତନ ଅବକାରୀ ନୀତି, ୧୧ ଅଧିକାରୀଙ୍କୁ ନିଲମ୍ବିତ କଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ, ୬।୮ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ନୂତନ ଅବକାରୀ ନୀତି ନେଇ କଡ଼ା ପଦକ୍ଷେପ ନେଇଛନ୍ତି। ଭିଜିଲାନ୍ସ ରିପୋର୍ଟ ପରେ ସେ ଏକ୍ସାଇଜ...

ଦୂର୍ଗାପୂଜାରେ ହେବନାହିଁ ପ୍ଲାଷ୍ଟିକର ବ୍ୟବହାର

ଶିଲଂ,୩।୧୦: ଚଳିତ ବର୍ଷ ଦୁର୍ଗାପୂଜାରେ ମେଘାଳୟରେ ପ୍ଲାଷ୍ଟିକର ବ୍ୟବହାର କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ମେଘାଳୟ କେନ୍ଦ୍ରୀୟ ପୂଜା କମିଟି ଦ୍ୱାରା ରାଜ୍ୟର ସମସ୍ତ...

Advertisement
Archives

Model This Week