Posted inଜାତୀୟ

କୃଷକଙ୍କୁ ମିଳିବ ୩୦୦୦ ପେନ୍‌ସନ

ରାଞ୍ଚତ୍,୧୩-୯(ପି.ଟି.):କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ଲାଗି ବହୁପ୍ରତୀକ୍ଷିତ ପେନ୍‌ସନ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ଠାରେ ଶୁଭାରମ୍ଭ କରିଛନ୍ତି। ‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ୬୦ ବର୍ଷ ହେବା ପରେ ମାସିକ ୩୦୦୦ ଟଙ୍କା ପେନ୍‌ସନ ମିଳିବ। ଯେଉଁ କୃଷକମାନଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ସେମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ। ସେହିପରି କ୍ଷୁଦ୍ର ବ୍ୟବସାୟୀ ଓ ଦୋକାନୀମାନଙ୍କୁ ପେନସନ ପ୍ରଦାନ ପାଇଁ ‘ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରୀ ମାନ ଧନ ଯୋଜନା’ ଏବଂ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ଲାଗି ‘ସ୍ବରୋଜଗାର’ ପେନ୍‌ସନ ଯୋଜନା ଶୁଭାରମ୍ଭ କରାଯାଇଛି। ଏହି ସମସ୍ତ ଯୋଜନାରେ ଆବେଦନର ବୟସସୀମା ୧୮ରୁ ୪୦ ବର୍ଷ ରଖାଯାଇଛି ଓ ସେମାନେ ୬୦ ବର୍ଷ ବୟସରେ ପହଞ୍ଚତ୍ବା ପରେ ମାସିକ ୩୦୦୦ ଟଙ୍କା ପେନ୍‌ସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ।
ଏଥିସହିତ ଝାଡ଼ଖଣ୍ଡ ବିଧାନସଭାର ନୂଆ ବିଲ୍ଡିଂ ଓ ଏକ ମଲ୍ଟି-ମୋଡାଲ କାର୍ଗୋ ଟର୍ମିନାଲକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। କୁଟେ ଗ୍ରାମରେ ନିର୍ମିତ ତିନି ମହଲା ବିଶିଷ୍ଟ ନୂଆ ବିଧାନସଭା ବିଲ୍ଡିଂ ନିର୍ମାଣରେ ୪୬୫ କୋଟି ଟଙ୍କା ବ୍ୟୟ ହୋଇଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡ ସଚିବାଳୟର ନୂଆ ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନ୍‌ଲାଇନରେ ଦେଶରେ ୪୬୨ ଏକଲବ୍ୟ ମଡେଲ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏନ୍‌ଡିଏ ଦ୍ୱିତୀୟ ପାଳି ସରକାର ଦେଶରୁ ଦୁର୍ନୀତି ହ୍ରାସ କରିବା ସହ ଆତଙ୍କବାଦକୁ କାବୁ କରିବା ଏବଂ ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳକୁ ବିକାଶର ଉଚ୍ଚ ସୋପାନକୁ ନେଇଯିବା ଲାଗି ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସରକାର ପ୍ରଥମ ୧୦୦ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ୧୦୦ ଦିନରେ ଦେଶ ତାଙ୍କ ମନ୍ତ୍ରଣାଳୟର ଦ୍ରୁତ କାର୍ଯ୍ୟକ୍ରମର କେବଳ ଟ୍ରେଲର ଦେଖିଛି, ପୂରା ଚଳଚ୍ଚିତ୍ର ଦେଖିବାକୁ ବାକି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆକ୍ଷେପ କରି ମୋଦି କହିଥିଲେ, ଦୁର୍ନୀତି ଦୂର କରିବା ପାଇଁ ତାଙ୍କ ସରକାର ସଂକଳ୍ପବଦ୍ଧ। ନିଜକୁ ଆଇନ ଅଦାଲତରୁ ଊର୍ଦ୍ଧ୍ୱରେ ବୋଲି ଭାବୁଥିବା ବ୍ୟକ୍ତି ଏବେ ଜାମିନ ପାଇଁ କୋର୍ଟଙ୍କ ଶରଣାପନ୍ନ ଓ ଅନ୍ୟ କେତେଜଣ ଜେଲ୍‌ ଯାଇଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମ ଏବେ ତିହାର ଜେଲ୍‌ରେ ଅଛନ୍ତି।
ମୁସଲମାନଙ୍କ ମର୍ଯ୍ୟାଦାର ସୁରକ୍ଷା ପାଇଁ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇବା ସହ ଏଥିପାଇଁ ପାର୍ଲାମେଣ୍ଟର ପ୍ରଥମ ଅଧିବେଶନରେ ତିନି ତଲାକ ବିଲ୍‌ ଗୃହୀତ ହୋଇଥିବା କହିଥିଲେ। ଝାଡ଼ଖଣ୍ଡରେ ରଘୁବର ଦାସ ସରକାର ଗତ ୫ ବର୍ଷ ମଧ୍ୟରେ ସ୍ବଚ୍ଛତା ଆଣିବା ଦିଗରେ ସମସ୍ତ ପ୍ରୟାସ କରିଥିବାରୁ ମୋଦି ଉଚ୍ଚ ପ୍ରଶଂସା କରିଥିଲେ। ଆୟୁଷ୍ମାନଥ ଭାରତ ସ୍ବାସ୍ଥ୍ୟବୀମା ଯୋଜନାରେ ଦେଶର ୪୪ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ କୋଟିରୁ ଊର୍ଦ୍ଧ୍ୱ ଘର ନିର୍ମାଣ ହୋଇଥିବାବେଳେ ଆଉ ୨ କୋଟି ନିର୍ମାଣାଧୀନ ରହିଛି। ଏହା ବ୍ୟତୀତ ଦେଶରେ ୧୦ କୋଟି ଶୌଚାଳୟ ନିର୍ମାଣ ହେବା ସହ ୮ କୋଟି ପରିବାରକୁ ମାଗଣାରେ ଏଲ୍‌ପିଜି ସଂଯୋଗ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri