ଜଳେଶ୍ୱର, ୨୨।୫(ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କୁଶଗଡ଼ ଫାଣ୍ଡି ଅଧିନ କୁଶଗଡ଼ ଜଙ୍ଗଲରେ ମଙ୍ଗଳବାର ଭୋର୍ରୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୫ରୁ ଊର୍ଦ୍ଧ୍ୱ ହାତୀ ରହିଥିବା ଜଣାପଡିଛି। ତେବେ ରାତି ସମୟରେ ଉକ୍ତ ହାତୀପଲ ଜଙ୍ଗଲ ପାଖ କଣ୍ଡରାଗଡ଼ିଆ, ସାନହଳଦୀଗୁଣ୍ଡି, ବଡ଼ହଳଦୀଗୁଣ୍ଡି ଗ୍ରାମଗୁଡ଼ିକ ଆଡ଼କୁ ଅଗ୍ରସର ହେବା ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ଘରଦ୍ୱାର ଛାଡ଼ି ପଳାୟନ କରିଛନ୍ତି। ଜଳେଶ୍ୱର ବନବିଭାଗର ଫରେଷ୍ଟର ତପନ ସିଂ ଓ କୁଶଗଡ଼ ଫାଣ୍ଡି ଅଧିକାରୀ ଉମାକାନ୍ତ ମହାପାତ୍ର କର୍ମଚାରୀମାନଙ୍କୁ ନେଇ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ହାତୀପଲକୁ ପଶ୍ଚିମବଙ୍ଗ ଅଭିମୁଖେ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି ବୋଲି ରେଞ୍ଜର ଦେବେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଉକ୍ତ ହାତୀପଲ ମୟୂରଭଞ୍ଜର ଶିମିଳିପାଳ କିମ୍ବା ପଶ୍ଚିମବଙ୍ଗର ଜଙ୍ଗଲ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ହାତୀ ପଲ ୧୨ଦିନ ଧରି ରାଇବଣିଆ ଥାନା ଆମ୍ବତୁମ୍ବା ଜଙ୍ଗଲରେ ଥିଲେ।
କାମ ଚାଲୁଥିଲା ହଠାତ୍ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…
ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...
ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ
ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...
ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…
ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...
୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି
ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...
ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍ପେଣ୍ଡ ହେଲେ ୨ ଏଏନଏମ
ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...
ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା
ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...
ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ
ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...
ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍
ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ । ତେବେ ଧରାପଡିବା ପରେ ଯୁବକ...
Archives


