କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ, ୮ଶହ ଅଭିଭାବକ ସାମିଲ

କୁଆଁରମୁଣ୍ଡା,୧୬।୧(ଡି.ଏନ.ଏ.)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶମତେ ଗୁରୁବାର ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ ହୋଇଥିଲା। ୮ଶହରୁ ଅଧିକ ଅଭିଭାବକ ଯୋଗଦେଇ ବିଦ୍ୟାଳୟର ସୁନ୍ଦରବଗିଚା ବୁଲିଦେଖିବାସହ ବିଦ୍ୟାଳୟର ପରିବେଶକୁ ଦେଖି ଆନନ୍ଦିତ ହୋଇଥିଲେ। ପରେ ଆୟୋଜିତ ବୈଠକରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲ ଯୋଗଦେଇ ଅଭିଭାବକମାନଙ୍କ ପ୍ରେରଣା ଯୋଗୁ ସବୁ କିଛି ସମ୍ଭବ ହେଉଛି ବୋଲି କହିଥିଲେ। ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ବିକାଶ ଅଧିକ କରିବାକୁ ବିଦ୍ୟାଳୟର ପରିବେଶକୁ ସୁନ୍ଦର କରାଯାଇଛି। ତା’ ସହିତ ଶିକ୍ଷୟିତ୍ରୀ/ଶିକ୍ଷକଙ୍କର ଗୁରୁ ଦାୟିତ୍ୱ ରହିଥିବାବେଳେ ଅଭିଭାବିକା/ଅଭିଭାବକମାନଙ୍କର ମଧ୍ୟ ସହଯୋଗ ରହିଛି। ଛାତ୍ରୀଛାତ୍ର କିଭଳି ନିୟମିତ ଭାବେ ବିଦ୍ୟାଳୟ ଆସିବେ ସେଥିପ୍ରତି ମା’ବାପା ଯନତ୍ବାନ ହେବା ଆବଶ୍ୟକ ବୋଲି ପ୍ରଧାନଶିକ୍ଷକ ସାମଲ ଉପସ୍ଥିତ ଅଭିଭାବିକା/ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ସଦାନନ୍ଦ ପଧାନ ଯୋଗ ଦେଇ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଅଭିଭାବିକା/ଅଭିଭାବକଙ୍କୁ ଧନ୍ୟବାଦ ଦେଇଥିଲେ। ଜାତି/ଜନଜାତିବହୁଳ ଅଞ୍ଚଳରେ ଗଢି ଉଠିଥିବା ଏହି ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ଭଳି ମାତାପିତାମାନଙ୍କର ପୂର୍ଣ୍ଣ ସହଯୋଗ କାରଣରୁ ଛାତ୍ରୀଛାତ୍ର ପ୍ରତିବର୍ଷ ୩ୟ, ୫ମ ଏପରିକି ମାଟ୍ରିକ ପରୀକ୍ଷାରେ ଜିଲାରେ ଉତ୍ତମ ଫଳାଫଳ କରିଆସୁଛନ୍ତି ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ପଧାନ ବକ୍ତବ୍ୟରେ କହିଛନ୍ତି। ଏହି ଅବସରରେ ଛାତ୍ରୀଛାତ୍ରଙ୍କର ଷାଣ୍ମାସିକ ପରୀକ୍ଷା ଫଳ,ଏଲଇପି, ଉଜ୍ଜ୍ୱଳ, ଉତ୍‌ଥାନ କ୍ଲାସ ସମ୍ପର୍କରେ ଉପସ୍ଥିତ ଅଭିଭାବିକା/ଅଭିଭାବକଙ୍କ ସହ ଶିକ୍ଷୟିତ୍ରୀ/ଶିକ୍ଷକମାନେ ଆଲୋଚନା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉଦେଇ ଟପ୍ପୋ, ସିଆର୍‌ସିସି ଯାଗେଶ୍ୱର ରାଏଙ୍କ ସହ ଅନ୍ୟ ଶିକ୍ଷୟିତ୍ରୀ/ଶିକ୍ଷକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri