କୁନି ମ୍ୟାଜିସିଆନ ସାରା ଦର୍ଶକଙ୍କୁ କରୁଛନ୍ତି ମତୁଆଲା

ଭୁବନ, ୪।୧୧(ଡି.ଏନ.ଏ.) ବୟସ ମାତ୍ର ୫। ଅଥଚ ଦର୍ଶକଙ୍କ ଆଖି ଆଗରେ ଇନ୍ଦ୍ରଜାଲ ସୃଷ୍ଟି କରିବାରେ ସେ ବେଶ୍‌ ପାରଙ୍ଗମ। ପିଲାମାନଙ୍କ ଖେଳିବୁଲିବା ବୟସରେ ମ୍ୟାଜିକ୍‌ ଭଳି ଜଟିଳ ବିଷୟକୁ ଅତି ସହଜରେ କରାୟତ୍ତ କରିଥିବା ଏହି କୁନି ଝିଅ ହେଲେ ଭୁବନ ଅଞ୍ଚଳର ସାରା ସାହୁ।
କୁହାଯାଏ କଳା ହେଉଛି ଈଶ୍ୱରପ୍ରଦତ୍ତ ପ୍ରତିଭା, ଯାହା ପ୍ରବାହିତ ହେଉଛି ସାରାଙ୍କ ରକ୍ତରେ। ସାରାଙ୍କ ବାପା ଶକ୍ତି ପ୍ରସାଦ ସାହୁ ପେସାରେ ଜଣେ ଇଞ୍ଜିନିୟର। ହେଲେ ରାଜ୍ୟର ପ୍ରତିଷ୍ଠିତ ମ୍ୟାଜିସିଆନ ଭାବେ ସେ ବେଶ୍‌ ପରିଚିତ। ଏଥିରେ ପିଲାଟି ଦିନରୁ ପ୍ରଭାବିତ ହୋଇଛନ୍ତି ସାରା। ପ୍ରାୟ ବର୍ଷେ ହେଲା ସେ ବାପାଙ୍କଠାରୁ ଶିଖୁଛନ୍ତି ମ୍ୟାଜିକ୍‌। ଗତ ଶନିବାର ଭୁବନ କାଳୀବଜାର ବଣିକ ସଂଘ ପକ୍ଷରୁ ଆୟୋଜିତ ୪୦ତମ ବାର୍ଷିକ ଉତ୍ସବକୁ ଆମନ୍ତ୍ରିତ ହୋଇ ଆସିଥିଲେ ସାରା। ଆଉ ଅତି ଚମତ୍କାର ଶୈଳୀରେ ତାଙ୍କ ହାତର କରିସ୍ମାରେ ସେ କରିଥିଲେ ଦର୍ଶକଙ୍କ ମନୋରଞ୍ଜନ। ସେ ତାସ୍‌, କୋଲଡ୍ରିଙ୍କସ୍‌କୁ ନେଇ ଅତି ସୁନ୍ଦର ଭାବେ ମ୍ୟାଜିକ୍‌ ଦେଖାଇଥିଲେ, ଯାହା ଦର୍ଶକଙ୍କ ବେଶ୍‌ କରତାଳି ସାଉଁଟିଥିଲା।
ସୂଚନାଯୋଗ୍ୟ, ସାରା ଭୁବନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରାରମ୍ଭ ଶ୍ରେଣୀର ଛାତ୍ରୀ। ବାପାଙ୍କଠାରୁ ଶିଖିଥିବା ମ୍ୟାଜିକ୍‌କୁ ସେ ପ୍ରଥମେ ସ୍କୁଲର ସହପାଠୀଙ୍କ ନିକଟରେ ପ୍ରଦର୍ଶନ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ତାଙ୍କର ଯାଦୁବିଦ୍ୟା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁନି ବୟସରୁ ଏପରି ନିଆରା କଳାର ଅଧିକାରୀ ସାରା ବାପାଙ୍କ ପ୍ରେରଣାରେ ଅଞ୍ଚଳ ପାଇଁ ସୁନାମ ଆଣିବେ ବୋଲି ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri