Posted inଖେଳ

କିମ୍ବଦନ୍ତୀ ଶଟଲର ଲିଙ୍କ ଅବସର

ପୁତ୍ରାଜାୟା(ମାଲେସିଆ),୧୩।୬(ଏଏଫପି): କକର୍ଟ ଭଳି ମାରାତ୍ମକ ରୋଗରୁ ମୁକ୍ତ ହେବା ପରେ କିମ୍ବଦନ୍ତୀ ବ୍ୟାଡ୍‌ମିଣ୍ଟନ ଖେଳାଳି ଲି ଚୋଙ୍ଗ ଗୁରୁବାର ଅବସର ନେଇଛନ୍ତି। ଲୁହ ଭରା ଆଖିରେ ବିଶ୍ୱ ବ୍ୟାଡ୍‌ମିଣ୍ଟନର ଅନ୍ୟତମ ସଫଳ ଖେଳାଳିଙ୍କ କ୍ୟାରିୟରର ଅନ୍ତ ହୋଇଛି। ସେ କଦାପି ବିଶ୍ୱ ଚାମ୍ପିୟନଶିପ୍‌ କିମ୍ବା ଅଲିମ୍ପିକ୍‌ ଟାଇଟଲ ଜିତି ପାରି ନାହାନ୍ତି। ୩୪୮ ସପ୍ତାହ ଧରି ପୁରୁଷ ସିଙ୍ଗଲ୍ସ ବର୍ଗର ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ଥିଲେ ମଧ୍ୟ ଲି ୬ ଥର ବିଶ୍ୱ ଓ ଅଲିମ୍ପିକ୍ସ ଫାଇନାଲରେ ପରାସ୍ତ ହୋଇଥିଲେ। ସନ୍ନ୍ୟାସ ନେବାର ନିଷ୍ପତ୍ତି ମୋ ପାଇଁ ବହୁତ କଷ୍ଟକର ଥିଲା। ମୁଁ ଏହି ଖେଳକୁ ବହୁତ ଭଲ ପାଏ। କିନ୍ତୁ ଏହି ଖେଳ ବହୁତ ଦାବି କରେ, ଯାହାକୁ ମୋ ଶରୀର ଆଉ ପୂରା କରିପାରୁ ନାହିଁ। ପୂର୍ବରୁ ମଁୁ ଅଲିମ୍ପିକ୍ସ ପରେ ଅବସର ନେବା ପାଇଁ ଚିନ୍ତା କରିଥିଲି। ଶାରୀରିକ ସମସ୍ୟା ଯୋଗୁ ମୁଁ ଏହି ନିଷ୍ପତ୍ତି ନେଇଛି। ଗତ ୧୯ ବର୍ଷ ଧରି ମୋତେ ସମର୍ଥନ କରିଥିବା ସମସ୍ତ ମାଲେସିଆନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ୩୬ ବର୍ଷୀୟ ଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦୁଇ ସନ୍ତାନର ବାପା ଗତ ବର୍ଷଠାରୁ ନାକ କର୍କଟ ରୋଗର ଉପଚାର କରାଇଥିଲେ। ଏହାପରେ ପୁଣି ବ୍ୟାଡ୍‌ମିଣ୍ଟନକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିଲେ। ହେଲେ ସେ ଚଳିତବର୍ଷ ଏପ୍ରିଲଠାରୁ ଟ୍ରେନିଂ କରି ନ ଥିଲେ। ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବା ପାଇଁ ଅଧା ଟୁର୍ନାମେଣ୍ଟ ଶେଷ ହୋଇଯାଇଥିବାରୁ ସେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୩ ଥର ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ଏବେଠାରୁ ବିଶ୍ରାମ ନେବେ ଓ ପରିବାର ସହ ସମୟ ବିତାଇବେ। ସେ କ୍ରମାଗତ ୩ ଥର ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବାକୁ ସମର୍ଥ ହୋଇଥିଲେ ମଧ୍ୟ ମାଲେସିଆକୁ ସ୍ବର୍ଣ୍ଣ ପଦକ ଆଣି ଦେଇପାରି ନ ଥିଲେ। ଅନ୍ତିମ ଥର ୨୦୧୬ ଅଲିମ୍ପିକ୍ସରେ ଚାଇନାର ଚେନ ଲଙ୍ଗଠାରୁ ପରାସ୍ତ ହୋଇଥିଲେ। ଲିଙ୍କ ନିଷ୍ପତ୍ତିକୁ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ମାଲେସିଆ ନୋର୍ଜା ଜାକାରିଆ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ…

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri