Posted inଖେଳ

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର କିମ୍ବଦନ୍ତୀ ଚେସ୍‌ ଖେଳାଳି ତଥା ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ଉପସଭାପତି ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ (ସିବିଏ)ର ସମ୍ପାଦକ ଅରାତି ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି। ଶନିବାର ସକାଳେ ସହିଦ୍‌ ନଗରସ୍ଥିତ ଏକ ହସ୍ପିଟାଲରେ ୭୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ନିମୋନିଆରେ ପୀଡ଼ିତ ଥିଲେ। ଅରାତିଙ୍କ ବିୟୋଗରେ ଓଏସ୍‌ସିଏ ଓ ବିସିଏ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ବିବାହିତ ଅରାତି ରାଜ୍ୟ ସରକାରଙ୍କ ଓ୍ବାର୍କ୍ସ ଡିପାର୍ଟମେଣ୍ଟରୁ ଅଣ୍ଡର ସେକ୍ରେଟାରୀ ଭାବେ ଅବସର ନେଇଥିଲେ ମଧ୍ୟ ଚେସ୍‌ ପ୍ରତି ସମର୍ପିତ ରହଥିଲେ। ଚେସ୍‌ରେ ସଂସ୍କାର ପାଇଁ ଜୀବନର ଅଧିକାଂଶ ସମୟ କଟାଇଥିଲେ ମଧ୍ୟ କେବେ ଥକି ପଡ଼ି ନ ଥିଲେ ଏହି କିମ୍ବଦନ୍ତୀ କ୍ରୀଡ଼ାବିତ୍‌। ସେ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ଓଡ଼ିଶା ରାଜ୍ୟ ଚେସ୍‌ ସଂଘର କାର୍ଯ୍ୟକାରୀ ସଭାପତି ରହିବା ସହ ବହୁ ଉନ୍ନତମାନର ଖେଳାଳିଙ୍କୁ ଚେସ୍‌ ସିଲଟରେ ପାଠ ପଢ଼ାଇଥିଲେ। ୧୯୬୫ରୁ ୭୨ ପର୍ଯ୍ୟନ୍ତ ଅନେକଥର ରାଜ୍ୟ ଚାମ୍ପିୟନ ହୋଇଥିବା ଏହି ଚେସ୍‌ରନତ୍ ସିଭିଲ ସର୍ଭିସ ଖେଳରେ ଓଡ଼ିଶାକୁ ବହୁବାର ଜିତାଇଛନ୍ତି। ଗାର୍ଗି ମହାପାତ୍ର, ସୌମ୍ୟରଞ୍ଜନ ମିଶ୍ର ପ୍ରମୁଖ ତାଙ୍କର ଅନ୍ୟତମ ଶିଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଈଶାନ କିଶାନଙ୍କ ଚମକାଇଲା ଭଳି ନିଷ୍ପତ୍ତି: ଟିମ୍‌ ଇଣ୍ଡିଆ ନୁହେଁ, ଏବେ ଏହି ବିଦେଶୀ ଟିମ୍‌ରୁ ଖେଳିବେ କ୍ରିକେଟ…

ନୂଆଦିଲ୍ଲୀ,୨୦।୬: ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ ଈଶାନ କିଶାନଙ୍କୁ ଏବେ ଟିମ ଇଣ୍ଡିଆରେ ସୁଯୋଗ ମିଳୁନାହିଁ। ସେ ଭାରତ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ ୨୦୨୩ରେ ଖେଳିଥିଲେ।...

ଡିଭିଲିୟର୍ସଙ୍କ ଉପରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ନିଜ ଦଳର ଖେଳାଳି, ଦେଲେ ବଡ଼ ବୟାନ…

ନୂଆଦିଲ୍ଲୀ,୨୦।୬: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ଖେଳାଳି ଏବି ଡିଭିଲିୟର୍ସଙ୍କ ଉପରେ ଏକ ବଡ଼ ଅଭିଯୋଗ ଆସିଛି। ତାଙ୍କ ସାଥୀ ଖେଳାଳି ଥାମି ସୋଲେକିଲେ ତାଙ୍କ ଉପରେ...

India vs England Leeds Test: ହାତରେ କଳାପଟ୍ଟି ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଖେଳାଳି: ଜାଣନ୍ତୁ କାହିଁକି

ଲିଡ୍ସ,୨୦।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଲିଡ୍ସରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି...

IND vs ENG 1st Test: ଟସ୍‌ ଜିତିଲା ଇଂଲଣ୍ଡ: ଡେବ୍ୟୁ କରିବେ ସାଇ ସୁଦର୍ଶନ, ଜାଣନ୍ତୁ ଭାରତୀୟ ଦଳରୁ କିଏ ପଡ଼ିଲେ ବାଦ୍‌

ଲିଡ୍ସ,୨୦।୫: ଲିଡ୍ସ ଟେଷ୍ଟରେ ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ...

ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲିଡ୍ସ,୧୯ା୬(ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଲିଡ୍ସ ଗ୍ରାଉଣ୍ଡରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି...

ଶୁବମନ ଗିଲଙ୍କ ଉପରେ ଗମ୍ଭୀର ସଙ୍କଟ: ମାଡ଼ିଆସୁଛି ୩ ଅଦୃଶ୍ୟ ବିପଦ

ଲିଡ୍ସ,୨୦।୬: ଇଂଲଣ୍ଡରେ ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆର ଅଗ୍ନିପରୀକ୍ଷା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ...

ବିରାଟଙ୍କ କୋଚଙ୍କଠାରୁ ଟ୍ରେନିଂ ନେଉଛନ୍ତି ତାଙ୍କ ଭଣଜା, ରାଜକୁମାର ଶର୍ମା ଭେଟିଦେବେ ଆଉ ଜଣେ ମହାନ କ୍ରିକେଟର!

ନୂଆଦିଲ୍ଲୀ,୧୯।୬: ବିରାଟ କୋହଲି ପ୍ରାୟତଃ ସୋସିଆଲ ମିଡିଆରେ ଶିରୋନାମାରେ ରହିଥାଆନ୍ତି। ପୁଣିଥରେ ଏହି ଭାରତୀୟ ବ୍ୟାଟସମ୍ୟାନ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। କିନ୍ତୁ, ଏଥର ତାଙ୍କ ଖେଳ...

ସଚିନଙ୍କୁ ରୋକିଥିଲା ପୋଲିସ୍‌: ପଛରେ ରହିଛି ଏମିତି କାରଣ

ଲିଡ୍ସ,୧୯।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ଜୁନ ୨୦ରୁ ଲିଡ୍ସର ହେଡିଙ୍ଗଲି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri