କିପରି ଉଠାଇବେ ଇପିଏଫ୍‌ ଟଙ୍କା

ନୂଆଦିଲ୍ଲୀ,୧୦।୪: କରୋନା ଜନିତ ଲକ୍‌ଡାଉନ ବେଳେ ଯଦି ଆପଣ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି, ତେବେ ଆପଣଙ୍କର କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍‌)ରୁ ଟଙ୍କା ଉଠାଇପାରିବେ। ଏଥିପାଇଁ ସରକାର ଗତମାସ ୨୬ ତାରିଖରେ ଘୋଷଣା କରିଥିଲେ। ଏ ନେଇ ଇପିଏଫ୍‌ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମାବଳୀରେ ସଂଶୋଧନ କରାଯାଇଛି। ବିଜ୍ଞପିତ ହୋଇଥିବା ଏହି ସଂଶୋଧିତ ନିୟମ ଅନୁଯାୟୀ ଜଣେ ଇପିଏଫ୍‌ ସଦସ୍ୟ ତାଙ୍କ ତିନିମାସର ମୂଳ ବେତନ ଓ ମହଙ୍ଗା ଭତ୍ତା ପରିମାଣର ଅର୍ଥ କିମ୍ବା ଆକାଉଣ୍ଟରେ ଜମା ଥିବା ଅର୍ଥର ୭୫ ପ୍ରତିଶତ, ଯେଉଁଟି କମ୍‌ ହେଉଥିବ, ଉଠାଇପାରିବେ। ଉଦାହରଣ ସ୍ବରୂପ ଯଦି ଆପଣଙ୍କର ମାସିକ ମୂଳ ବେତନ ଓ ମହଙ୍ଗା ଭତ୍ତା ମିଶି ୩୦, ୦୦୦ ଟଙ୍କା ହେଉଥିବ ଏବଂ ଆପଣଙ୍କ ଇପିଏଫ୍‌ ଆକାଉଣ୍ଟରେ ୩ ଲକ୍ଷ ଟଙ୍କା ଜମା ରହିଥିବ ତେବେ ୩ ମାସର ବେତନ ୯୦ ହଜାର ଟଙ୍କା ଏବଂ ଇପିଏଫ୍‌ ଜମାର ୭୫ ପ୍ରତିଶତ ୨,୨୫,୦୦୦ ଟଙ୍କା ହେଉଛି। ଏପରିସ୍ଥଳେ ଆପଣ ଇପିଏଫ୍‌ରୁ ୯୦ ହଜାର ଟଙ୍କା ଉଠାଇପାରିବେ। କରୋନା ମହାମାରୀ ବେଳେ ଉଠାଉଥିବା ଏହି ଅର୍ଥ ଆପଣଙ୍କୁ ଭରିବାକୁ ପଡ଼ିବ ନାହିଁ।
ସଂଶୋଧିତ ନିୟମ ଅନୁଯାୟୀ କେବଳ କୋଭିଡ୍‌-୧୯ ନୁହେଁ, ଭବିଷ୍ୟତରେ ଅନ୍ୟ କୌଣସି ମହାମାରୀ ହେଲେ ସମ୍ପୃକ୍ତ ସରକାର କର୍ମଚାରୀମାନଙ୍କୁ ଇପିଏଫ୍‌ରୁ ଏଭଳି ଅଗ୍ରିମ ନେବା ପାଇଁ ଅନୁମତି ଦେବେ। ଇପିଏଫ୍‌ ଆକାଉଣ୍ଟଧାରୀ ଅନ୍‌ଲାଇନରେ ଆବେଦନ କରିପାରିବେ। ଏଥିପାଇଁ ସେମାନଙ୍କୁ ତିନୋଟି ସର୍ତ୍ତ ପୂରଣ କରିବାକୁ ହେବ। ତାହା ହେଲା ଇପିଏଫ୍‌ ସଦସ୍ୟଙ୍କ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ୍‌) ଆକ୍ଟିଭେଟେଡ ଥିବ, ଆଧାର ଯାଞ୍ଚ ହୋଇ ୟୁଏଏନ୍‌ରେ ସଂଯୋଗ ହୋଇଥିବ ଏବଂ ୟୁଏଏନ୍‌ ସହ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆଇଏପ୍‌ଏସ୍‌ସି କୋଡ୍‌ ଦିଆଯାଇଥିବ।
କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ଦ୍ୱାରା ଜାରି ଏଫ୍‌ଏକ୍ୟୁ ଅନୁଯାୟୀ, ଉପରୋକ୍ତ ସୁବିଧା ପାଇବା ପାଇଁ ନିଯୁକ୍ତିଦାତାଙ୍କ ସାର୍ଟିଫିକେଟ କିମ୍ବା ଅନ୍ୟ ଦସ୍ତାବିଜ୍‌ର ଆବଶ୍ୟକତା ନାହିଁ। ତେବେ କର୍ମଚାରୀ ଇପିଏଫ୍‌ ଆକାଉଣ୍ଟରୁ ଅନ୍‌ଲାଇନ ଟଙ୍କା ଉଠାଇବା ପାଇଁ ଆବେଦନ କଲାବେଳେ ଚେକ୍‌ର ଏକ ସ୍କାନ୍‌ କପି ଅପ୍‌ଲୋଡ କରିବାକୁ ହେବ। ଅନଲାଇନ ଆବେଦନ ଲାଗି ଇ-ସେବା ପୋର୍ଟାଲ http://unifiedportal-mem.epfindia.gov.in/memberinterfaceକୁ ଯାଇ ନିଜ ୟୁଏଏନ୍‌ ଏଣ୍ଟର କରି ଆକାଉଣ୍ଟକୁ ଲକ୍‌ଇନ୍‌ କରନ୍ତୁ। ଅନ୍‌ଲାଇନ ସର୍ଭିସେସ୍‌କୁ ଯାଇ କ୍ଲେମ୍‌ (ଫର୍ମ-୩୧, ୧୯, ୧୦ସି ଏବଂ ୧୦ଡି) ମଧ୍ୟରୁ ସିଲେକ୍ଟ କରନ୍ତୁ। ସ୍କ୍ରିନ୍‌ରେ ଏକ ନୂଆ ଓ୍ବେବ୍‌ ପେଜ୍‌ ଦେଖିବେ ଯେଉଁଥିରେ ଆପଣଙ୍କ ନାଁ, ଜନ୍ମତାରିଖ, ଆଧାର ନମ୍ବରର ଶେଷ ୪ ଅଙ୍କ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଥିବ। ବ୍ୟାଙ୍କ ଆକାଉଣ୍ଟ ନମ୍ବରର ଶେଷ ୪ ଅଙ୍କ ଏଣ୍ଟର କରି ଭେରିଫାଏରେ କ୍ଲିକ୍‌ କଲେ ସ୍କ୍ରିନ୍‌ରେ ଅଣ୍ଡରଟେକିଂ ସାର୍ଟିଫିକେଟ ମାଗିବ। ଏହାପରେ ‘ପ୍ରୋସିଡ୍‌ ଫର ଅନ୍‌ଲାଇନ କ୍ଲେମ୍‌’ରେ କ୍ଲିକ୍‌ କରିବାକୁ ହେବ। ମେନୁରୁ ପିଏଫ୍‌ ଆଡଭାନ୍ସ (ଫର୍ମ ୩୧) ଚୟନ କରି ଟଙ୍କା ଉଠାଇବାର କାରଣ ସ୍ଥାନରେ କୋଭିଡ୍‌-୧୯ ମହାମାରୀ ବୋଲି ଲେଖିବେ। ଏହାପରେ ଉଠାଇବାକୁ ଥିବା ଟଙ୍କା ପରିମାଣ ଉଲ୍ଲେଖ କରି ଚେକ୍‌ର କପି ଅପ୍‌ଲୋଡ୍‌ କରିବେ ଓ ଠିକଣା ଲେଖିବେ। ଆଧାର ଲିଙ୍କ୍‌ ଥିବା ଆପଣଙ୍କ ମୋବାଇଲ ଫୋନ୍‌କୁ ଓ୍ବାନ୍‌ଟାଇମ୍‌ ପାସ୍‌ଓ୍ବାର୍ଡ (ଓଟିପି) ଆସିବ। ଏହି ଓଟିପି ଏଣ୍ଟର କରିବା ସହ ପୁଣିଥରେ ଅର୍ଥ ପରିମାଣ ଲେଖିବେ। ଏହା ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri