କିଡ଼୍‌ନୀ ରୋଗରେ ପୀଡ଼ିତ କ୍ଷୀରସିନ୍ଧୁ

କୋକସରା/ବେହେରା, ୧୨ା୫ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଁଚେତ୍‌ ଖୁଣ୍ଟିଅ ଗାଁର କ୍ଷୀରସିନ୍ଧୁ ଦୁର୍ଗା(୫୩)। ସେ ଆଏଜ୍‌କେ ବଛ୍‌ରେ ହେଲା କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ଘରେ ଯାହା ଥିଲା ଚିକିତ୍ସାରେ ଖରଚ୍‌ କରି ସେ ସରବ୍‌ସୁଆଁତ୍‌ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ଚିକିସତ୍ିତ ନାଇଁ ହେଇପାରି ଭଗବାନ ଭରସାରେ ଘରେ ପଡ଼ିରହିଛନ୍‌। ଏନ୍‌ତାଥି ସେ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇଥିବାର ଅଭିଯୋଗ ହେଇଛେ।

ସୂଚନା ହିସାବେ, କୋକସରା ବ୍ଲକ ଖୁଣ୍ଟିଆ ଗାଁର କ୍ଷୀରସିନ୍ଧୁ ଦୁର୍ଗା ଝନେ ନିହାତି ଗରିବ୍‌ ଲୋକ। ଅନେକ ଦିନ୍‌ ହେଲା ମାଏକିନା ଆରପାରକେ ଚାଲିଯାଇଛନ୍‌, ଏହେଦେ ଗୁଟେ ବଲି ଝି’ ଯାଜ୍ଞସେନୀ କ୍ଷୀରସିନ୍ଧୁକଁର ସାହାଭରସା। ଗଲା ବଛ୍‌ରେ ତଲେ କ୍ଷୀରସିନ୍ଧୁକଁର ପେଟ୍‌ ଦରଦ୍‌ ହେଲାରୁ ସେ ଧର୍ମଗଡ଼ ଡାକ୍‌ତରଖାନାରେ ଦେଖେଇଥିଲେ। ସେଠାନେ ଡାକ୍‌ତର ପରୀକ୍ଷା ନିରୀକ୍ଷା କରବାର ଲାଗି ଭବାନୀପାଟଣା ଜିଲା ମୁଖିଆ ଡାକ୍‌ତରଖାନାକେ ପଠେଇଥିଲେ। ଜିଲା ମୁଖିଆ ଚିକିତ୍ସାଲୟରେ ପରୀକ୍ଷାରୁ ଜନାପଡ଼ଲା ଯେ କିଡ଼୍‌ନୀରେ ସଂକ୍ରମଣ ଲାଗି କ୍ଷୀରସିନ୍ଧୁକଁର ଦିହିପା ଖରାପ ରହୁଛେ। ଡାକ୍‌ତର କ୍ଷୀରସିନ୍ଧୁକୁଁ ବୁର୍ଲା ବଡ଼ ଡାକ୍‌ତରଖାନାରେ ଡାଇଲିସିସ୍‌ କରବାକେ ପରାମଶ ଦେଇଥିଲେ। ହେଲେ ଟଁକା ପଏସା ଅଭାବୁ ବାପ୍‌ ଝି’ ମୁହୁଁକାନ୍‌ ଶୁଖେଇ ଘରକେ ଫିରିଆଏଲେ। ସେ ଦିନ୍‌ଠାନୁ କ୍ଷୀରସିନ୍ଧୁ ଘରେ ପଡ଼ି ରୋଗ୍‌ରେ ଛଟ୍‌ପଟ ହେଉଛନ୍‌। ବାପାର ଇ ଅବସ୍‌ତା ଦେଖି ଝି’ ଯାଜ୍ଞସେନୀ ଦୁଖେ ଭାଂଗିପଡ଼ିଛନ୍‌। ସେ ବାପାର ଚିକିତ୍ସା ଲାଗି କାହାକେ କହେବେ, କିଏ ସାହାଯ୍‌ କରବା ଏନ୍‌ତା ସବୁ ଚିନ୍‌ତାରେ ହରମେଶା ଘାରି ହେଉଛନ୍‌। ଏନ୍‌ତାଥି ବେହେରା କଲେଜରେ ଯୁକ୍ତ ଦୁଇ ପଢ଼ୁଥିବାର ଯାଜ୍ଞସେନୀ ପାଠ୍‌ପଢ଼ାରେ ଗଁଠି ପକେଇଛନ୍‌। ଘରେ ଯାହା ଟିକେରଁଚେ ଥିଲା ବାପର ଚିକିତ୍ସାରେ ଖରଚ୍‌ ହେଇଛେ। ଏହେଦେ ବାପାର ଉଷୋକଷା ଲାଗି ଯାଜ୍ଞସେନୀ ବାରଦୁଆର ହେଉଛନ୍‌। ସରକାରୀ ସାହାଯ୍‌ କହେଲେ ପରିବାରକେ ମିଲିଥିବାର ରାଶନ କାର୍ଡ ଖଁଡ଼କ ସାହାଭରସା। ରୋଗ୍‌ରେ ପଡ଼ି ଛଟପଟ ହେଉଥିବାର କ୍ଷୀରସିନ୍ଧୁ ନିଜର ଭାଏଗ୍‌କେ ଆଦ୍‌ରି ରହିଥିଲାବେଲେ ଝି’ ଯାଜ୍ଞସେନୀ ବାପର ସେବା ଯତନ୍‌ କରି ନିଜର ଦାଇତିଅ ତୁଲଉଛନ୍‌। ହେଲେ ଆଏଜ୍‌ତକ୍‌ ଇ ଦୁଖି ପରିବାର ଉପରେ ଥାନୀୟ ପରଶାସନର ଦୁରୁଷ୍‌ଟି ନାଇଁ ପଡ଼ିପାରି। ଇଆଡ଼େ ଯାଜ୍ଞସେନୀ ବାପାର ଚିକିତ୍ସା ଲାଗି ସହୁରୁଦ ଲୋକ୍‌ମାନକୁ ସହଯୋଗର ହାତ୍‌ ବଢ଼ାକେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍‌ ଆର ଯେ ସାହାଯ୍‌ କରବାକେ ଚାହୁଁଛନ୍‌ ମୋବାଇଲ ନଂ. ୭୮୯୪୮୩୩୬୭୬ରେ ଯୋଗାଯୋଗ୍‌ କରବାକେ ଅନୁରୋଧ୍‌ କରିଛନ୍‌। ଇ ବାବ୍‌ଦେ କୋକସରା ବିଡିଓ ବସନ୍ତ କୁମାର ସେଠୀକୁଁ ପଚରାଲାରୁ ଘଟନା ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ବହୁତ୍‌ ଜଲଦି ଗୁଟେ ଡାକ୍‌ତରି ଦଲ ପଠେଇ ତାକର ଚିକିତ୍ସା ବେବସ୍‌ତା କରାଯିବା। ଦରକାର ପଡ଼ଲେ ତାହାକୁ ବୁର୍ଲା ପଠାବାର ବେବସ୍‌ତା କରାଯିବା ବଲି ସେ ପରତିଶୁରତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri