କିଟ୍‌ ଓ କିସ୍‌ ପରିଦର୍ଶନ କଲେ ରିଜିଜୁ: ଅଲିମ୍ପିକ୍ସରେ ଭାରତକୁ ଜିତାଇବେ ଜନଜାତି

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଅଲିମ୍ପିକ୍ସରେ ଜନଜାତି ଛାତ୍ରୀଛାତ୍ରଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱ ବହନ କରିବ। ଭାରତରେ ପ୍ରତିଭାର ଅଭାବ ନାହିଁ। ଦେଶର ଗ୍ରାମାଞ୍ଚଳରେ ବହୁ କ୍ରୀଡା ପ୍ରତିଭା ଲୁକ୍କାୟିତ ଭାବେ ରହିଛନ୍ତି। ଏହି ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାକୁ ହେଲେ ଆମକୁ ଉପଯୁକ୍ତ ପଦକ୍ଷେପ ନେବାକୁ ପଡ଼ିବ। ଭାରତକୁ ଫିଟ୍‌ ରଖିବାକୁ ହେଲେ ଆମକୁ ଶାରୀରିକ ଓ ମାନସିକ ଭାବେ ଫିଟ୍‌ ରହିବାକୁ ପଡ଼ିବ ବୋଲି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି।
ଶୁକ୍ରବାର କିଟ୍‌ ଓ କିସ୍‌ ପରିଦର୍ଶନରେ ଆସି ରିଜିଜୁ ଦୁଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ୟୁନିଟ୍‌ ବୁଲି ଦେଖିଥିଲେ। ଏହି ଅବସରରେ ସେ କହିଥିଲେ, କିସ୍‌ରେ ଭବିଷ୍ୟତ ଅଲିମ୍ପିଆନ୍‌ମାନେ ରହିଛନ୍ତି। କିସ୍‌ ଛାତ୍ରୀଛାତ୍ର ଭବିଷ୍ୟତରେ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରି ଦେଶରୁ ଗୌରବ ଆଣିପାରିବେ। ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ୍‌ କିମ୍ବା ପରବର୍ତ୍ତୀ ଅଲିମ୍ପିକ୍‌ରେ ଜନଜାତି ବର୍ଗର ଛାତ୍ରୀଛାତ୍ରମାନେ ଭଲ ପ୍ରଦର୍ଶନ କରିବେ। ଛାତ୍ରୀଛାତ୍ରମାନେ ନିଜ ମଧ୍ୟରେ ଥିବା ଭେଦଭାବ ଭୁଲି ଶିକ୍ଷା ଓ କ୍ରୀଡ଼ା ଉପରେ ଗୁରୁତ୍ୱ ଦେବା ସହ ଦେଶ ଗଠନ ପାଇଁ ଆଗେଇ ଆସିବା ଉଚିତ। କିସ୍‌ର ୨୭ ହଜାର ଛାତ୍ରୀଛାତ୍ରଙ୍କ ମୁହଁରେ ଯେଉଁ ହସ ଦେଖାଯାଉଛି ସେହି ହସ ହେଉଛି ଭାରତର ସାମର୍ଥ୍ୟ। ଅଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତ୍‌ମାନେ ପୂର୍ବାପେକ୍ଷା ଉତ୍ତମ ପ୍ରଦର୍ଶନ କରିବା ଉପରେ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ ଗୁରୁତ୍ୱାରୋପ କରୁଥିବା ରିଜିଜୁ କହିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସ୍ବତନ୍ତ୍ର ସଚିବ ବିଶାଳ ଦେବ, ଅଲିମ୍ପିଆନ୍‌ ଦୂତୀ ଚାନ୍ଦ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‌ ଓ କିସ୍‌ର ସଂପାଦକ ଆର.ଏନ୍‌. ଦାଶ, କିସ୍‌ର ସିଇଓ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri