Posted inଖେଳ

କିଙ୍ଗ୍ସ କପ୍‌ ଫୁଟବଲ: କୁରାକାଓଠାରୁ ହାରିଲା ଭାରତ ଛେତ୍ରୀଙ୍କ ମାଇଲ୍‌ଖୁଣ୍ଟ

ବୁରିରାମ(ଥାଇଲାଣ୍ଡ),୫।୬(ପି.ଟି): ଏଠାରେ ଚାଲିଥିବା କିଙ୍ଗ୍ସ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ବୁଧବାର ଖେଳାଯାଇଥିବା ତା’ର ପ୍ରଥମ ମ୍ୟାଚ୍‌ରେ କୁରାକାଓଠାରୁ ପରାସ୍ତ ହୋଇଛି। ଅଧିନାୟକ ସୁନୀଲ ଛେତ୍ରୀ ଗୋଲ କରି ମାଇଲ ଖୁଣ୍ଟ ସ୍ଥାପନ କରିଥିଲେ ମଧ୍ୟ ଭାରତ ୩-୧ ଗୋଲରେ ମ୍ୟାଚ୍‌ ହାତଛଡ଼ା କରିଛି। ନୂଆ କୋଚ୍‌ ଆଇଗର ଷ୍ଟିମାକଙ୍କ ତତ୍ତ୍ୱାବଧାନରେ ଭାରତ ପ୍ରଥମ ପରାଜୟ ବରଣ କରିଛି।
ଏହି ମ୍ୟାଚ୍‌ ଖେଳିବା ସହ ଛେତ୍ରୀ ଭାରତର ସର୍ବାଧିକ ମ୍ୟାଚ୍‌ ଖେଳିଥିବା ଫୁଟବଲର ବିବେଚିତ ହୋଇଛନ୍ତି। ପୂର୍ବପନ ଅଧିନାୟକ ବାଇଚୁଙ୍ଗ ଭୂତିଆ ସର୍ବାଧିକ ୧୦୭ଟି ମ୍ୟାଚ୍‌ ଖେଳିଥିଲେ। ତେବେ ଛେତ୍ରୀ ଏହାକୁ ଅତିକ୍ରମ କରି ୧୦୮ଟି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ଛେତ୍ରୀ ଭାରତ ତରଫରୁ ୩୧ତମ ମିନିଟ୍‌ରେ ଏକମାତ୍ର ଗୋଲ ସ୍କୋର କରିଥିଲେ। ଏଥିସହ ସେ ମୋଟ ଉପରେ କ୍ୟାରିୟରର ୬୯ତମ ଗୋଲ ସ୍କୋର କରିଛନ୍ତି।
ଫିଫା ର଼୍ୟାଙ୍କିଙ୍ଗରେ କରିବିୟାନ ଦ୍ୱିପ ଦେଶ କୁରାକାଓ ଏବେ ୮୨ତମ ସ୍ଥାନରେ ରହିଛି। କୁରାକାଓର ଦୁଇଜଣ ଖେଳାଳି ଇଂଲିଶ ପ୍ରିମିୟର ଲିଗ୍‌ ଖେଳୁଛନ୍ତି। ସେହିପରି ଆଉ କେତେକ ଖେଳାଳି ୟୁରୋପିଆନ୍‌ ଲିଗ୍‌ ଖେଳୁଛନ୍ତି। କୁରାକାଓ ୧୮ ମିନିଟ ମଧ୍ୟରେ ୩ଟି ଗୋଲ ସ୍କୋର କରିଥିଲା। ୧୬ତମ ମିନିଟ୍‌ରେ ରୋଲି ବୋନେଭାସିଆ, ୧୮ତମ ମିନିଟ୍‌ରେ ଏଲସନ ହୁଇ ଓ ୩୩ତମ ମିନିଟରେ ଲିଓନାର୍ଡ କୁରାକାଓ ତରଫରୁ ଗୋଲ ଦେଇଥିଲେ। ଫିଫା ର଼୍ୟାଙ୍କିଙ୍ଗରେ ଭାରତ ଏବେ ୧୦୧ତମ ସ୍ଥାନରେ ରହିଛି। ଡିଫେନ୍ସ ଓ ଆଟାକରେ ଭାରତ ଦୁର୍ବଳ ପ୍ରଦର୍ଶନ କରିଥିଲା। ଭାରତ ଉପରେ କୁରାକାଓ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଏବେ ଥାଇଲାଣ୍ଡ ଓ ଭିଏତ୍‌ନାମ ମୁହଁାମୁହିଁ ହେବେ। ଏହି ମ୍ୟାଚ୍‌ର ପରାଜିତ ଦଳକୁ ଭାରତ ତୃତୀୟ ସ୍ଥାନ ପ୍ଲେ ଅଫ୍‌ ପାଇଁ ଶୁକ୍ରବାର ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri