କାଳ ବୈଶାଖୀରେ ଘର ଉପରେ ଗଛ ପଡ଼ିଲା: ମା’ ଝିଅ ମୃତ, ବାପା ଗୁରୁତର

ନୂଆପଡ଼ା ଅଫିସ,୨୧।୪-ନୂଆପଡ଼ା ଜିଲା ଜୋଙ୍କ ଥାନା ଅନ୍ତର୍ଗତ ଭଏଁଷାଟାଲ ଗ୍ରାମପଞ୍ଚାୟତ ଭଣ୍ଡାରପୁରୀ ଗାଁ ମଝିରେ ଥିବା ଏକ ବୃହଦାକାୟ ପିପଲ ଗଛ କାଳ ବୈଶାଖୀ ପ୍ରଭାବରେ ଭାଙ୍ଗି ପଡି ଘର ଉପରେ ପଡିବାରୁ ମା’ଝିଅଙ୍କ ମୃତ୍ୟୁ ଘଟିଛି। ବାପା ପୁନିତରାମ ଗୁରୁତର ଆହତ ହୋଇଛନ୍ତି।ତାଙ୍କୁ ନୂଆପଡା ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଗଣେଶୀବାଈ ତାଣ୍ଡି(୪୫) ଓ ଝିଅ ତୁଲସୀ ତାଣ୍ଡି(୧୫। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କାଳ ବୈଶାଖୀ ଯୋଗୁ ପ୍ରବଳ ଝଡତୋଫାନ ହୋଇଥିଲା। ଭଣ୍ଡାରପୁରୀ ଗାଁ ମଝିରେ ଥିବା ପିପଲ ଗଛ ହଠାତ୍‌ ଉପୁଡ଼ି ପଡି ପୁନିତରାମଙ୍କ ଦୁଇଟି ଇନ୍ଦିରାଆବାସ ଘର ଉପରେ ପଡିଥିଲା। ଫଳରେ ଘର ଦୁଇଟି ଭାଙ୍ଗି ପଡିଥିଲା।ଗୋଟିଏ ଘରେ ଶୋଇଥିବା ପୁନିତଙ୍କ ସ୍ତ୍ରୀ ଗଣେଶୀ ବାଈ ଏବଂ ତାଙ୍କ ଝିଅ ତୁଲସୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଏକ ଘରେ ଶୋଇଥିବା ପୁନିତ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ଜୋଙ୍କ ପୋଲିସ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଦୁଇଟିକୁ ଉଦ୍ଧାର କରି ନୂଆପଡାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆହତ ପୁନିତଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏହାକୁ ନେଇ ଏକ ଅପମୃତ୍ୟୁ(୧୦/୧୯) ମାମଲା ରୁଜୁ କରିଛି।  ପୋଲିସ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ପୁନିତ ଏବଂ ତାଙ୍କ ପୁଅ ମତିରାମ କାର୍ଯ୍ୟାଦେଶ ପାଇ ଦୁଇଟି ଇନ୍ଦିରାଆବାସ ନିର୍ମାଣ କରିଥିଲେ। ହେଲେ କିଛି ଦିନ ହେଲା ମତିରାମ ନିଜ ଶ୍ୱଶୁର ଘର ପରକୋଡରେ ରହୁଥିଲେ। ଗତ ୪ ମାସ ହେବ ପୁନିତରାମ ନିଜ ପରିବାର ସହ ଏହି ଦୁଇ ଇନ୍ଦିରାଆବାସରେ ରହୁଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହେ ପରତିଶତ ଅକ୍ଷମ ଯୋଗେଶ୍ୱର:ଭତାରେ ସୀମିତ ସରକାରୀ ସାହାଯ୍‌

ଡୁଙ୍ଗୁରିପାଲି, ୯ । ୭ (ଡି.ଏନ୍‌.ଏ.): ଦିବ୍ୟାଙ୍ଗମାନେ କେନ୍‌ଥେଇ ସମାଜର ମୁଖିଆ ଧାରରେ ସାମିଲ ହେଇପାରବେ ସେଥିରଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଯୋଜନା...

ଠିକା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ସାଢ଼େ ୬ ଲକ୍ଷ

ରାଉରକେଲା ଅଫିସ, ୨୩।୧୯: ସୁନ୍ଦରଗଡ଼ ଜିଲା ରାଉରକେଲା ମହାନଗର ନିଗମ ଅଫିସ ସମ୍ମୁଖରୁ ଜଣେ ଠିକା କମ୍ପାନୀ କର୍ମଚାରୀ ସୋମବାର ସାଢ଼େ ୬ ଲକ୍ଷ ଟଙ୍କା...

ମାସେ ହେଲା ୮ ନଳକୂଅ ଅଚଳ

ବାମରା, ୪।୬ (ସ୍ବ.ପ୍ର.) ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର ପଞ୍ଚାୟତରେ ଗତ ପ୍ରାୟ ୧ମାସ ହେବ ୮ଟି ନଳକୂଅ ଅଚଳ ହୋଇପଡିଥିବାରୁ ଲୋକେ ପାଣି...

ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ସମ୍ବଲପୁର,୩ା୩(ବ୍ୟୁରୋ): ସମ୍ବଲପୁର ଜିଲା ଫ୍ୟାମିଲି କୋର୍ଟରେ ଦୁଇବର୍ଷ ପୂର୍ବରୁ ଘଟିଥିବା ବହୁଚର୍ଚ୍ଚିତ ସଙ୍ଗୀତା ଚୌଧୁରୀ ହତ୍ୟାକାଣ୍ଡର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ବିଭୂତି ନାରାୟଣ...

ମିଛ ସୂଚନା ପୋଷ୍ଟ କରି ଅଡୁଆରେ ନାରୀନେତ୍ରୀ

ସମ୍ବଲପୁର,୧୫।୫ (ବ୍ୟୁରୋ): ସମ୍ବଲପୁରରେ କରୋନା ପଜିଟିଭି ଚିହ୍ନଟ ହୋଇଥିବା ମିଛ ସୂଚନା ଦେଇ ଏବେ ଜଣେ ମହିଳା ନେତ୍ରୀ ଅଡ଼ୁଆରେ ପଡ଼ିଛନ୍ତି। ସେ ହେଲେ ଭାରତୀ...

୬୨୬ ଫୁଟ୍‌ରେ ହୀରାକୁଦର ଜଳସ୍ତର: ପୁଣି ଖୋଲିପାରେ ଅଧିକ ଗେଟ୍‌

ସମ୍ବଲପୁର,୧୬ା୮(ବ୍ୟୁରୋ): ଉପର ମୁଣ୍ଡରେ ଲଗାଣ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ମଙ୍ଗଳବାର ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୨୬ଟି ଗେଟ୍‌ରୁ...

ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଲେ ମହାଦେବ:ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ସମ୍ବଲପୁର, ୮ା୬ (ବ୍ୟୁରୋ): ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ବରାତିରେ ନଗର ପରିକ୍ରମା କରି କନ୍ୟାଘରେ ପହଞ୍ଚିଥିଲେ। ଏଥିସହ ଷଷ୍ଠୀ...

ବର୍ଜ୍ୟବସ୍ତୁରୁ ଆୟ କରୁଛି ଏସ୍‌ଏମସି

ସମ୍ବଲପୁର,୩ା୪(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟ ପ୍ଳାଣ୍ଟ ଆରମ୍ଭ କରାଯାଇଥିଲା। ପ୍ରାୟ ୩ ବର୍ଷରେ ଏସ୍‌ଏମସି ଅଧୀନ ବିଭିନ୍ନ...

Advertisement
Archives

Model This Week