କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ସମାରୋହ: ଓଡ଼ିଆରେ ‘ପଠନ ଆନ୍ଦୋଳନ’ ଆଜିର ଆବଶ୍ୟକତା

ଭୁବନେଶ୍ୱର,୩ା୭(ବ୍ୟୁରୋ): ‘ହ୍ୟାରି ପଟର୍‌’ ସିରିଜର ଲେଖିକା ଜେ.କେ. ରାଓଲିଂ ନିଜ ଲେଖା ମାଧ୍ୟମରେ ଯୁବ ପାଠକମାନଙ୍କୁ ଆକୃଷ୍ଟ କରି ସେମାନଙ୍କ ମଧ୍ୟରେ ପୁଣିଥରେ ବହି ପଢିବା ପାଇଁ ଯେପରି ଆଗ୍ରହ ସୃଷ୍ଟି କରିପାରିଛନ୍ତି, ଓଡ଼ିଆ ଭାଷାରେ ମଧ୍ୟ ସେହିପରି ପାଠକ ସୃଷ୍ଟିର ଉଦ୍ୟମ ହେବା ଆବଶ୍ୟକ। ଓଡ଼ିଶାରେ ଧୀରେ ଧୀରେ ନୂଆପିଢିଙ୍କ ମଧ୍ୟରେ ପଢିବା ଓ ଲେଖିବାର ଅଭ୍ୟାସ ମରିଯାଉଛି। ଲେଖକମାନେ ନୂଆ ପାଠକ ସୃଷ୍ଟି କରିବାରେ ପ୍ରାୟତଃ ବିଫଳ ହେଉଛନ୍ତି। ପୁସ୍ତକ ପଠନ ପ୍ରତି ଆଗ୍ରହ କମି ଯାଉଥିବା ବେଳେ ନୂଆ ପିଢିକୁ ଆକୃଷ୍ଟ କରିବା ଭଳି ଲେଖକ ମଧ୍ୟ ସୃଷ୍ଟି ହେଉନାହାନ୍ତି। ଏପରି ସ୍ଥଳେ ଓଡ଼ିଆରେ ଏକ ‘ପଠନ ଆନ୍ଦୋଳନ’ ଗଢିତୋଳିବା ଆଜିର ଆବଶ୍ୟକତା ବୋଲି ମତପ୍ରକାଶ ପାଇଛି।
ପଦ୍ମଭୂଷଣ ସ୍ବର୍ଗତ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଶୁଭ ଜନ୍ମତିଥି ଅବସରରେ ମଙ୍ଗଳବାର ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡିଶା ପରିସରରେ ‘ଧରିତ୍ରୀ’ ପକ୍ଷରୁ ଏକ ବନ୍ଧୁମିଳନ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇଥିବା ବିଶିଷ୍ଟ ଲେଖିକାଲେଖକମାନେ କହିଥିଲେ, କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’ର ବରଜୁ ଚରିତ୍ର ଆଜି ବି କୋଟି କୋଟି ଓଡ଼ିଆଙ୍କୁ ଅନୁପ୍ରାଣିତ କରେ। ଯୌଥ ସୂତ୍ରରେ ବାନ୍ଧି ହୋଇ ରହିବାର ବାର୍ତ୍ତା ପ୍ରଦାନ କରେ। ବରଜୁ ହେଉ କି ଗାନ୍ଧାରୀ, ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଇବାରେ ଏହି ଚରିତ୍ରମାନେ ଗ୍ରହଣ କରିଛନ୍ତି ପ୍ରମୁଖ ଭୂମିକା। କାଳିନ୍ଦୀ ସାହିତ୍ୟରେ ବାରି ହୋଇପଡ଼ୁଥିବା ପ୍ରେମ, ମାନବିକତା ଓ ସୌନ୍ଦର୍ଯ୍ୟବୋଧ ପିଢି ପିଢି ଧରି ପାଠକଙ୍କୁ ଆକର୍ଷିତ କରିବ।
କାର୍ଯ୍ୟକ୍ରମରେ ‘ଧରିତ୍ରୀ’ ଏବଂ ‘ଓଡିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ସ୍ବାଗତଭାଷଣ ପ୍ରସଙ୍ଗରେ ବର୍ତ୍ତମାନ ଓଡ଼ିଆ ସାହିତ୍ୟର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ ବାଧା ପ୍ରତିବନ୍ଧକ ଆସିଥିଲେ ମଧ୍ୟ ଧରିତ୍ରୀ ଆଜି ବି ଏହାର ମାନ ବଜାୟ ରଖିପାରିଛି। ଧରିତ୍ରୀର ସୁଖ ଦୁଃଖ ସବୁଥିରେ ସାଥିହୋଇ ଛିଡାହୋଇଥିବାରୁ ସେ ଉପସ୍ଥିତ ଲେଖକ ଓ ସାହିତି୍ୟକମାନଙ୍କୁ ଧନ୍ୟବାଦ ଦେଇଥିଲେ। ‘ଧରିତ୍ରୀ’ ଏବଂ ‘ଓଡିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଓଡ଼ିଆ ସାହିତ୍ୟରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନର ଆବଶ୍ୟକତା ରହିଥିବା କହିଥିଲେ। ଯୁବପିଢିଙ୍କୁ ସାହିତ୍ୟମୁଖୀ କରାଇବା ପ୍ରତ୍ୟେକ ଲେଖକଙ୍କର ଲକ୍ଷ୍ୟ ହେବା ଉଚିତ୍‌। ସିରିଜ ଲେଖା ସହ ଚିନ୍ତାଶୀଳ ଲେଖା ମାଧ୍ୟମରେ ଲେଖକମାନେ ଯୁବ ପାଠକଙ୍କର ନିକଟବର୍ତ୍ତୀ ହୁଅନ୍ତୁ। ସାହିତି୍ୟକମାନେ ନିଜ ପାଇଁ ନୁହେଁ, ପାଠକମାନଙ୍କ ପାଇଁ ଲେଖିବାକୁ ଆଦ୍ୟାଶା ସତପଥୀ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ ସାହିତି୍ୟକ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ କହିଥିଲେ, ନିର୍ଭୀକ ସାମ୍ବାଦିକତା ‘ଧରିତ୍ରୀ’ର ଧ୍ୟେୟ ହୋଇଥିବାରୁ ଏହା ଆଜି ଅଧିକ ଲୋକପ୍ରିୟତା ଅର୍ଜନ କରିପାରିଛି। କବି ପ୍ରତିଭା ଶତପଥୀ କାଳିନ୍ଦୀ ସାହିତ୍ୟର ବ୍ୟାଖ୍ୟା କରିଥିବା ବେଳେ ବିପିନ ବିହାରୀ ମିଶ୍ର ଧରିତ୍ରୀ ଏହାର ‘ସାହିତ୍ୟ’ ପୃଷ୍ଠା ପାଇଁ ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୋଲିସ ଡିଜି ଶରତ ମିଶ୍ର, କବି ମମତା ଦାଶ, ବିମଳ ପ୍ରସାଦ ପାଣ୍ଡିଆ, ଶକୁନ୍ତଳା ବଳିୟାରସିଂହ, ଅରୁଣ ପଣ୍ଡା, ଡ. ବାବାଜୀ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଡ. ବିଜୟ କେତନ ପଟ୍ଟନାୟକ, ରଜତ କର, ଜୟନ୍ତୀ ରଥ, ଦ୍ୱିତୀଚନ୍ଦ୍ର ସାହୁ, ଛନ୍ଦା ମିଶ୍ର, କବି ସୂର୍ଯ୍ୟ ମିଶ୍ର, ଗାଳ୍ପିକା ଡ. ଅର୍ଚ୍ଚନା ନାୟକ, ହରିଶଙ୍କର ମିଶ୍ର, ନାଟ୍ୟକାର ରମେଶ ପାଣିଗ୍ରାହୀ, ଶରତ ଚନ୍ଦ୍ର ରଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଡ. ହୃଷୀକେଶ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏଥିରେ ଓଡିଶାର ବହୁ କବି, ଲେଖକ ଓ ସ୍ତମ୍ଭକାର ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri