କାଳିଆ ଯୋଜନା ବନ୍ଦ ପାଇଁ ହୀନଚକ୍ରାନ୍ତ : ମୁଖ୍ୟମନ୍ତ୍ରୀ

ଠାକୁରମୁଣ୍ଡା,୧୭ା୪(ଡି.ଏନ୍‌.ଏ.): କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀର ଠାକୁରମୁଣ୍ଡା ପଣସଡିହା ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଏମ୍‌ପି ଓ ବିଧାୟିକା ପ୍ରାର୍ଥତ୍ନୀଙ୍କୁ ଭୋଟ୍‌ ଦେଇ ବିଜୟୀ କରିବାକୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଆସି ବୁଧବାର ପୂର୍ବାହ୍ନରେ ପହଞ୍ଚିଥିଲେ। ସଭାରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା କାଳିଆ ଯୋଜନାରେ ରାଜ୍ୟର ୪୦ ଲକ୍ଷ ଚାଷୀ ଉପକୃତ ହୋଇପାରିବେ ବୋଲି ଉଦ୍‌ବୋଧନ ଦେଇଥିଲେ। କାଳିଆ ଯୋଜନା ବନ୍ଦ ପାଇଁ ହୀନଚକ୍ରାନ୍ତ କରାଯାଉଛି। ମଁୁ ବଞ୍ଚତ୍ଥିବା ପର୍ଯ୍ୟନ୍ତ ଏହାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ନବୀନ କହିଥିଲେ। ଏଥିସହିତ ବିଜୁ ସ୍ବାସ୍ଥ୍ୟ ଯୋଜନାରେ ଚିକିତ୍ସା ସହାୟତା ୫ ଲକ୍ଷ ଏବଂ ମହିଳାମାନଙ୍କୁ ଏହାର ଡବଲ ଅର୍ଥ ଦିଆଯାଉଛି ବୋଲିି କହିଥିଲେ। ଏମ୍‌ପି ପ୍ରାର୍ଥତ୍ନୀ ଚନ୍ଦ୍ରାଣୀ ମୁର୍ମୁ ଓ ବିଧାୟକ ପ୍ରାର୍ଥତ୍ନୀ ବାସନ୍ତୀ ହେମ୍ବ୍ରମଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଉକ୍ତ ସଭାରେ ଏମ୍‌ପି ଓ ବିଧାୟିକା ପ୍ରାର୍ଥତ୍ନୀ, କରଞ୍ଜିଆ ବିଧାୟକ ବିଜୟ କୁମାର ନାୟକ, ଜିଲା ସଭାପତି ଦେବାଶିଷ ମହାନ୍ତି ଉପସ୍ଥିତ ଥିବାବେଳେ ପ୍ରାୟ ୨୦ ହଜାର ଲୋକ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦୁଇ ଭଉଣୀ

ବସ୍ତା, ୧୬।୪(ହରିଶଙ୍କର ପାଢ଼ି): ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଗାନ୍ଧୀ ଛକ ନିକଟରେ ମଙ୍ଗଳବାର ଅପରାହ୍ନ ୨ଟା ବେଳେ ଏକ ଦୁଃଖଦ ଘଟଣା ଘଟିଛି।...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସୋର,୧୬।୪: ବାଲେଶ୍ୱର ଜିଲା ସୋର ନିକଟରେ ଏକ କୋଇଲା ବୋଝେଇ ଟ୍ରେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ସୋର ଷ୍ଟେସନ ନିକଟରେ ୨ଟି ବଗିରେ ନିଆଁ ଲଗିଥିବା ଦେଖିବାକୁ...

୧୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ବାଲେଶ୍ୱର, ୧୬।୪(ବାଞ୍ଛାନିଧି ଦେ):ଦୀର୍ଘ ୧୦ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ପୁଅକୁ ପାଇ ଭାବବିହ୍ବଳ ହୋଇପଡ଼ିଲେ ମା’। ବହୁ ସଂଘର୍ଷ ପରେ ସେ ତାଙ୍କ...

ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱରଜୀଉଙ୍କ ପାଟ ଉତ୍ସବ: ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୧୩ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା ରବିବାର ପ୍ରତିକୂଳ ପାଗ ସତ୍ତ୍ୱେ ଧର୍ମୀୟ...

ହାତଗୋଡ଼ ବାନ୍ଧି ପୋଷ୍ଟମାଷ୍ଟରଙ୍କୁ ଘରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫ ଲକ୍ଷ ଟଙ୍କା

ସୋର,୧୩ା୪(ଜନ୍ମେଜୟ ମିଶ୍ର): ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗ୍ରାମର ପୋଷ୍ଟମାଷ୍ଟର ବଟକୃଷ୍ଣ ମଲିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ୫ ଲକ୍ଷ ଟଙ୍କା ଲୁଟ୍‌...

ଅଭାବନୀୟ: ବାପାଙ୍କୁ ହାଣିଲା ନାବାଳକ ପୁଅ, କଟକ ସ୍ଥାନାନ୍ତର ହେଲେ…

ବାଲେଶ୍ୱର, ୧୨।୪(ବାଞ୍ଛାନିଧି ଦେ): ପାରିବାରିକ କଳହରୁ ପରିବାର ମଧ୍ୟରେ ବୁଲିଲା ତେଲେଙ୍ଗା କଟୁରି । ବାପାଙ୍କୁ ହାଣିଲା ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା...

୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ବେପାରୀଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାର ମସ୍‌ଜିଦ୍‌ ଗଳି ଅଞ୍ଚଳର ବ୍ରାଉନସୁଗାର ବେପାରୀ ସେକ କୁର୍ବାନଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି।...

ନାତୁଣୀଙ୍କ ଅଶ୍ଳୀଳ ଫଟୋ ପ୍ରଘଟ କରି ବନ୍ଧାହେଲେ ଅଜା

ନୀଳଗିରି,୧୨।୪(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଶ୍ଳୀଳ ଫଟୋ ପ୍ରଘଟ କରିବା ଅଭିଯୋଗରେ ସମ୍ପର୍କୀୟ ଅଜାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri