କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ମିଳୁନି ସହାୟତା: ଏକାଠି ହୋଇ ଅଭିଯୋଗ କଲେ

ଯୋଡ଼ା, ୨୮।୪(ଡି.ଏନ.ଏ.)-କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ଯୋଡା ବ୍ଲକ ଚମକପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କୌଣସି ସରକାରୀ ସହାୟତା ମିଳୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି କ୍ଷତିଗ୍ରସ୍ତ ହୋଇଥିବା ଲୋକେ ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
ଗତ ୨୪ତାରିଖରେ କାଳବୈଶାଖୀ ଯୋଗୁ ରେଭେନ୍ସାପୁର(କ), ରେଭେନ୍ସାପୁର(ଖ), ଶଙ୍କରପୁର, ଧୋବାକୁଚୁଡା, ଚମକପୁର, ରୁଗୁଡି, ଆଖଡାପଦ, ମୁର୍ସୁଆଁ ଆଦି ଗ୍ରାମର ପ୍ରାୟ ୬୫୦ରୁ ଊର୍ଦ୍ଧ୍ୱ ଲୋକଙ୍କର ଘର ଭାଙ୍ଗିଯାଇଥିଲା। ସେମାନଙ୍କୁ ପ୍ରାଥମିକ ସ୍ତରରେ ତାର୍ପୋଲିନ୍‌ ପାଲ ଯୋଗାଇ ଦେବା ପାଇଁ ନିୟମ ରହିଥିଲେ ହେଁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ତାହା ଦିଆଯାଇ ନ ଥିବା ରେଭେନ୍ସାପୁର (କ) ଗ୍ରାମର ଜଗନ୍ନାଥ ତିରିଆ ଅଭିଯୋଗ କରିଛନ୍ତି। ସେହିପରି କ୍ଷତିଗ୍ରସ୍ତ ଗ୍ରାମବାସୀ ପ୍ରଶାନ୍ତ ବାରିକ, ଦିଲୀପ ମହାକୁଡ, ଜୟ ମୁଣ୍ଡା, ଯୋଗେନ୍ଦ୍ର ମୁଣ୍ଡା ମଧ୍ୟ ଅନୁରୂପ ଅଭିଯୋଗ କରି କହିଛନ୍ତି ଯେ , କାଳବୈଶାଖୀ ପରେ ସେମାନଙ୍କର ଘର ଭାଙ୍ଗି ପଡିଥିଲେ ହେଁ, ଏହାର ତଥ୍ୟ ସଂଗ୍ରହ ପାଇଁ କେହି ଅଧିକାରୀ ଆସି ନାହାନ୍ତି। ସେମାନେ ଏକାଠି ହୋଇ ସରପଞ୍ଚ ଓ ରାଜସ୍ବ ନିରୀକ୍ଷକଙ୍କଠାରେ ଅଭିଯୋଗ କରିବା ପରେ ମଧ୍ୟ ସେମାନଙ୍କର ତାଲିକା କରାଯାଇ ନ ଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଚମକପୁର ରାଜସ୍ବ ନିରୀକ୍ଷକ ପ୍ରକାଶ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଉକ୍ତ ପଞ୍ଚାୟତରେ ପ୍ରାୟ ୬୬୪ ଜଣଙ୍କର ଅଳ୍ପ ବହୁତ କ୍ଷୟକ୍ଷତି ହୋଇଥିବା ତାଲିକା ବଡବିଲ୍‌ ତହସିଲଦାରଙ୍କୁ ସେ ପ୍ରଦାନ କରିଛନ୍ତି। ଏହି ତାଲିକା କେନ୍ଦୁଝର ଜିଲାପାଳଙ୍କଠାରେ ଦାଖଲ ହେବା ପରେ ଜିଲାପାଳଙ୍କ ପକ୍ଷରୁ ସରକାରୀ ସହାୟତା ରାଶି ମଞ୍ଜୁର ହେଲେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସହାୟତା ରାଶି ପ୍ରଦାନ କରାଯିବ। ଇତିମଧ୍ୟରେ ୫୭ଜଣଙ୍କୁ ତାର୍ପୋଲିନ୍‌ ପାଲ ପ୍ରଦାନ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri