କାଳବୈଶାଖୀ ଉଡ଼ାଇ ନେଲା ଛପର:ପଲିଥିନ୍‌ ତଳେ ବିତୁଛି ଜୀବନ

ଉମରକୋଟ, ୯।୬(ଡି.ଏନ୍‌.ଏ.):କାଳବୈଶାଖୀ ଉଡ଼ାଇ ନେଲା ଘର ଛପର। ପଲିଥିନ ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ଚାରିପ୍ରାଣୀ। ପୂର୍ବରୁ ଆବାସ ଯୋଜନାରେ ଘରଟିଏ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏଯାବତ୍‌ ମିଳିନାହିଁ। ଏବେ ପଲିଥିନ୍‌ ଛପର ଘର ହିଁ ଆମ ସାହାରା ବୋଲି କହିଛନ୍ତି ଉମରକୋଟ ବ୍ଲକ ବେନରା ପଞ୍ଚାୟତ ସିଲାଟି ୟୁଭି-୧୫ ଗ୍ରାମର ବିଧୁ ସରକାର। ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ବିଧୁଙ୍କ ପରିବାର। ପନିପରିବା ବ୍ୟବସାୟ କରି ବିଧୁ ପରିବାର ଚଳାଇଥାନ୍ତି। ବିଧୁଙ୍କର ଏକ ଝାଟିମାଟି ଛପର ଘର ଥିଲା। କିନ୍ତୁ ଗତ ଗୁରୁବାର ଆସିଥିବା କାଳବୈଶାଖୀ ପ୍ରଭାବରେ ତାଙ୍କ ଘରର ଛପର ଉଡିଯାଇଥିଲା। ଆର୍ଥିକସ୍ଥିତି ସ୍ବଚ୍ଛଳ ନ ଥିବାରୁ ଘର ଛପର କରିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଛି। ୨୦୧୭-୧୮ ଆର୍ଥିକ ବର୍ଷରେ ବିଜୁ ପକ୍କା ଘର ଯୋଜନା ପାଇଁ ବିଧୁ ଆବେଦନ କରିଥିଲେ। ପଞ୍ଚାୟତ ପକ୍ଷରୁ ତାଙ୍କୁ ଘର ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ କୌଣସି କାରଣରୁ ବିଧୁଙ୍କୁ ଏଥିରେ ସାମିଲ କରାଗଲା ନାହିଁ। ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡିଦୌଡି ବିଧୁଙ୍କୁ କେବଳ ପ୍ରତିଶ୍ରୁତି ମିଳିଛି। ମୋଠାରୁ ଆର୍ଥିକ ସ୍ବଚ୍ଛଳ ପରିବାରକୁ ଯୋଜନାରେ ସାମିଲ କରାଯିବା ସହ ମୋତେ ଅଣଦେଖା କରାଯାଇଛି ବୋଲି ବିଧୁ ଅଭିଯୋଗ କରିଛନ୍ତି। ବିଧୁଙ୍କୁ ତୁରନ୍ତ ସହାୟତା ସହ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଇବାକୁ ଗ୍ରାମର ଦେବାଶିଷ ସରକାର, ମିଲନ୍‌ ସରକାର, ଅଶୋକ ସରକାର, ଫନି ମସ୍ତ୍ରୀ, ବିଜୟ ରାଓ, ଦିବାକର ସାମଲ, କାର୍ତ୍ତିକ ମଣ୍ଡଳ ଓ ପ୍ରଣବ ବୈଦ୍ୟ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri