କାର୍‌ରେ କୋଭିଡ-୧୯ ପାସ୍‌ ଲଗାଇ ମଦ ବେପାର

ଭୁବନେଶ୍ୱର,୨୨ା୪ (ବ୍ୟୁରୋ): ରାଜଧାନୀରେ କଡ଼ା କଟକଣା ସତ୍ତ୍ୱେ ଚାଲିଛି ବେଆଇନ ମଦ ବେପାର। ଦାମୀ କାର୍‌ରେ ଛୋଟ ମଦୁଆଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆଙ୍କୁ ଯୋଗାଯାଉଛି ମଦ। ଦାମୀ କାରରେ କୋଭିଡ-୧୯ ପାସ୍‌ ଲଗାଇ ଚାଲିଥିବା ଏହି କାରବାର ଧରାପଡିଛି। ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଖଣ୍ଡଗିରି ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ପ୍ରଦିପ୍ତ କୁମାର ସ୍ବାଇଁ ଓରଫ ଗିଟୁ ଓ ସହଯୋଗୀ ସତ୍ୟବ୍ରତ ସ୍ବାଇଁଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଏଥିରେ ବ୍ୟବହୃତ କ୍ରେଟା କାର (ଓଡି ୦୨ ଏୟୁ ୦୦୫୨) ସହ ୯୬ ବୋତଲ ବିଦେଶୀ ମଦ, ୩ ମୋବିଲ, ୪ ହଜାର ଟଙ୍କା ଜବତ ହୋଇଛି।
ସୂଚନା ମୁତାବକ, ଗିଟୁ ବେଆଇନ ଭାବେ ଚଢ଼ା ଦରରେ ମଦ ବିକ୍ରି କରିବା ସହ ବେଆଇନ ଭାବେ କୋଭିଡ୍‌-୧୯ କାର୍‌ ପାସ୍‌ ହାତେଇ ଏହି କାରବାର ଚଲାଇଥିବା କ୍ୟୁଏଟି ନିକଟରେ ଖବର ପହଞ୍ଚତ୍ଥିଲା। ଏହାପରେ ଖଣ୍ଡଗିରି ପୋଲିସ ସହଯୋଗରେ ତାଙ୍କୁ ଧରିବାକୁ ଜାଲ ବିଛାଇଥିଲା କୁଏଟି। ପୋଲିସ ନିଜକୁ ଗରାଖ ବୋଲି ପରିଚୟ ଦେଇ ମଦ କିଣିବାକୁ ତାଙ୍କ ସହ ଡିଲ୍‌ କରିଥିଲା। ମଙ୍ଗଳବାର ମଧ୍ୟାହ୍ନରେ ବରମୁଣ୍ଡା ହାଉସିଂବୋର୍ଡ କଲୋନୀରେ ୨ ପେଟି ମଦ ଦେବାକୁ ଗିଟୁ ପହଞ୍ଚତ୍ବାକ୍ଷଣି ସାଦା ପୋଷାକରେ ଥିବା ଜଗି ରହିଥିବା ପୋଲିସ ସେମାନଙ୍କୁ କାବୁ କରିନେଇଥିଲା। ଅଭିଯୁକ୍ତ ଗିଟୁ ଜଣେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ପୁଅ ଓ ତାଙ୍କର ସହରର ବହୁ ରାଜନେତା ତଥା ନାମୀଦାମୀ ଲୋକଙ୍କ ସହ ସୁସମ୍ପର୍କ ରହିଛି। ପୂର୍ବରୁ ୨୦୧୬ରେ କାଷ୍ଟିଙ୍ଗ କାଉଚ୍‌ ମାମଲାରେ ଓଲିଉଡ ତାରକା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁଙ୍କ ସହ ଅଭିଯୁକ୍ତ ଗିଟୁ ପୁରୀରୁ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଯାଏ ହାଲୁକା ବର୍ଷା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ ରହିଛି। କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଆଦୌ ବର୍ଷା...

୨ଲକ୍ଷ ଟଙ୍କାର ଜାଲ୍‌ ଇ-ରେଳ ଟିକେଟ ଜବତ: ଖଡ଼ଗପୁରରୁ ଗିରଫ ହେଲେ ଦଲାଲ

ଭୁବନେଶ୍ୱର,୨୩ା୨(ବ୍ୟୁରେ): ରାଜଧାନୀରେ ଇ-ରେଳ ଟିକେଟ ଜାଲିଆତି ର଼୍ୟାକେଟ। ଇତିମଧ୍ୟରେ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ବିଭିନ୍ନ ସମୟରେ ଚଢ଼ାଉ କରି ବହୁ ଦଲାଲଙ୍କୁ ଗିରଫ କରିବା...

କ୍ୱାରାଣ୍ଟାଇନରେ ୧୪ ଦିନ ପୂରଣ କରିଥିବା ପ୍ରବାସୀଙ୍କୁ ଟଙ୍କା ବାଣ୍ଟିଲେ ଗଞ୍ଜାମ ଜିଲାପାଳ

ଶେରଗଡ଼,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଶେରଗଡ଼ ବ୍ଲକକୁ ପରିଦର୍ଶନରେ ଯାଇ ଖମାର କ୍ୱାରାଣ୍ଟାଇନ କେନ୍ଦ୍ର ବୁଲି ଦେଖିଥିଲେ। ଉକ୍ତ କେନ୍ଦ୍ରରେଥେିବା ପ୍ରବାସୀଙ୍କର...

ନଦୀରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଧୀନ କୂଆଖାଇ ନଦୀ କୂଳରେ ରବିବାର ଛଟପୂଜା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ପୂଜାର୍ଚ୍ଚନା ଚାଲିଥିବାବେଳେ ଅସାବଧାନତା ବଶତଃ...

 ଶନିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ

ଭୁବନେଶ୍ୱର,୩୦ା୯(ବ୍ୟୁରୋ)-ରାଜ୍ୟର ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ । ତେବେ ଅକ୍ଟୋବର ମାସରେ କଟକ ଓ ଭୁବନେଶ୍ୱର ଥିବା ସମସ୍ତ ସରକାରୀ ବିଭାଗ ଓ...

ଆହୁରି ବର୍ଷିବ ୪ଦିନ

ଭୁବନେଶ୍ୱର, ୭।୮(ବ୍ୟୁରୋ)-ଉତ୍ତର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଏହାର ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା...

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ: ସବୁ ଓଡ଼ିଆ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର,୩୦।୫(ବ୍ୟୁରୋ): କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ପାଇଁ ଓଡ଼ିଶା ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ଶନିବାର ଅପରାହ୍ନ ୫.୩୦ ମିନିଟରେ ‘ବନ୍ଦେ ଉତ୍କଳ...

ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର

ପୁରୀ ଅଫିସ,୧୮ା୪: ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମାଛ ଚାଲାଣକାରୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶକୁ...


Coronavirus Update

Archives

Model This Week

Why Dharitri