କାର୍ଯ୍ୟାଳୟ ଘେରିଲେ ଭୂମିହୀନ ଆଦିବାସୀ

ଭଦ୍ରକ ଅଫିସ,୨୦ା୬ – ଘରଡିହ ପଟ୍ଟା ତୁରନ୍ତ ଯୋଗାଇ ଦେବା ଦାବିରେ ଶତାଧିକ ଭୂମିହୀନ ଆଦିବାସୀ ପରିବାର ବୁଧବାର ଭଦ୍ରକ ତହସିଲ ଅଧୀନ ରାନ୍ଦିଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଗେଲଟୁଆ, ରାନ୍ଦିଆ, ବାଉଦପୁର ଓ ଓଲଙ୍ଗ ପଞ୍ଚାୟତ ଅଧୀନରେ ଦୀର୍ଘବର୍ଷ ଧରି ବସବାସ କରିଆସୁଥିବା ଆଦିବାସୀ ମହିଳା ଓ ପୁରୁଷ ନିଜର ହକ୍‌ ଦାବି ନେଇ ସକାଳ ୮ଟାଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରି ବସିରହିଥିଲେ।
ଭୂମିହୀନମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବାସ ଉପଯୋଗୀ ଘରଡିହ ପଟ୍ଟା ଯୋଗାଇ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ସ୍ଥାନୀୟ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକ ଏଥିପ୍ରତି ଅବହେଳା କରିଆସୁଛନ୍ତି। ଘରଡିହ ପଟ୍ଟା ନ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜନା ଯଥା ମୋ କୁଡିଆ, ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ, ବିଜୁଳି ଆଲୋକ, ରାଶନକାର୍ଡ, ସ୍ବଚ୍ଛଭାରତ ମିଶନ ପକ୍ଷରୁ ପାଇଖାନା ଏପରିକି ସେମାନଙ୍କ ପିଲାମାନେ ପାଠ ପଢିବା ପାଇଁ ଜାତିଗତ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଭୂମିହୀନ ଆଦିବାସୀମାନେ ଘରଡିହ ପଟ୍ଟା ପାଇବା ପାଇଁ ବାରମ୍ବାର ସ୍ଥାନୀୟ ତହସିଲ ଓ ରାଜସ୍ବ ନିରୀକ୍ଷକଙ୍କ ଅଫିସରେ ଦରଖାସ୍ତ କରିଆସୁଥିବା ବେଳେ ଭୂମିହୀନ ଲୋକ ନ ଥିବା ବିଭାଗୀୟ କର୍ତ୍ତୃପକ୍ଷ ସରକାରଙ୍କୁ ରିପୋର୍ଟ କରିଛନ୍ତି। ଏହି ଭୂମିହୀନ ପରିବାରଙ୍କୁ ପଟ୍ଟା ପ୍ରଦାନ ସକାଶେ ଚାଷୀମୂଲିଆ ସଂଘ ପକ୍ଷରୁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ତହସିଲ ଅଫିସ ଆଗରେ ଆନ୍ଦୋଳନ ସହ ଘେରାଉ ମଧ୍ୟ କରାଯାଇଛି। ବୁଧବାର ଚାଷୀ ମୂଲିଆ ସଙ୍ଗଠନର ନେତା ସୁଶାନ୍ତ ଜେନାଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଘେରାଉରେ ସାମିଲ ହୋଇଥିଲେ। ରାନ୍ଦିଆ ରାଜସ୍ବ ନିରୀକ୍ଷକ ଗଜେନ୍ଦ୍ର ଦାସଙ୍କୁ ଦାବି ଜଣାଇବା ସହିତ ଜିଦ୍‌ରେ ଅଟଳ ହୋଇ ବସିରହିଥିଲେ। ପରେ ସଙ୍ଗଠନର ନେତା ଜେନା ତାଙ୍କର ସମର୍ଥକଙ୍କ ସହିତ ରାଜସ୍ବ ନିରୀକ୍ଷକଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା। ଆସନ୍ତା ଜୁଲାଇ ୧ ତାରିଖଠାରୁ ଭୂମିହୀନ ପରିବାରଙ୍କ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବା ସହ ସେମାନଙ୍କର ଚୂଡ଼ାନ୍ତ ତାଲିକା ରିପୋର୍ଟ ତହସିଲଦାର ଏବଂ ଜିଲା ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଉଦୟ ହେମ୍ବ୍ରମ, ପୂର୍ଣ୍ଣ ସିଂ, ମନୋଜ ଖିଲାର, ମାନ ମୁଣ୍ଡା, ଜମାଲ ଟୁଡୁ, ପାକନ ଚମ୍ପିଆ, ମଟୁ ପ୍ରଧାନ, ବାସନ୍ତୀ ଯେନା, ପ୍ରମିଳା ଯେନା, ଲଦୁ ମୁଣ୍ଡା, ଗୌତମୀ ଦାସ, ରାଜୁ ମୁଣ୍ଡା ପ୍ରମୁଖ ଘେରାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ’ ମିଲ୍‌ରେ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ, ୩।୫-ବାଲେଶ୍ୱର ଜିଲା ଗଡ଼ଗଡ଼ିଆ ଛକ ନିକଟରେ ଥିବା ବଟେଶ୍ୱର ସ’ ମିଲ୍‌ରେ ରବିବାର ପୂର୍ବାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର...

ଅସୁରକ୍ଷିତ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଗଲା ମାଙ୍କଡ଼ ଜୀବନ

ଜଳେଶ୍ୱର, ୨୪।୧(ଡି.ଏନ.ଏ.):  ବାଲେଶ୍ୱର ଜିଲାର ଜଳେଶ୍ୱର ବିଦ୍ୟୁତ୍‌ ଡିଭିଜନ ଅନ୍ତର୍ଗତ ମହମ୍ମଦନଗର ପାଟଣା ଗାଁରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଏକ ମାଙ୍କଡର...

ବାଇକକୁ ଧକ୍କାଦେଲା ଟ୍ରକ

ଆନନ୍ଦପୁର/କୋଳିମାଟି,୨୫ା୪(ଡି.ଏନ୍‌.ଏ.): ମହୁଲଡିହା ଥାନା ଅଧୀନ ଗୋଡ଼ଭଙ୍ଗା ଘାଟି ଉପରେ ଟ୍ରକ ଧକ୍କା ଦେବାରୁ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ଅଗ୍ନିଶମ କର୍ମଚାରୀ...

ବିଧାୟକ-ସରପଞ୍ଚଙ୍କ ସମର୍ଥକ ମୁହାଁମୁହିଁ

ବାଲେଶ୍ୱର ଅଫିସ, ୭ା୧ ବାଲେଶ୍ୱର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଏଥିରେ ବିଧାୟକ ଉପସ୍ଥିତ ରହି...

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ସହ ମୋବାଇଲ ଛଡ଼ାଇନେଲେ ଲୁଟେରା

କେନ୍ଦୁଝର,୨୬ା୪(ସ୍ବ.ପ୍ର.):କେନ୍ଦୁଝର ମାଇନିଂଛକଠାରୁ ଡିମ୍ବୋ ରାସ୍ତା ମଧ୍ୟରେ ଥିବା ସାଇମନ୍ଦିର ନିକଟରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ୧୫ହଜାର ଟଙ୍କା ସହ ମୋବାଇଲ ଲୁଟି...

ଡମ୍ପର ଧକ୍କାରେ ଚାଲିଗଲା ଛାତ୍ରୀଙ୍କ ଜୀବନ, ଦୁଇ ଗୁରୁତର

ଭୋଗରାଇ,୨୯ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଜଳେଶ୍ୱର-ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ ନହରା ଛକଠାରେ ଗୁରୁବାର ସକାଳେ ଡମ୍ପର ଧକ୍କାରେ ଜଣେ...

ବାସିଭାତକୁ କେନ୍ଦ୍ରକରି ଉତ୍ତେଜନା

ରୂପ୍‌ସା, ୨୭।୫ (ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଗଡପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ସ୍କୁଲ ବାତ୍ୟା ଆଶ୍ରୟସ୍ଥଳୀରେ ବୁଧବାର ଉତ୍ତେଜନା ଦେଖାଦେଇଛି। ଏଠାରେ ଆଶ୍ରୟ ନେଇଥିବା...

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଅଭିଯୁକ୍ତ ଗିରଫ

ବାଲେଶର ଅଫିସ, ୭।୧୧: ରାଜ୍ୟରେ ନିଶା ବେପାର ଥମିବାର ନାଁ ନେଉନି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନିଶା ସାମଗ୍ରୀ ସହ ଅଭିଯୁକ୍ତ ମଧ୍ୟ...

Advertisement
Archives

Model This Week