କାର୍ଯ୍ୟାଳୟ ଘେରିଲେ ଭୂମିହୀନ ଆଦିବାସୀ

ଭଦ୍ରକ ଅଫିସ,୨୦ା୬ – ଘରଡିହ ପଟ୍ଟା ତୁରନ୍ତ ଯୋଗାଇ ଦେବା ଦାବିରେ ଶତାଧିକ ଭୂମିହୀନ ଆଦିବାସୀ ପରିବାର ବୁଧବାର ଭଦ୍ରକ ତହସିଲ ଅଧୀନ ରାନ୍ଦିଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଗେଲଟୁଆ, ରାନ୍ଦିଆ, ବାଉଦପୁର ଓ ଓଲଙ୍ଗ ପଞ୍ଚାୟତ ଅଧୀନରେ ଦୀର୍ଘବର୍ଷ ଧରି ବସବାସ କରିଆସୁଥିବା ଆଦିବାସୀ ମହିଳା ଓ ପୁରୁଷ ନିଜର ହକ୍‌ ଦାବି ନେଇ ସକାଳ ୮ଟାଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରି ବସିରହିଥିଲେ।
ଭୂମିହୀନମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବାସ ଉପଯୋଗୀ ଘରଡିହ ପଟ୍ଟା ଯୋଗାଇ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ସ୍ଥାନୀୟ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକ ଏଥିପ୍ରତି ଅବହେଳା କରିଆସୁଛନ୍ତି। ଘରଡିହ ପଟ୍ଟା ନ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜନା ଯଥା ମୋ କୁଡିଆ, ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ, ବିଜୁଳି ଆଲୋକ, ରାଶନକାର୍ଡ, ସ୍ବଚ୍ଛଭାରତ ମିଶନ ପକ୍ଷରୁ ପାଇଖାନା ଏପରିକି ସେମାନଙ୍କ ପିଲାମାନେ ପାଠ ପଢିବା ପାଇଁ ଜାତିଗତ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଭୂମିହୀନ ଆଦିବାସୀମାନେ ଘରଡିହ ପଟ୍ଟା ପାଇବା ପାଇଁ ବାରମ୍ବାର ସ୍ଥାନୀୟ ତହସିଲ ଓ ରାଜସ୍ବ ନିରୀକ୍ଷକଙ୍କ ଅଫିସରେ ଦରଖାସ୍ତ କରିଆସୁଥିବା ବେଳେ ଭୂମିହୀନ ଲୋକ ନ ଥିବା ବିଭାଗୀୟ କର୍ତ୍ତୃପକ୍ଷ ସରକାରଙ୍କୁ ରିପୋର୍ଟ କରିଛନ୍ତି। ଏହି ଭୂମିହୀନ ପରିବାରଙ୍କୁ ପଟ୍ଟା ପ୍ରଦାନ ସକାଶେ ଚାଷୀମୂଲିଆ ସଂଘ ପକ୍ଷରୁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ତହସିଲ ଅଫିସ ଆଗରେ ଆନ୍ଦୋଳନ ସହ ଘେରାଉ ମଧ୍ୟ କରାଯାଇଛି। ବୁଧବାର ଚାଷୀ ମୂଲିଆ ସଙ୍ଗଠନର ନେତା ସୁଶାନ୍ତ ଜେନାଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଘେରାଉରେ ସାମିଲ ହୋଇଥିଲେ। ରାନ୍ଦିଆ ରାଜସ୍ବ ନିରୀକ୍ଷକ ଗଜେନ୍ଦ୍ର ଦାସଙ୍କୁ ଦାବି ଜଣାଇବା ସହିତ ଜିଦ୍‌ରେ ଅଟଳ ହୋଇ ବସିରହିଥିଲେ। ପରେ ସଙ୍ଗଠନର ନେତା ଜେନା ତାଙ୍କର ସମର୍ଥକଙ୍କ ସହିତ ରାଜସ୍ବ ନିରୀକ୍ଷକଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା। ଆସନ୍ତା ଜୁଲାଇ ୧ ତାରିଖଠାରୁ ଭୂମିହୀନ ପରିବାରଙ୍କ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବା ସହ ସେମାନଙ୍କର ଚୂଡ଼ାନ୍ତ ତାଲିକା ରିପୋର୍ଟ ତହସିଲଦାର ଏବଂ ଜିଲା ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଉଦୟ ହେମ୍ବ୍ରମ, ପୂର୍ଣ୍ଣ ସିଂ, ମନୋଜ ଖିଲାର, ମାନ ମୁଣ୍ଡା, ଜମାଲ ଟୁଡୁ, ପାକନ ଚମ୍ପିଆ, ମଟୁ ପ୍ରଧାନ, ବାସନ୍ତୀ ଯେନା, ପ୍ରମିଳା ଯେନା, ଲଦୁ ମୁଣ୍ଡା, ଗୌତମୀ ଦାସ, ରାଜୁ ମୁଣ୍ଡା ପ୍ରମୁଖ ଘେରାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri