Posted inଜାତୀୟ

କାରଗିଲ୍‌ ଯୋଦ୍ଧା ବିଦେଶୀ ଘୋଷିତ ମାମଲା: ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଉଠିଲା ଅଙ୍ଗୁଳି

ନୂଆଦିଲ୍ଲୀ,୩।୬: କାରଗୀଲ୍‌ ଯୋଦ୍ଧା ମହମ୍ମଦ ସନାଉଲ୍ଲାହଙ୍କୁ ଏନଆର୍‌ସି ଆଇନ ଅନ୍ତର୍ଗତ ବିଦେଶୀ ଘୋଷଣା ମାମଲାରେ ନୂଆ ମୋଡ଼ ଆସିଛି। ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଏନେଇ ଅଙ୍ଗୁଳି ଉଠିଛି। ଅଧିକାରୀମାନେ ସାକ୍ଷୀଙ୍କ ବୟାନ ନ ନେଇ ଯାଞ୍ଚ୍‌ କରିଥିବା ସନାଉଲ୍ଲ୍ଲାହଙ୍କ ସମ୍ପର୍କୀୟ ପଜୁଲୁଲ୍‌ ହକ୍‌ ଅଭିଯୋଗ କରିଛନ୍ତି। ଯାଞ୍ଚ୍‌ ଅଧିକାରୀ ସାକ୍ଷୀଙ୍କ ବୟାନ ନ ନେଇ ମିଥ୍ୟା ତଥ୍ୟ ଉପସ୍ଥାପନ କରିଛନ୍ତି। ପୋଲିସ ସାକ୍ଷୀଙ୍କୁ ଏହି ମାମଲାରେ ନ ଭେଟି ମନ ଇଛା ଯାଞ୍ଚ୍‌ ପ୍ରକ୍ରିୟା କରିଥିବା ସନାଉଲ୍ଲାହଙ୍କ ସମ୍ପର୍କୀୟ କହିଛନ୍ତି। ସୂଚନାଯୋଗ୍ୟ, ସନାଉଲ୍ଲାହ ୩୦ ବର୍ଷ ଭାରତୀୟ ସେନାରେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରି ଆସାମ ପୋଲିସରେ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଥିଲେ। ଫରେନର୍ସ ଟ୍ରିବ୍ୟୁନାଲ୍‌ ବିଦେଶୀ ଘୋଷଣା କରିବାପରେ ସନାଉଲ୍ଲାହଙ୍କ ପରିବାର ସଦସ୍ୟ ଏବେ ଗୋଲପଡ଼ାସ୍ଥିତ ଡିଣ୍ଟେନସନ୍‌ କ୍ୟାମ୍ପ୍‌ରେ ରହିଛନ୍ତି। ଏନଆର୍‌ସି ଆଇନ ଅନୁସାରେ ସନାଉଲ୍ଳାହ ଯାଞ୍ଚ୍‌ ଅଧିକାରୀଙ୍କ ସମ୍ମୁଖରେ ସେ ୧୯୭୧ ମାର୍ଚ୍ଚ ୨୫ ପୂର୍ବରୁ ଭାରତରେ ବାସ କରୁଥିବାର ପ୍ରମାଣ ଦେଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri