କାମାକ୍ଷାନଗରରେ ଆଦିବାସୀଙ୍କ ମେଳି: ୧୦ ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କାମାକ୍ଷାନଗର,୨୨।୭(ଡି.ଏନ.ଏ.)- ୧୦ ଦଫା ଦାବିରେ ଆଦିବାସୀ କ୍ରାନ୍ତି ସଂଗଠନ, ଆଦିବାସୀ ଚେତନା ସଂଗଠନ ଓ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଶତାଧିକ ଆଦିବାସୀ ସୋମବାର କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆଦିବାସୀମାନେ ଜିରିଡାମାଳିଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ପରେ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଞ୍ଚଳରୁ ଦୁର୍ନୀତି ହଟାଇବା, ପରଜଙ୍ଗ ଅଞ୍ଚଳର ୧୨ଟି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା, ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି, ଶିକ୍ଷା, ପାନୀୟ ଜଳ, ଗମନାଗମନ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ, ଆଦିବାସୀ ଅଞ୍ଚଳରେ ଥିବା ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି, ଆଦର୍ଶ ବିଦ୍ୟାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଗ୍ରାମ ଗୁଡିକରେ ରାସ୍ତାଘାଟ, ଖାଦ୍ୟ ସୁରକ୍ଷା ଯୋଜନାରେ ଉପଯୁକ୍ତ ହିତାଧିକାରୀଙ୍କୁ ବଞ୍ଚିତ ନ କରିବା, କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ୧୨୦ ଦିନର କାମ ଯୋଗାଇ ଦେବା ଆଦି ଦାବିରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଉପଜିଲାପାଳ ଅନୁପସ୍ଥିତ ଥିବାରୁ ରାଜସ୍ବ ଅଧିକାରୀ ମନୋଜ କୁମାର ମାଝୀ ଦାବିପତ୍ର ଗ୍ରହଣ କରିଥିଲେ। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କାମାକ୍ଷାନଗର ଥାନା ଅଧିକାରୀ ନିରଞ୍ଜନ ସେଠୀଙ୍କ ନେତୃତ୍ୱରେ ଏସ୍‌ଆଇ ସୁରେଶ ଚନ୍ଦ୍ର ବେହେରା, ନିବେଦିତା ପ୍ରିୟଦର୍ଶନୀଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। କ୍ରାନ୍ତି ସଂଗଠନ ସଭାପତି ଜମ୍ବେଶ୍ୱର ମୁଣ୍ଡା, ସମ୍ପାଦକ ପ୍ରତାପ ଚନ୍ଦ୍ର ମାରାଣ୍ଡି, ଚେତନା ସଂଗଠନର ଲାଲମୋହନ ମୁର୍ମୁ, ଶୋଭାନା ମାରାଣ୍ଡି, ମାଧବାନନ୍ଦ ମାରାଣ୍ଡି, ଗଙ୍ଗା ପୂର୍ତ୍ତି, ଗଙ୍ଗାଧର ମୁଣ୍ଡା, ସହଦେବ ଟୁଡୁ, ସାଲଖୁ ମୁର୍ମୁ, ନାଉରି ଶୁଣ୍ଢି, ଜମ୍ବେଶ୍ୱର ସିଂକୁ, ମଧୁସୂଦନ ବିରୁଆଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଆନ୍ଦୋଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପୁଳ ପରିମାଣର ଚୋରା ବନ୍ଧୁକ, ଗୁଳି ଜବତ

ଛେଣ୍ଡିପଦା,୧୯।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ ହୋଇଛି। ଏ ନେଇ...

ମିଛ ଖବରରେ ଅଙ୍କୁଶ ଲଗାଇବ ମାର୍ଗଦର୍ଶିକା

ଢେଙ୍କାନାଳ ଅଫିସ, ୨୫।୪ – ସମ୍ପ୍ରତି ମିଛ, ତ୍ରୁଟିପୂର୍ଣ୍ଣ ଖବର ଭୟଙ୍କର ବିପଦ ଭାବେ ଉଭା ହୋଇଛି। ସୋସିଆଲ ମିଡିଆର ବହୁଳ ପ୍ରଚଳନ ଏପରି ମିଛ...

ନୂତନ ଆବିଷ୍କାର ପାଇଁ ଉଦ୍ୟମ ଜାରି ରଖ

କାମାକ୍ଷାନଗର,୨୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ ଏଥିରେ...

ଥାନା ଘେରିଲେ କୁକୁଡ଼ାଚାଷୀ

ଢେଙ୍କାନାଳ ଅଫିସ,୧୨।୯: ଢେଙ୍କାନାଳ ଜିଲାର ବିଭିନ୍ନ ବ୍ଲକର ଶତାଧିକ କୁକୁଡ଼ାଚାଷୀ ସୋମବାର ଟାଉନ ଥାନା ଘେରାଉ କରିଥିଲେ । ଚାଷୀମାନଙ୍କୁ କୁକୁଡ଼ା ଚିଆଁ ଓ ଖାଦ୍ୟ...

ପୋଖରୀ ଖୋଳାକୁ ନେଇ ଗୁଳିମାଡ଼: ଗଲା ଜଣଙ୍କ ଜୀବନ

ଢେଙ୍କାନାଳ ଅଫିସ, ୧୭।୪: ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଦପାଳ ଗାଁରେ ରବିବାର ସକାଳେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ...

ବଳକା ଧାନ ବିକ୍ରି ଚିନ୍ତା

ଢେଙ୍କାନାଳ ଅଫିସ, ୧୩।୨:ମିଳିଥିବା ଟୋକନ ଅନୁଯାୟୀ ବିକ୍ରି ସରିଛି ଧାନ। ହେଲେ ଅମଳ ତୁଳନାରେ ଏହା ଯଥେଷ୍ଟ କମ୍‌। ବଳିଯାଇଥିବା ଧାନ ଅସୁରକ୍ଷିତ ଭାବେ ଖଳାରେ...

ବିପିଏଲ୍‌ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦାବି: ଦିନସାରା ଏନ୍‌ଜେନ୍‌ କର୍ମଚାରୀ ଅଟକ

ଭାପୁର, ୧୫।୯(ଡି.ଏନ୍‌.ଏ.) – ଉଜ୍ଜ୍ୱଳା ବଲ୍‌ବ ପ୍ରଦାନ, ବିପିଏଲ୍‌ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦାବିରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଗ୍ରାମର ଶତାଧିକ ମହିଳା...

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ବତ ଆସର: ‘ସାହିତ୍ୟ ସମାଜର ଦର୍ପଣ’

ଢେଙ୍କାନାଳ ଅଫିସ, ୫।୮:  ଭାଷା ଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ। ଏହାର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଜାତି ଏବଂ ଓଡ଼ିଆ ଭାଷାକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦେବା।...

Advertisement
Archives

Model This Week