କାମରେ ଆସୁନି ସ୍ଲୁଇସ୍‌ ଗେଟ୍‌

ପଦ୍ମପୁର,୧୦।୮ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁରର ମେଳକସାହିଠାରେ ନିର୍ମିତ ସ୍ଲୁଇସ୍‌ଗେଟ୍‌ ଏବେ ଚାଷୀମାନଙ୍କ କାମରେ ଆସୁନି। ୩୦ ବର୍ଷ ତଳେ ନିର୍ମିତ ଏହି ସ୍ଲୁଇସ୍‌ଗେଟ୍‌ କଞ୍ଚୁଡ଼ି ନଦୀର ଜଳକୁ ଗଚ୍ଛିତ ରଖି ଅଞ୍ଚଳର ସୁଗୋ, ଏଡତାଳ, ପଦ୍ମପୁର ପଞ୍ଚାୟତର ଚାଷଜମିକୁ ବର୍ଷା ନ ଥିବାବେଳେ ଜଳ ଯୋଗାଇଥାଏ। ଚଳିତବର୍ଷ ବିଳମ୍ବିତ ମୌସୁମୀ ସହ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଅଞ୍ଚଳରେ ଧାନତଳି ମରିଯିବା ସହ ହଳ ହୋଇଥିବା ଚାଷଜମି ଶୁଖି ଫାଟିଗଲାଣି। ଏଭଳି ସ୍ଥିତିରେ ସ୍ଲୁଇସ୍‌ ଗେଟ୍‌ର ଲୁହା କବାଟ କଳଙ୍କି ଲାଗି ଫୁଟିଯିବା କାରଣରୁ କଞ୍ଚୁଡି ନଦୀର ପ୍ରବାହିତ ଜଳକୁ ଅଟକାଇ ଜଳସେଚନ କାର୍ଯ୍ୟରେ ଲଗାଯାଇ ପାରୁନାହିଁ। କଞ୍ଚୁଡ଼ି ନଦୀରୁ ଆସୁଥିବା ଜଳ ସିଧା ମନ୍ତେଈ ନଦୀରେ ପ୍ରବାହିତ ହୋଇ ବଙ୍ଗୋପସାଗରକୁ ଚାଲି ଯାଉଛି। ଫଳରେ ହଜାର ହଜାର ଚାଷୀ ଜଳ ଅଭାବରୁ ଚାଷ କରି ନ ପାରି ହାତବାନ୍ଧି ବସିଛନ୍ତି। ଏ ସମ୍ପର୍କରେ ପଦ୍ମପୁର ଗ୍ରାମର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶାର ଆଲୋକ, ପଦ୍ମପୁର ସୁଗୋ ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ ମନୋଜ ରାୟ, ଗଜେନ୍ଦ୍ର ନାୟକ, ପ୍ରଶାନ୍ତ ନାୟକ, ହୃଷୀକେଶ ନାୟକ, ନରେଶ ଦାସ, ଅମୂଲ୍ୟ ନାୟକ, ସୁବାସ ନାୟକ, ଚିନ୍ତାମଣି ବଳ ପ୍ରମୁଖ ଜିଲାପାଳଙ୍କୁ ତୁରନ୍ତ ସ୍ଲୁଇସ୍‌ଗେଟ୍‌ ମରାମତି ପାଇଁ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ବାହୁଡ଼ିଲେ ତୁଫାନୀ

ଢେଙ୍କାନାଳ ଅଫିସ, ୨।୧୧ ନିଖୋଜର ଦୀର୍ଘ ୯ମାସ ପରେ ପରିବାର ଲୋକଙ୍କ ସହ ଘରକୁ ଫେରିଛନ୍ତି ବୃଦ୍ଧ ତୁଫାନୀ। ଏଥିପାଇଁ ସେ ମହର୍ଷି ଦୟାନନ୍ଦ ମିଶନ...

ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଲାଞ୍ଜିଗଡ଼,୧୪।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡରେ ଆଜକୁ ୩ ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀରେ ଜଳସ୍ରୋତ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି...

ଯୁବତୀଙ୍କୁ ଗର୍ଭବତୀ କରି ସମ୍ପର୍କୀୟ କକା ଫେରାର

ସୁନ୍ଦରଗଡ,୬।୫: ସୁନ୍ଦରଗଡ଼ ଜିଲା ଧରୁଆଡିହି ଥାନା ଅନ୍ତର୍ଗତ ବାଉରୀଡିହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସମ୍ପର୍କୀୟ କକା ଗର୍ଭବତୀ କରି ଫେରାର ଥିବା ଅଭିଯୋଗ ହୋଇଛି।...

ରନ୍ଧା ଖାଦ୍ୟ ବଣ୍ଟନ

କୁଆମରା,୨।୪(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ସହ ବ୍ୟାପକ ସଚେତନତା ପାଇଁ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ ଯୋଗୁଁ ସମସ୍ତ ଦୋକାନ...

ଜିଲାରେ ପ୍ରଥମ କରୋନା ମୃତ୍ୟୁ

ଢେଙ୍କାନାଳ ଅଫିସ, ୮।୮ ଢେଙ୍କାନାଳ ଜିଲାରେ ପ୍ରଥମ ମୁଣ୍ଡ ନେଇଛି କରୋନା। ମୃତକ ଭୁବନ ଏନ୍‌ଏସିର ୬୧ ବର୍ଷୀୟ ପୁରୁଷ। ସେ ଉଚ୍ଚ ରକ୍ତଚାପ ଏବଂ...

ଗୋଟିଏ ପରିବାରର ମା’-ଝିଅଙ୍କ ସମେତ ୩ ଜଣଙ୍କୁ ହତ୍ୟା, ବେକରେ ରହିଛି ନଖ ଚିହ୍ନ

ଝାରସୁଗୁଡ଼ା ଅଫିସ,୨୨ା୯: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ା ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ମା-ଝିଅଙ୍କ ସମେତ ୩ ଜଣଙ୍କୁ...

ଗ୍ରାହକ ସାଜି ମଦ ବ୍ୟବସାୟୀଙ୍କୁ ଧରିଲା ପ୍ରଶାସନ

ଭଞ୍ଜନଗର,୨୬।୪(ଡି.ଏନ.ଏ)-ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ ଶନିବାର ଅପରାହ୍ନରେ ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କରୁଥିଲେ। ଧୁମୁଛାଇ ଛକ ନିକଟରେ ଯାନବାହନ ଯାଞ୍ଚ ଚାଲିଥିବା ବେଳେ ଜଣେ ନିଶାସକ୍ତ...

ଗଞ୍ଜାମ ବ୍ଲକ କ୍ୱାରାଣ୍ଟାଇନରେ ୪୭୨ ସୁରଟ ଫେରନ୍ତା

ଗଞ୍ଜାମ,୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୁରଟରୁ ପ୍ରବାସୀ ଓଡ଼ିଆ ଫେରିବା ପରେ ଏହି ସମସ୍ୟା ଦେଖାଦେଇଛି।...

Advertisement


Archives

Model This Week