
ନୂଆଦିଲ୍ଲୀ,୧୧।୬: ୧୭ତମ ଲୋକ ସଭା ପାଇଁ ଭାଜପାର ଏମ୍ପି ଡା. ବିରେନ୍ଦ୍ର କୁମାର କାମଚଳା ବାଚସ୍ପତି ଭାବେ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ କାମଚଳା ବାଚସ୍ପତି ପାଇଁ ବରେଲୀ ଏମ୍ପି ସନ୍ତୋଷ ଗଙ୍ଗଓ୍ବାର ଓ ସୁଲତାନପୁରର ଏମ୍ପି ମାନେକା ଗାନ୍ଧୀଙ୍କ ନାଁ ସାମ୍ନାକୁ ଆସିଥିଲା। କିନ୍ତୁ ଭାଜପାର ନେତୃତ୍ୱ ଦୁଇଜଣଙ୍କ ନାଁକୁ ଖାରଜ କରିଥିଲେ। ଛୋଟବେଳରୁ ହିଁ ଆରଏସ୍ଏସ୍ ସହ ଜଡ଼ିତ ବିରେନ୍ଦ୍ର ମଧ୍ୟପ୍ରଦେଶର ଟିକମଗଡ଼ରୁ ୬ଥର ଲୋକ ସଭା ସଦସ୍ୟ ରହିଥିବା ବେଳେ ଭାଜପାର ଦଳିତ ଚେହେରା।