କାନ୍ଥ କହେ କାହାଣୀ: କଳାପାହାଡ଼ ବିଭୀଷିକାର ସାକ୍ଷୀ ‘ମା ଗଡ଼ଚଣ୍ଡୀ’

କଟକ ଅଫିସ, ୫ା୧୧: ପ୍ରାଚୀନ ସହର କଟକ। ଏଠାରେ ରହିଛି ଅନେକ ସଂସ୍କୃତି ଓ ଇତିହାସ। ସହରଟି ଯେତିକି ପୁରୁଣା ତା’ର କାହାଣୀ ମଧ୍ୟ ସେତିକି ପ୍ରାଚୀନ। କୋଣ ଅନୁକୋଣରେ ଭରି ରହିଛି ଇତିହାସର ଛିଟା। ଏହିସବୁ ଲୋକଲୋଚନକୁ ଆଣିବା ପାଇଁ ଧରିତ୍ରୀର ପ୍ରୟାସ। ଏହି ଅବସରରେ ପ୍ରସିଦ୍ଧ ଶକ୍ତିପୀଠ କଟକର ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର ଉପରେ ସ୍ବତନ୍ତ୍ର ଉପସ୍ଥାପନା…

ପୁରାତନ କାଳରେ ବାରବାଟୀ ଦୁର୍ଗ ରାଜା ମୁକୁନ୍ଦଦେବଙ୍କର ଗଡ ଥିଲା। ସେ ନିଜ ଗଡକୁ ସୁରକ୍ଷା ଦେବା ପାଇଁ ଏକ ଖାଇ ତିଆରି କରିଥିଲେ। ସେଠାରେ ମା’ ଶକ୍ତିମୟୀ ଚଣ୍ଡୀ ଦେବୀ ରାଜାଙ୍କୁ ସୁରକ୍ଷା ଦେଉଥିଲେ। ତେଣୁ ମା’ ଗଣ୍ଡଚଣ୍ଡୀ ଭାବେ ଖ୍ୟାତ। ତେବେ ମା’ ଗଡଚଣ୍ଡୀଙ୍କର ଆବିର୍ଭାବରେ ଅନେକ କିମ୍ବଦନ୍ତୀ ରହିଛି। ଲୋକକଥା ରହିଛି, ମା’ ଗଡଚଣ୍ଡୀଙ୍କ ମନ୍ଦିର ପ୍ରାୟ ୫୦୦ ବର୍ଷ ତଳୁ ରହିଥିଲା। ଉକ୍ତ ସ୍ଥାନ ବଣଜଙ୍ଗଲରେ ପରିପୂର୍ଣ୍ଣ ରହିଥିବାବେଳେ ଏହି ମନ୍ଦିର ମାଟିତଳେ ପୋତି ହୋଇ ଯାଇଥିଲା। ପରବର୍ତ୍ତୀ ସମୟରେ ମୁକୁନ୍ଦଦେବଙ୍କ ଦ୍ୱାରା ଏହି ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା। ହେଲେ ୧୫୬୮ରେ କଳାପାହାଡ଼ ଓଡିଶା ଆକ୍ରମଣ କରିଥିଲେ। ରାଜା ସୁଲେମାନଙ୍କ ସୈନ୍ୟବାହିନୀର ସେନାପତି ଥିବା କଳାପାହାଡ଼ ଓଡ଼ିଶାର ମଠ, ମନ୍ଦିର ଉପରେ ଆକ୍ରମଣ କରିଥିବାବେଳେ ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର ମଧ୍ୟ ଏଥିରୁ ବାଦ ପଡ଼ି ନ ଥିଲା। ଆଜି ବି ମା’ଗଡ଼ଚଣ୍ଡୀ ମନ୍ଦିରର ପ୍ରତ୍ୟେକ ପ୍ରସ୍ତର କଳାପାହାଡ ଆକ୍ରମଣ ବିଭୀଷିକାକୁ ପ୍ରତୀୟମାନ କରେ। ଗଡଚଣ୍ଡୀଙ୍କ ପାଖରେ ପ୍ରତ୍ୟେକ ନିତ୍ୟ ପଞ୍ଚ ନୈବିଦ୍ୟ ପୂଜା କରାଯାଇଥାଏ। ଏଠାରେ ଆମିଷ ହୋଇ ନ ଥାଏ। ଷୋଳପୂଜା ସମୟରେ ମା’ଙ୍କ ପାଖରେ ପାଣି କଖାରୁ ବଳି ଦିଆଯାଇଥାଏ।

ମା’ ଗଡଚଣ୍ଡୀ ମନ୍ଦିରର ଅନେକ ମାହାତ୍ମ୍ୟ ରହିଛି। ବାତ୍ୟା, ବନ୍ୟା ଓ ମରୁଡି ସମୟରେ ସହରବାସୀଙ୍କ ଉପରେ ମା’ କୃପା ଦୃଷ୍ଟି ଦେଇଥାନ୍ତି। ପ୍ରତ୍ୟକ୍ଷ ଭାବେ ମା’ ସମସ୍ତଙ୍କର ମନସ୍କାମନା ପୂରଣ କରିଥାନ୍ତି।
– ପାର୍ବତୀ ରାଉତ, ଶ୍ରଦ୍ଧାଳୁ

ମା’ଙ୍କ ପାଖରେ ଯିଏ ଶରଣାପନ୍ନ ହୋଇଛି ତାଙ୍କ ମନସ୍କାମନା ପୂରଣ ହୋଇଛି। ନିଷ୍ଠାର ସହିତ ମା’ଙ୍କର ପୂଜାର୍ଚ୍ଚନା କଲେ ନିଶ୍ଚିତ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।
– ଅଜୟ କୁମାର ବାରିକ, ଶ୍ରଦ୍ଧାଳୁ

ମା’ ଗଡଚଣ୍ଡୀଙ୍କର ସେବା ୨୧ ବର୍ଷ ଧରି କରିଆସୁଛି। ମା’ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ। ତାଙ୍କର ଆଶିର୍ବାଦ ସବୁବେଳେ ରହିଛି। ରାତିରେ ଚଣ୍ଡୀପାଠ କରୁଥିବା ସମୟରେ ହଠାତ୍‌ ମୋତେ ନିଦ ଲାଗିଯାଇଥିଲା। ମା’ ନିଜେ ମୋ କଣ୍ଠରେ ୩ଟି ଶ୍ଳୋକ ପାଠ କରିଛନ୍ତି।
– ପ୍ରତାପ ଚନ୍ଦ୍ର ତ୍ରିପାଠୀ, ପୂଜକ


Enter your email to get our daily news in your inbox.

All Right Reserved By Dharitri.Com

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଗଞ୍ଜାମ କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ

ଗଞ୍ଜାମ, ୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ପରିସରରେ ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ସମେତ ୮୦ରୁ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri