କାଦୁଅ କରିବା, ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ସୋରଡ଼ା,୩୦ା୭(ଡି.ଏନ.ଏ.)-ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ ଓ ରେଜିଲିଏନ୍ସ ପ୍ରକଳ୍ପର ମିଳିତ ପ୍ରଚେଷ୍ଟାରେ ସୋରଡ଼ା ବ୍ଲକ ଲାଠିପଡ଼ା ଗ୍ରାମଠାରେ ଓୟୁଏଟି ବଳଦଟଣା କାଦୁଅ କରିବା ଯନ୍ତ୍ର ଓ ୮ ଧାଡ଼ିଆ ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରାଯାଇଥିଲା। ଆଖପାଖ ଗ୍ରାମରୁ ଶତାଧିକ ଚାଷୀ ଯୋଗ ଦେଇଥିଲେ। ଓୟୁଏଟି ବଳଦଟଣା କାଦୁଅ କରିବା ଯନ୍ତ୍ର ଦ୍ୱାରା ମାତ୍ର ୪ ଘଣ୍ଟାରେ ୧ ଏକର ଜମି କାଦୁଅ କରାଯାଉଥିବା ବେଳେ ଦେଶୀ ଲଙ୍ଗଳରେ ପାରମ୍ପରିକ ପଦ୍ଧତିରେ ପ୍ରାୟ ୧୨ ରୁ ୧୮ ଘଣ୍ଟାରେ କାଦୁଅ କରାଯାଇଥାଏ। କାଦୁଅ କରିବା ଯନ୍ତ୍ରରେ ଚାଳକ ବସି କାଦୁଅ କରୁଥିବାବେଳେ କମ ପରିଶ୍ରମରେ ସୁବିଧାରେ କାଦୁଅ ହେଉଛି। ଏହାର ଆନୁମାନିକ ମୂଲ୍ୟ ୪୩୦୦ ଓ ସରକାରୀ ରିହାତି (ଶତକଡ଼ା ୭୫ ଭାଗ) ସହ ଏହା ଚାଷୀମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ଅଛି। ଓୟୁଏଟି ଗଜାଧାନ ବୁଣାଯନ୍ତ୍ରରେ ମାତ୍ର ୩ ଘଣ୍ଟାରେ ୧ ଏକର କାଦୁଅ ହୋଇଥିବା ଜମିରେ ଧାଡ଼ିରେ ଗଜାଧାନ ବୁଣାଯାଇପାରୁଛି। ରୁଆଧାନ ଭଳି ଏଥିରେ ମଧ୍ୟ ଅଧିକ ଉପତ୍ାଦନ ମିଳିପାରୁଛି। ଏହି ଯନ୍ତ୍ରର ଆନୁମାନିକ ମୂଲ୍ୟ ୧୩,୫୦୦ ଓ ସରକାରୀ ରିହାତି (୨୦୦୦ ଟଙ୍କା ଛାଡ଼) ସହ ଏହାକୁ ଚାଷୀମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ଅଛି। କ୍ଷେତ୍ର ପ୍ରଦର୍ଶନର ଆୟୋଜନ କରି ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ବାଇଁ ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରଶାନ୍ତ ପଣ୍ଡା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯନ୍ତ୍ରଦ୍ୱାରା ଉପକୃତ ହୋଇପାରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା…

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

ରକ୍ଷାବନ୍ଧନରେ ଲାଗିବ ଚନ୍ଦ୍ରଗ୍ରହଣ: ଏହି ୩ ରାଶିଙ୍କ ଉପରେ ବଡ଼ ସଙ୍କଟ! ଜାଣନ୍ତୁ ଅଶୁଭ ପ୍ରଭାବରୁ ବଞ୍ଚିବାର ଉପାୟ

୨୭ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମାର ଆରମ୍ଭ ସକାଳ ୯ଟା ୮ ମିନିଟରେ ହେବ। ଏହାର ସମାପ୍ତି ୨୮ ଅଗଷ୍ଟ ରାତି ୯ଟା ୪୮ ମିନିଟରେ ହେବ। ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri