କାଜୁ ଜଙ୍ଗଲ ଲିଜ୍‌କୁ ନେଇ ବୋମାମାଡ଼, ଜଣେ ମୃତ

ବେଗୁନିଆପଡା,୨୦ା୪(ଡି.ଏନ.ଏ.)- କାଜୁ ଜଙ୍ଗଲ ଲିଜ୍‌କୁ ନେଇ ବେଗୁନିଆପଡା ବ୍ଲକ ଖିଡିଙ୍ଗିଠାରେ ସୋମବାର ୨ଗୋଷ୍ଠୀ ମୁହଁାମୁହିଁ ହେବା ସହ ବୋମାମାଡରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବଡଖଇରିଖମା ପଞ୍ଚାୟତ ଗୁଞ୍ଜଗଳ ଗ୍ରାମର ପ୍ରଭାକର ବିଶ୍ୱାଳ(୩୮)।
ଅନ୍ୟ ୨ଜଣ ଆହତ ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏସ୍‌ପି ବ୍ରିଜେଶ କୁମାର ରାଏ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ବେଗୁନିଆପଡା ବ୍ଲକ କୁମାରିପାରି ସ୍ଥିତ ନଂ.୧ ଜଙ୍ଗଲ ଓଡ଼ିଶା କାଜୁ ନିଗମର ଅଧୀନରେ ରହିଛି। ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଏଠାରେ ବସବାସ କରୁଥିବା ଆଦିବାସୀ କାଜୁ ଜଙ୍ଗଲର ରକ୍ଷଣାବେକ୍ଷଣ କରିବା ସହ ଏହା ଉପରେ ଜୀବିକା ନିର୍ବାହ ପାଇଁ ନିର୍ଭର କରିଥାନ୍ତି। ତେବେ ସୁମଣ୍ଡଳ ଅଞ୍ଚଳର ଅଣ ଆଦିବାସୀ ଏହି ଜଙ୍ଗଲକୁ ଲିଜ୍‌ ସୂତ୍ରରେ ନେଇଥିଲେ। ଏହାକୁ ନେଇ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ଛକପଞ୍ଝା ଲାଗିରହିଥିଲା। ସୋମବାର ପ୍ରଭାକର, ତାଳସର ଗ୍ରାମର ଅଶୋକ ରାଉତ ଓ ସନିଆ ଜେନା ଉକ୍ତ ଜଙ୍ଗଲକୁ ଭାଲିଆ ସଂଗ୍ରହ ପାଇଁ ଯାଇଥିବାବେଳେ ଆଦିବାସୀମାନେ ବିରୋଧ କରିବାରୁ ଉଭୟ ଗୋଷ୍ଠୀ ମୁହଁାମୁହିଁ ଓ ପରେ ବୋମାମାଡ ହୋଇଥିଲା। ଘଟଣାସ୍ଥଳରେ ପ୍ରଭାକର ମୃତ୍ୟୁବରଣ କରିଥିବା ବେଳେ ଅଶୋକ ଓ ସନିଆ ଆହତ ହୋଇଥିଲେ। ସେମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଖଲ୍ଲିକୋଟ ପୋଲିସ ମେଡିକାଲରେ ପହଞ୍ଚତ୍ବା ସହ ଉକ୍ତ ମାମଲାକୁ ବେଗୁନିଆପଡା ପୋଲିସକୁ ହସ୍ତାନ୍ତର କରିଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା, ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ବର୍ଷାରେ ବେହାଲ ନୀଳଗିରି

ସଜନାଗଡ,୨୭।୮(ଡି.ଏନ.ଏ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ବାଲେଶର ଜିଲା ନୀଳଗିରିରେ ଲଗାତର ବର୍ଷାରେ ସୋନନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁ ନଦୀ ପାର୍ଶ୍ୱ ଗାଁରେ ଲୋକମାନେ...

ହାତୀ ଆକ୍ରମଣରେ ଜଣେ ଗୁରୁତର

କାମାକ୍ଷାନଗର,୧୭।୧୨(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା କଙ୍କଡାହାଡ଼ କରଡ଼ାପାଳ ଗ୍ରାମର ଜଣେ ବ୍ୟକ୍ତି ସୋମବାର ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମହାନ୍ତ ଦେହୁରୀ (୬୫)। ସନ୍ଧ୍ୟାରେ...

ଧାନ, ବାଦାମ ସବ୍‌ସିଡି ହେରଫେର

ଘସିପୁରା,୬।୨(ଡି.ଏନ.ଏ.)-ଘସିପୁରା ବ୍ଲକ ଦେଉଗାଁ ପଞ୍ଚାୟତ ଅନ୍ତର୍ଗତ କୋଚିଆନେଣ୍ଡି ଗ୍ରାମର ଚାଷୀଙ୍କ ନାମରେ ଧାନ ଓ ବାଦାମ ଚାଷ ବାବଦକୁ ଆସିଥିବା ସବ୍‌ସିଡି ଅର୍ଥ ବାଟ ମାରଣା...

ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ମୁତୟନ ହେଲେ ଏନ୍‌ଡିଆରଏଫ, ଓଡ୍ରାଫ ଟିମ୍‌

ଛତ୍ରପୁର,୨୬।୯(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ଗୁଲାବ ପରିପ୍ରେକ୍ଷୀରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ଗଞ୍ଜାମ ଜିଲାରେ ପହଞ୍ଚିଥିଲେ। ପରେ ସେମାନଙ୍କୁ...

ଆଠମଲ୍ଲିକ ସହର, ୩ ପଞ୍ଚାୟତରେ ବନ୍ୟା

ଆଠମଲ୍ଲିକ,୧୫ା୮(ଡି.ଏନ.ଏ.) ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଅନୁଗୋଳ ଜିଲାର ଆଠମଲ୍ଲିକ ସହର ସମେତ ବ୍ଲକରେ ବୁଧବାର ବନ୍ୟା ଜଳ ପ୍ରବେଶ କରିଛି। ଏଥିଯୋଗୁ ଶହ ଶହ...

କର୍ମଚାରୀଙ୍କୁ ଦରମା ନ ଦେବା ଅଭିଯୋଗ: ସଫେଇ ସଂସ୍ଥା ମୁଖ୍ୟ ଗିରଫ

ବାରିପଦା ଅଫିସ, ୨୫ା୧୦- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଦୀର୍ଘ ଦିନ ହେବ ସଫେଇ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଉ...

ବଡ଼ସାହିରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ

ବଡ଼ସାହି,୮।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ଭାରତ ବନ୍ଦ ଡାକରାର ମିଶ୍ରିତ ପ୍ରଭାବ ଦେଖାଦେଇଛି। ବ୍ଲକ କଂଗ୍ରେସର ବଡ଼ସାହି ଜୋନ୍‌ ସଭାପତି ଶଶାଙ୍କ ଶେଖର...

ଫେଲ ମାରିଛେ ଜଲ ଯୋଗାଣ ପ୍ରକଳ୍ପ

ରିଷିଡା, ୧୩।୩ (ଡି.ଏନ୍‌.ଏ.)-  କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାକେ ପାଇପ ପାଏନ୍‌ ଯୁଗେଇ ଦେବାର ଲାଗି ତେଲନଦୀରୁ ବେବସ୍‌ତା କରାଯାଇଛେ। ସେନ୍‌ତା ପାଏନ୍‌ ରଖବାର...

Advertisement
Archives

Model This Week