କାଗଜ ବଣ୍ଡଲ ଧରାଇ ୫ ଲକ୍ଷ ଠକେଇ ଘଟଣା: ଆଉ ଜଣେ ଗିରଫ

କଟକ ରୋଡ, ୨୧ା୯(ଡି.ଏନ୍‌.ଏ): କାଗଜ ବଣ୍ଡଲ ଧରାଇ ରାଜ୍ୟ ବାହାରର ଜଣେ ବ୍ୟବସାୟୀଙ୍କୁ ୫ଲକ୍ଷ ଟଙ୍କା ଠକିଥିବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଶୁକ୍ରବାର ଗିରଫ କରିଛି। ସେ ହେଲେ ଜଗତ୍‌ସିହପୁର ଜିଲା କୁଜଙ୍ଗ ଅଞ୍ଚଳର ପ୍ରଭାତ ସାହୁ। ତାଙ୍କ ଠାରୁ ୭ଲକ୍ଷ ୨୬ହଜାର ଅସଲି ଟଙ୍କା, ଜାଲ୍‌ ଟଙ୍କା ସହ ୧୦ଗ୍ରାମ ଓଜନର ୧୧୦ଖଣ୍ଡ ନକଲି ସୁନା ବିସ୍କୁଟ ଜବତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଉକ୍ତ ଗ୍ୟାଙ୍ଗ କିଛି ମାସ ହେବ କୌଣସି ଉପାୟରେ ବିଭିନ୍ନ ବ୍ୟକ୍ତିଙ୍କ ଟେଲିଫୋନ ନମ୍ବର ସଂଗ୍ରହ କରିଥାନ୍ତି। ମୁଖ୍ୟତଃ ରାଜ୍ୟ ବାହାର ବ୍ୟବସାୟୀଙ୍କ ମୋବାଇଲ ନମ୍ବରକୁ ଫୋନ କରି ଅଭିଯୁକ୍ତମାନେ କଳା ଟଙ୍କା ଓ ମାଟିତଳୁ ମିଳିଥିବା ବହୁ ପରିମାଣ ସୁନାକୁ ବଦଳାଇବା ପାଇଁ ପ୍ରବର୍ତ୍ତାଇଥାନ୍ତି। ଗତ ୧୮ତାରିଖରେ ଅଭିଯୁକ୍ତମାନେ ଝାଡଖଣ୍ଡ ରାଜ୍ୟର ବ୍ୟବସାୟୀ ରୋହିତ କୁମାର ବର୍ମାଙ୍କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳକୁ ଡାକିଥିଲେ। ତାଙ୍କୁ ୪ଟି କାଗଜ ବଣ୍ଡଲ ଦେଇ ୫ଲକ୍ଷ ଟଙ୍କା ଠକିବା ବେଳେ ସମ୍ପୃକ୍ତ ବ୍ୟବସାୟୀ ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ପ୍ରଦୀପ ମାଇତି ଓ ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ରୁଦ୍ରପୁର ଗ୍ରାମର ରାଜେନ୍ଦ୍ର କୁମାର ଦାସଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ରୋହିତଙ୍କ ଅଭିଯୋଗକ୍ରମେ ଲକ୍ଷ୍ମୀସାଗର ପୋଲିସ ମାମଲା (ନଂ.୨୬୧/୧୯)ରୁଜୁ କରିବା ସହ ୧୯ତାରିଖରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏଥିରେ ପ୍ରଭାତଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା। ଧରାପଡ଼ିଥିବା ଗ୍ୟାଙ୍ଗର ୩ ସଦସ୍ୟ ଓଡ଼ିଶା, ପଞ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଅଞ୍ଚଳରେ ଠକେଇ ନେଟଓ୍ବର୍କ ଚଳାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ବଡ଼ଗଡ଼ ଥାନାରେ ଠକେଇ ମାମଲା ରହିଥିବା ବେଳେ ପ୍ରଭାତଙ୍କ ଆପରାଧିକ କାର୍ଯ୍ୟକଳାପ ବାବଦରେ ମଧ୍ୟ ପୋଲିସ ତଦନ୍ତ ଚଳାଇଛି। ପ୍ରଭାତଙ୍କଠାରୁ ଜବତ ହୋଇଥିବା ଜାଲ୍‌ ନୋଟ ଓ ନକଲି ସୁନା ବିସ୍କୁଟ କେଉଁଠାରେ ପ୍ରସ୍ତୁତ ହେଉଥିଲା ସେନେଇ କମିଶନରେଟ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି। ପ୍ରଭାତଙ୍କ ନାମରେ ପୁରୀ ଜିଲାରେ ମାମଲା ରହିଛି। ଆବଶ୍ୟକ ପଡ଼ିଲେ ତାଙ୍କୁ ରିମାଣ୍ଡରେ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri