କାଗଜପତ୍ରରେ ଚାଲିଛି ଧାନକିଣା:ଚାଉଳ ରିସାଇକ୍ଲିଂ କରିବାକୁ ସଜବାଜ

ଯାଜପୁର ଅଫିସ,୫ା୨- ଯାଜପୁର ଜିଲାରେ ମଙ୍ଗଳବାର ସୁଦ୍ଧା ୧୩୪ ପ୍ୟାକ୍ସ ଜରିଆରେ ୫,୯୩,୨୫୭ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଥିରେ ୧୨ଜଣ ମିଲର୍ସ ଭାଗ ନେଇଛନ୍ତି । ତେବେ ଏଥିରୁ ଲକ୍ଷାଧିକ କୁଇଣ୍ଟାଲ ପରିମାଣର ଧାନ କାଗଜପତ୍ରରେ ସଂଗ୍ରହ ଚାଲିଛି। ନିଜ ସମ୍ପର୍କୀୟ ଓ ପାଖ ଲୋକଙ୍କୁ ଚାଷୀ ଦର୍ଶାଇ ଜାଲ କାଗଜପତ୍ରରେ ଧାନ ସଂଗ୍ରହ ହେଉଛି ା ତେବେ ଜଣେ ମିଲର୍ସ ଯେଉଁ ଧାନ ନେବ ସେହି ପରିମାଣରେ ଚାଉଳ ଦାଖଲ କରିବା କଥା। କିନ୍ତୁ ଏଠାରେ ଜିଲାର ବିପିଏଲ, ଅନ୍ତ୍ୟୋଦ୍ୱୟ, ଅନ୍ନପୂର୍ଣ୍ଣା ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ଚାଉଳକୁ କିଣି ପୁଣି ପ୍ୟାକେଟ କରି ସରକାରଙ୍କ ନିକଟରେ ଦାଖଲ କରାଯାଉଛି ା ଏହିକ୍ରମରେ ଚାଉଳ ଦାଖଲ ପୂର୍ବରୁ ଚଳିତ ବର୍ଷ ମଧ୍ୟ ଚାଉଳ ରିସାଇକ୍ଲିଂ ପାଇଁ ସଜବାଜ ଚାଲିଛି। ଗତବର୍ଷ ଯାଜପୁର ଜିଲା ମାର୍କଣ୍ଡପୁର ପ୍ୟାକ୍ସରେ ୪ଜଣ ଚାଷୀଙ୍କ ନାମରେ ଏଭଳି ମିଥ୍ୟା କାଗଜପତ୍ର ଜରିଆରେ ଧାନ କିଣାଯାଇଥିବା ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଧାନକିଣାରେ ଏଭଳି କୋଟି କୋଟି ଟଙ୍କାର ହେରାଫେରି ହେଉଥିବା ଅଭିଯୋଗ ହେଉଛି।
ସରକାର ଗରିବ ଗୁରୁବାଙ୍କ ପାଟିରେ ମୁଠାଏ ଅନ୍ନ ଯୋଗାଇ ଦେବା ତଥା ରାଜ୍ୟରୁ କିଛିକାଂଶରେ ଗରିବ ହଟାଇବାକୁ ୧ ଟଙ୍କିଆ ଚାଉଳ ଯୋଗାଣ ଆରମ୍ଭ କଲେ। ଏଥିରେ କୌଣସି ପ୍ରକାର ଖିଲାପି ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ହେଲେ ଫଳ ଓଲଟା ହେଉଛି । ଏହାର ଫାଇଦା ନେଉଛନ୍ତି ଥିଲାବାଲାମାନେ। ଦିନ ଦ୍ୱିପ୍ରହରେ ହଜାର ହଜାର କ୍ବିଣ୍ଟାଲ ୧ଟଙ୍କିଆ ଚାଉଳ ରିସାଇକ୍ଲିଂ ହେଉଛି। ଚାଉଳ ଗୋଦାମରୁ ଚାଉଳ ବଣ୍ଟନକାରୀ ସଂସ୍ଥାକୁ ଯାଉଛି। ତାହା ପୁଣି ସେଠାରୁ ଅନ୍ୟଏକ ଟ୍ରକରେ ଚାଲିଯାଉଛି ମିଲର୍ସଙ୍କ ଗୋଦାମକୁ। ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଚାଉଳ ଗୋଦାମରେ ପୁଣି ହାଜର ହେଉଛି। ଏଭଳିସ୍ଥିତିରେ ପ୍ୟାକ୍ସରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ହେଉ ନଥିବାବେଳେ କାଗଜପତ୍ରରେ ଧାନ ସଂଗ୍ରହ ହେଉଛି। ପ୍ରକୃତ ଚାଷୀ ପୂର୍ବରୁ ଅଭାବୀ ବିକ୍ରିର ଶିକାର ହୋଇ ମଧ୍ୟସ୍ଥିଙ୍କ ହାତରେ ଧାନ ଦେଉଛନ୍ତି। ମଧ୍ୟସ୍ଥିମାନେ ବାହାରକୁ ଟ୍ରକଟ୍ରକ ଧାନ ଚାଲାଣ କରୁଥିବା ମଧ୍ୟ ଜିଲାରେ ନଜିର ରହିଛି। ସୂଚନା ଯୋଗ୍ୟ ଯେ, ଫେବୃୟାରୀ ଓ ମାର୍ଚ୍ଚ ମାସ ପାଇଁ ଯାଜପୁର ଜିଲାରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନା ଓ ଅନ୍ତ୍ୟୋଦ୍ୱୟ ଯୋଜନାରେ ଚାଉଳ ଆବଣ୍ଟିତ କରିବାକୁ ନିର୍ଦ୍ଧାରଣ ହୋଇଛି। ଏଥିରେ ୩,୪୬,୬୯୦ ପରିବାରର ୧୨,୮୪,୭୩୦ ଜଣ ସଦସ୍ୟଙ୍କୁ ୧,୦୪,୪୨୨.୦୪ ମେଟ୍ରିକଟନ ଚାଉଳ ଓ ୩୦,୪୪୩.୩୬ ମେଟ୍ରିକଟନ ଗହମ ବଣ୍ଟନ କରାଯିବ। ସେହିପରି ଅନ୍ତ୍ୟୋଦ୍ୱୟ ଯୋଜନାରେ ୪୫,୫୦୩ ପରିବାରର ୧,୫୪,୩୯୯ ଜଣ ସଦସ୍ୟଙ୍କୁ ୩୧,୮୫୪.୯୦ ମେଟ୍ରିକ ଟନ୍‌ ଚାଉଳ ବଣ୍ଟନ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଧାରଣ ହୋଇଛି। ଏହାବାଦ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୧,୮୯,୬୪୭ ଛାତ୍ରୀଛାତ୍ରଙ୍କ ପାଇଁ ୧୨୦୯.୪୫ ମେଟ୍ରିକ ଟନ୍‌ ଚାଉଳ ଆସୁଛି। ଏଭଳି ଭାବରେ ଜିଲାକୁ ସମୁଦାୟ ୧,୩୭,୪୮୬.୩୯ ମେଟ୍ରିକଟନ୍‌ ଚାଉଳ ଆସୁଛି। ତେବେ ଏଥିରୁ କେତେ ଚାଉଳ ବାସ୍ତବରେ ଲୋକେ ବ୍ୟବହାର କରୁଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ। କେବଳ ସେତିକି ନୁହେଁ ବାହାର ଜିଲାରୁ ମଧ୍ୟ ଏହି ଜିଲାକୁ ଚାଉଳ ଚୋରାଚାଲାଣ ହେଉଥିବାବେଳେ ଧରାପଡ଼ିବା ଭଳି ଘଟଣା ପୂର୍ବରୁ ନଜିର ରହିଛି । ତେଣୁ ଏଥିରୁ ପ୍ରାୟ ୨୫ ପ୍ରତିଶତ ଚାଉଳକୁ ରିସାଇକ୍ଲିଂ କରି ପୁଣି ମିଲର୍ସଙ୍କ ପାଖକୁ ଯାଉଥିବା ସନ୍ଦେହ କରାଯାଉଛି। କିଲୋ ପିଛା ୧୫ଟଙ୍କାରେ ସେଇ ବଣ୍ଟନକାରୀ ସଂସ୍ଥା ଚାଉଳକୁ ରଖିଦେଉଛି। ଯେଉଁଲୋକମାନେ ଚାଉଳ ଆଣୁନାହାନ୍ତି ସେମାନେ ଅନ୍ୟପାଖରେ ୧୫୦/୨୦୦ ଟଙ୍କାରେ କାର୍ଡକୁ ବିକ୍ରି ଦେଉଛନ୍ତି। ଅଧିକାଂଶ ହିତାଧିକାରୀମାନେ ପ୍ରାୟତଃ ଚାଉଳକୁ ଖାଉ ନାହାନ୍ତି। ତେଣୁ ବକିବାଟା ସାର ହେଉଛି। ସେହି ଚାଉଳ ବିକ୍ରୟକାରୀଙ୍କ ଠାରୁ ଖୋଲାଖୋଲି କ୍ବିଣ୍ଟାଲ ପଛା ପ୍ରାୟ ୨୦୦୦ ହଜାର ଟଙ୍କାରେ ମିଲର୍ସ ପାଖକୁ ବିକ୍ରି ହୋଇଯାଉଛି। ମିଲର୍ସମାନେ ସେହି ଚାଉଳକୁ ସରକାରୀ ଗୋଦାମକୁ ଅଧିକ ଟଙ୍କାରେ ବିକ୍ରି କରି ମୁନାଫା ପାଉଥିବା ଅଭିଯୋଗ ହେଉଛି। ତେବେ ୧ଟଙ୍କିଆ ଯୋଜନା ଦ୍ୱାରା ଗରିବ ଲୋକ ଗରିବ ତଥା ଧନୀଲୋକ ଆହୁରି ଧନୀ ହେବାର ବାଟ ଫିଟାଉଛି। ଏହି ରିସାଇକ୍ଲିଂ ବ୍ୟବସ୍ଥାକୁ ଯୋଗାଣ ବିଭାଗ ଜାଣିଶୁଣି କୌଣସି ପ୍ରକାର ଅଙ୍କୁଶ ଲଗାଉ ନ ଥିବା ଅଭିଯୋଗ କରାଯାଉଥିବାବେଳେ ଧାନ ସଂଗ୍ରହକୁ ମଧ୍ୟ ହେରାଫେରି କରିବାକୁ ପ୍ୟାକ୍ସ କର୍ମଚାରୀ ସୁବିଧା ପାଉଛନ୍ତି। ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ହୋତାଙ୍କୁ ପଚାରିବାରେ ସେ କହିଛନ୍ତି ଧାନ କିଣା ସୁରଖୁରୁରେ ଚାଲିଛି। ଏଥିରେ କୌଣସି ଅନିୟମିତତା ହେଉନାହିଁ। ତେବେ ଯଦି ହେରାଫେରି ହେଉଥିବା ସ୍ପଷ୍ଟ ଭାବେ ଜଣାପଡିଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହୋତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri