Posted inପୁରୀ

କାକଟପୁର ଅଞ୍ଚଳ ହେଲା ବିଶୋଧନ

କାକଟପୁର,୧୮।୫(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ପାଇଁ ଆରଏସ୍‌ଏସ୍‌ ଓ ଏବିଭିପି ମିଳିତ ଆନୁକୂଲ୍ୟରେ କାକଟପୁର ନଗର ଶାଖା ତରଫରୁ ସୋମବାର କାକଟପୁର ଅଞ୍ଚଳକୁ ବିଶୋଧନ କରାଯାଇଛି। କାର୍ଯ୍ୟକର୍ତ୍ତାମାନେ କାକଟପୁର ମା’ ମଙ୍ଗଳା ମନ୍ଦିରଠାରୁ ଆରମ୍ଭକରି ବଜାର, ପରିବା ହାଟ, ବିଭିନ୍ନ ଦୋକାର, ଏଟିଏମ୍‌, ମେଡିସିନ ଷ୍ଟୋର, କାକଟପୁର ଥାନାକୁ ବିଶୋଧନ କରିଥିଲେ। ଏହାସହ ଲୋକମାନଙ୍କୁ ସଚେତନ କରିବା ପାଇଁ ଜନଗହଳି ଜାଗାଗୁଡ଼ିକରେ ପୋଷ୍ଟର ମରାଯାଇ ନିଜ ନିଜ ଭିତରେ ଦୂରତା ରଖିବା ସହ ହାତକୁ ଭଲଭାବରେ ସାବୁନ୍‌ରେ ଧୋଇବା ପାଇଁ ସଚେତନ କରାଯାଇଛି। ଆରଏସ୍‌ଏସ୍‌ କାକଟପୁର କାର୍ଯ୍ୟବାହ ମନ୍ମଥ ସାହୁ, ଏବିଭିପିର ନଗର ଉପସଭାପତି ନିରଞ୍ଜନ ମୁଦୁଲି, ସଂଗ୍ରାମ କେଶରୀ ବିଶ୍ୱାଳ, ମଳୟ ରଞ୍ଜନ ଦାସ, ସ୍ମୃତିରଞ୍ଜନ ମଲ୍ଲିକ, ଜଗମୋହନ ଜେନା, ଜ୍ୟୋତିରଞ୍ଜନ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀ, ୧୭।୯( ଅଜିତ୍ କୁମାର ମହାନ୍ତି ): ନିମ୍ନମାନର ଓ ଭେଜାଲ ଖଜା ବିକ୍ରି ନେଇ ଆସୁଥିବା ଅଭିଯୋଗକୁ ଆଧାର କରି ପୁରୀ ସହରର ବିଭିନ୍ନ ଖଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?