Advertisement

କଶ୍ମୀର ପରିସ୍ଥିତିକୁ ତାଲିବାନ ସହ ତୁଳନା କଲା ପାକିସ୍ତାନ

ତାଲିବାନ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଏହାକୁ କେନ୍ଦ୍ର ଶାସିତ ରାଜ୍ୟ କରିଦିଆଯିବା ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡ଼ିଛି। ଏନେଇ ଦିନକୁ ଦିନ ପାକିସ୍ତାନ ପକ୍ଷରୁ ନୂଆ ନୂଆ ପ୍ରତିକ୍ରିୟା ଆସୁଛି। ଏହି କ୍ରମରେ ପାକିସ୍ତାନ ସଂସଦରେ ବିରୋଧୀ ଦଳ ନେତା ସହବାଜ ଶରିଫ କଶ୍ମୀର ପ୍ରସଙ୍ଗରେ ଚର୍ଚ୍ଚା କରିବା ସହ ସେଠାକାର ପରିସ୍ଥିତିକୁ ଆଫଗାନିସ୍ତାନ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ଭାରତ ପାକିସ୍ତାନ ମଧ୍ୟରେ ଲାଗିଥିବା ଉତ୍ତେଜନା ଆଫଗାନିସ୍ତାନ ଉପରେ ମଧ୍ୟ ପ୍ରଭାବ ପକାଇବ। ତେବେ ଏହାକୁ ନେଇ ଗୁରୁବାର ତାଲିବାନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଲିବାନର ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ବିଶ୍ୱର ଦେଶ ସହ ଆଫଗାନିସ୍ତାନକୁ ପ୍ରତିଦ୍ୱନ୍ଦିତାର ସ୍ଥଳ ନ କରାଯାଉ। କିଛି ଦେଶ କଶ୍ମୀର ପ୍ରସଙ୍ଗକୁ ଆଫଗାନିସ୍ତାନ ସହ ଯୋଡୁଥିବା ବେଳେ ଏଥିରୁ ସ୍ଥିତିରେ କୌଣସି ସୁଧାର ଆସିବ ନାହିଁ। ଏଥିସହ ଦୁଇ ଦେଶ ମଧ୍ୟରେ ଆଫଗାନିସ୍ତାନକୁ ଟଣା ନ ଯାଉ ବୋଲି ସେ ନିବେଦନ କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଏଭଳି ପଦକ୍ଷେପ ନେବା ଉଚିତ ଯେଭଳି ହିଂସା ଓ ଜଟିଳ ରାସ୍ତାରୁ ଦୂରେଇ ରହିପାରିବ। କାରଣ ତାଲିବାନ ନିକଟରେ ଯୁଦ୍ଧ ଓ ସଂଘର୍ଷର ବହୁ ତିକ୍ତ ଅନୁଭୂତି ରହିଛି। ତେଣୁ ଏହି ଆଞ୍ଚଳିକ ପ୍ରସଙ୍ଗକୁ ଶାନ୍ତି ଓ ଯୁକ୍ତିଯୁକ୍ତ ପ୍ରକ୍ରିୟାରେ ସମାଧାନ କରାଯାଉ ବୋଲି ମୁଖପାତ୍ର ଜବିହୁଲ୍ଲାହ କହିଛନ୍ତି। ଅନ୍ୟପଟେ କାବୁଲର ପାକିସ୍ତାନ ରାଷ୍ଟ୍ରଦୂତ ଜାହିଦ ନସୁରୁଲ୍ଲାହ ଖାନ କହିଛନ୍ତି, କଶ୍ମୀର ଯୋଗୁ ଆଫଗାନିସ୍ତାନର ଶାନ୍ତି ଉଦ୍ୟମରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ବହୁ ଦୁଃର୍ଭାଗ୍ୟପୂର୍ଣ୍ଣ ଯେ, ଏବେ ଯାଏଁ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଇଫୁନ ମୁଇଫା: ଅସ୍ଥାୟୀ ଆଶ୍ରୟସ୍ଥଳରେ ୧୦ ଲକ୍ଷରୁ ଅଧିକ ଲୋକ…

ବେଜିଂ, ୧୫।୯ : ଚାଇନାରେ ତାଇଫୁନ୍‌ ମୁଇଫା ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗୁରୁବାର ଚାଇନାର ପୂର୍ବ ଉପକୂଳ ଆଡକୁ ଏହା ଭୟଙ୍କର ରୂପ...

୩୧ ନିୟୁତ ପାଉଣ୍ଡ ଧରି ଦୁବାଇ ଯୁବରାଣୀ ଫେରାର

ଲଣ୍ଡନ,୩୦ା୬(ଆଇଏଏନ୍‌ଏସ୍‌): ବିବାହ ବିଚ୍ଛେଦ ପରେ ଦୁବାଇର ଶାସକ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକତୁମ୍‌ଙ୍କ ଷଷ୍ଠ ସ୍ତ୍ରୀ ଯୁବରାଣୀ ହାୟା ବିଣ୍ଟ୍‌ ଅଲ୍‌ ହୁସେନ୍‌...

ସୁପର ସ୍ପ୍ରେଡ଼ର ମୋଟର ସାଇକେଲ ରାଲି: ୨ ଲକ୍ଷ ୬୦ ହଜାରରେ ହେଲେ କରୋନା ଆକ୍ରାନ୍ତ

ଓ୍ବାଶିଂଟନ, ୯।୯: ଆମେରିକାରେ ହୋଇଥିବା ଏକ ମୋଟର ସାଇକେଲ ରାଲି କରୋନା ସଂକ୍ରମଣର ସୁପର ସ୍ପ୍ରେଡ଼ର ପାଲଟି ଥିବା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।...

ଟ୍ରମ୍ପ୍‌ ପୁଣି ନିର୍ବାଚନ ଲଢ଼ିଲେ ବି ହଟିବନି ପ୍ରତିବନ୍ଧକ: ଟୁଇଟର

ଓ୍ବାଶିଂଟନ,୧୧।୨: ଆମେରିକାରେ ଘଟିଥିବା କ୍ୟାପେିଟୋଲ ହିଲ ହିଂସା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ଦେଶରେ ଉତ୍ତେଜନା...

ଖେରସନ୍‌ ସହରକୁ ଦଖଲ କଲା ରୁଷିଆ

କ୍ୱିଭ,୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ବୁଧବାର ହେଉଛି ସପ୍ତମ ଦିନ। ରୁଷିଆ ସେନା ଲଗାତର ଭାବେ ୟୁକ୍ରେନର ରାଜଧାନୀ କ୍ୱିଭରେ ବୋମାମାଡ଼...

ନିପ୍ରୋରେ ରୁଷିଆର ମିଶାଇଲ ଆକ୍ରମଣରେ ୨୫ରୁ ଅଧିକ ୟୁକ୍ରେନ ନାଗରିକ ମୃତ

କ୍ୱିଭ,୧୬ ।୧: ଦକ୍ଷିଣ ପୂର୍ବ ୟୁକ୍ରେନ ସହର ନିପ୍ରୋରେ ରବିବାର ରୁଷିଆ ପକ୍ଷରୁ ହୋଇଥିବା ମିଶାଇଲ ଆକ୍ରମଣରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।...

୨୦ ହଜାର କରୋନାଭାଇରସ ରୋଗୀଙ୍କୁ ମାରିବାକୁ ଅନୁମତି ମାଗିଛି କି ଚାଇନା!

ବେଜିଂ,୧୦।୨: ଚାଇନାରେ କାୟା ବିସ୍ତାର କରିଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଭାରତ ଓ ଆମେରିକା ସମେତ ବିଶ୍ୱର ଆଉ କିଛି ଦେଶ...

ଖାର୍କିଭରେ ଆପାର୍ଟମେଣ୍ଟକୁ ଟାର୍ଗେଟ କଲା ରୁଷିଆ ମିଶାଇଲ: ୫ ମୃତ ୧୩ ଆହତ

ଖାର୍କିଭ,୧୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ମାସେରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି । ହେଲେ ଏହା ଥମିବାର କୌଣସି ଅଭାସ ମିଳୁନାହିଁ । ରୁଷିଆ ସେନା ଲଗାତାର...

Advertisement
Archives

Model This Week