କଶ୍ମୀର ଉପରେ ଚର୍ଚ୍ଚା ପାଇଁ ରିୟାଧ ଡାକିଲା ଆଇଓସି ବୈଠକ: ଭାରତକୁ ସୌଦି ଝଟକା

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୩୦।୧୨: ପାକିସ୍ତାନକୁ ଖୁସି କରିବା ପାଇଁ ଇସ୍‌ଲାମିକ ସହଯୋଗ ସଙ୍ଗଠନ (ଆଇଓସି)ର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ ଡାକିବାକୁ ରାଜି ହୋଇଯାଇଛି ସୌଦି ଆରବ। ଏହି ବୈଠକ କେବେ ହେବ ସେନେଇ କିଛି ଜଣାପଡ଼ି ନ ଥିଲେ ବି ଏଥିରେ କଶ୍ମୀର ସ୍ଥିତି ଉପରେ ଆଲୋଚନା କରାଯିବ ବୋଲି ସ୍ପଷ୍ଟ ହୋଇଛି। ସୌଦି ଆରବର ଏହି ପଦକ୍ଷେପକୁ ଭାରତ ପାଇଁ କୂଟନୈତିକ ଝଟକା ବୋଲି କୁହାଯାଉଛି। କାରଣ ଆରବ ଓ୍ବାଲର୍‌ଡରେ ପାକିସ୍ତାନ ଓ ସୌଦି ହେଉଛନ୍ତି ପରସ୍ପରର ବଡ଼ ସମର୍ଥକ।
ମିଡିଆ ରିପୋର୍ଟ ଅନୁସାରେ ସୌଦି ଆରବର ବହିର୍ବ୍ୟାପାର ମନ୍ତ୍ରୀ ପ୍ରିନ୍ସ ଫୈଜଲ ବିନ୍‌ ଫରହାନ ଅଲ୍‌-ସୌଦ ନିକଟରେ ପାକିସ୍ତାନ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କ ସହ ସାକ୍ଷାତ୍‌ କରି ଆଲୋଚନା ବେଳେ ଆଇଓସି ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ। ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ଅନୁସାରେ ଦୁଇନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ବେଳେ କୁରେଶୀ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା, ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ପ୍ରସଙ୍ଗ ଉଠାଇଥିଲେ। କେନ୍ଦ୍ର ସରକାରଙ୍କ ଏହି ଯୋଜନାଗୁଡ଼ିକ ଯୋଗୁ ଭାରତରେ ସଂଖ୍ୟାଲଘୁ ଏବଂ ବିଶେଷକରି ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରାଯାଉଥିବା ସେ ଅଭିଯୋଗ ଆଣିଥିଲେ। ଦୁଇ ବହିର୍ବ୍ୟାପାର ମନ୍ତ୍ରୀ କଶ୍ମୀର ପ୍ରସଙ୍ଗରେ ଆଇଓସିର ଭୂମିକା ଉପରେ ମଧ୍ୟ ଆଲୋଚନା କରିଥିବା ବିବୃତିରେ କୁହାଯାଇଛି।
କିଛି ଦିନ ତଳେ ମାଲେସିଆରେ ମଧ୍ୟ ଏକ ଇସ୍‌ଲାମିକ ଶିଖର ସମ୍ମିଳନୀ ଆୟୋଜନ କରାଯାଇଥିଲା। ସୌଦି ଆରବ ଚାପ ପକାଇବା ପରେ ପାକିସ୍ତାନ ଉକ୍ତ ବୈଠକରେ ସାମିଲ ହୋଇ ନ ଥିଲା। ରିୟାଧର କଥା ମାନି ଇସ୍‌ଲାମାବାଦ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ସହ ବୈଠକକୁ ବର୍ଜନ କରିଥିଲା। ସେହି କ୍ଷତିପୂରଣ ପାଇଁ ସୌଦି ଆରବ କଶ୍ମୀର ଉପରେ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ ଲାଗି ପାକିସ୍ତାନକୁ ଭରସା ଦେଇଛି। ଏହି ନିଷ୍ପତ୍ତିକୁ ଇସ୍‌ଲାମାବାଦ ପାଇଁ ନିଜ ପକ୍ଷ ରଖିବା ସକାଶେ ସୁଯୋଗ ପ୍ରଦାନ ଲାଗି ଏକ ପଦକ୍ଷେପ ବୋଲି କୁହାଯାଉଛି। ପ୍ରକାଶ ଯେ, କିଛିଦିନ ତଳେ ମୁସ୍‌ଲିମ ରାଷ୍ଟ୍ରଗୁଡ଼ିକର ନେତୃତ୍ୱକୁ ନେଇ ସୌଦି ଆରବ ଓ ମାଲେସିଆ-ତୁର୍କୀ-ପାକିସ୍ତାନ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଥିଲା। ପାକିସ୍ତାନ ବିବେଚନା କରୁଛି ଯେ, ତାକୁ କଶ୍ମୀର ପ୍ରସଙ୍ଗରେ ଆଇଓସିରେ ପର୍ଯ୍ୟାପ୍ତ ସମର୍ଥନ ମିଳିନାହିଁ। ଏବେ କଶ୍ମୀର ଉପରେ ସୌଦି ଆରବ ବୈଠକ ଆୟୋଜନ କଲେ ଭାରତ ପାଇଁ ତାହା କୂଟନୈତିକ ଝଟକା ହେବ। କାରଣ ସୌଦି ଆରବ ନିଜ ପ୍ରଭାବ ଥିବା ଦେଶଗୁଡ଼ିକରେ କଶ୍ମୀର ପ୍ରସଙ୍ଗରେ ସମର୍ଥନ ଯୋଗାଡ଼ କରିବାରେ ଭାରତକୁ ସହଯୋଗ କରିଛି। କେବଳ ସୌଦି ଆରବ ନୁହେଁ, ଏହାସହ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଇସ୍‌ଲାମିକ୍‌ ଦେଶଗୁଡ଼ିକରେ ଭାରତର ନୂଆ ବିଦେଶ ନୀତିର ପ୍ରମୁଖ ସ୍ତମ୍ଭ। ଏହି ଦେଶଗୁଡ଼ିକ ଯୋଗୁ ପାକିସ୍ତାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ବିରୋଧରେ ସମର୍ଥନ ଜୁଟାଇ ପାରି ନ ଥିଲା। ଇସ୍‌ଲାମିକ ଦେଶଗୁଡ଼ିକ ମଧ୍ୟରେ ନେତୃତ୍ୱ ନେବା ପ୍ରସଙ୍ଗରେ ରାଜନୈତିକ ଟଣାଓଟରା ଚାଲିଛି। ଗୋଟିଏ ପଟେ ସୌଦି ଆରବ, ୟୁଏଇ ଏବଂ ସେମାନଙ୍କ ପ୍ରଭାବ ଥିବା ଦେଶ ରହିଛନ୍ତି। ଅନ୍ୟପଟେ ତୁର୍କୀ ଓ ମାଲେସିଆ ଅଛନ୍ତି। ତୁର୍କୀ ଓ ମାଲେସିଆ ପକ୍ଷରୁ ଡକାଯାଇଥିବା ବୈଠକରେ ଇରାନ ଭାଗନେଇଥିବାରୁ ସୌଦି ଆରବ ସହିପାରୁ ନାହିଁ। ଏଭଳି ସମୟରେ ନିଜ ଆଧିପତ୍ୟ ବିସ୍ତାର ସହ ଇସ୍‌ଲାମିକ ରାଷ୍ଟ୍ରଗୁଡ଼ିକର ମଙ୍ଗ ଧରିବା ପାଇଁ ରିୟାଧ ଏଭଳି ପଦକ୍ଷେପ ନେଉଥିବା କୂଟନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri