କଶ୍ମୀର ଉପରେ ଚର୍ଚ୍ଚା ପାଇଁ ରିୟାଧ ଡାକିଲା ଆଇଓସି ବୈଠକ: ଭାରତକୁ ସୌଦି ଝଟକା

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୩୦।୧୨: ପାକିସ୍ତାନକୁ ଖୁସି କରିବା ପାଇଁ ଇସ୍‌ଲାମିକ ସହଯୋଗ ସଙ୍ଗଠନ (ଆଇଓସି)ର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ ଡାକିବାକୁ ରାଜି ହୋଇଯାଇଛି ସୌଦି ଆରବ। ଏହି ବୈଠକ କେବେ ହେବ ସେନେଇ କିଛି ଜଣାପଡ଼ି ନ ଥିଲେ ବି ଏଥିରେ କଶ୍ମୀର ସ୍ଥିତି ଉପରେ ଆଲୋଚନା କରାଯିବ ବୋଲି ସ୍ପଷ୍ଟ ହୋଇଛି। ସୌଦି ଆରବର ଏହି ପଦକ୍ଷେପକୁ ଭାରତ ପାଇଁ କୂଟନୈତିକ ଝଟକା ବୋଲି କୁହାଯାଉଛି। କାରଣ ଆରବ ଓ୍ବାଲର୍‌ଡରେ ପାକିସ୍ତାନ ଓ ସୌଦି ହେଉଛନ୍ତି ପରସ୍ପରର ବଡ଼ ସମର୍ଥକ।
ମିଡିଆ ରିପୋର୍ଟ ଅନୁସାରେ ସୌଦି ଆରବର ବହିର୍ବ୍ୟାପାର ମନ୍ତ୍ରୀ ପ୍ରିନ୍ସ ଫୈଜଲ ବିନ୍‌ ଫରହାନ ଅଲ୍‌-ସୌଦ ନିକଟରେ ପାକିସ୍ତାନ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କ ସହ ସାକ୍ଷାତ୍‌ କରି ଆଲୋଚନା ବେଳେ ଆଇଓସି ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ। ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ଅନୁସାରେ ଦୁଇନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ବେଳେ କୁରେଶୀ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା, ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ପ୍ରସଙ୍ଗ ଉଠାଇଥିଲେ। କେନ୍ଦ୍ର ସରକାରଙ୍କ ଏହି ଯୋଜନାଗୁଡ଼ିକ ଯୋଗୁ ଭାରତରେ ସଂଖ୍ୟାଲଘୁ ଏବଂ ବିଶେଷକରି ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରାଯାଉଥିବା ସେ ଅଭିଯୋଗ ଆଣିଥିଲେ। ଦୁଇ ବହିର୍ବ୍ୟାପାର ମନ୍ତ୍ରୀ କଶ୍ମୀର ପ୍ରସଙ୍ଗରେ ଆଇଓସିର ଭୂମିକା ଉପରେ ମଧ୍ୟ ଆଲୋଚନା କରିଥିବା ବିବୃତିରେ କୁହାଯାଇଛି।
କିଛି ଦିନ ତଳେ ମାଲେସିଆରେ ମଧ୍ୟ ଏକ ଇସ୍‌ଲାମିକ ଶିଖର ସମ୍ମିଳନୀ ଆୟୋଜନ କରାଯାଇଥିଲା। ସୌଦି ଆରବ ଚାପ ପକାଇବା ପରେ ପାକିସ୍ତାନ ଉକ୍ତ ବୈଠକରେ ସାମିଲ ହୋଇ ନ ଥିଲା। ରିୟାଧର କଥା ମାନି ଇସ୍‌ଲାମାବାଦ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ସହ ବୈଠକକୁ ବର୍ଜନ କରିଥିଲା। ସେହି କ୍ଷତିପୂରଣ ପାଇଁ ସୌଦି ଆରବ କଶ୍ମୀର ଉପରେ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ ଲାଗି ପାକିସ୍ତାନକୁ ଭରସା ଦେଇଛି। ଏହି ନିଷ୍ପତ୍ତିକୁ ଇସ୍‌ଲାମାବାଦ ପାଇଁ ନିଜ ପକ୍ଷ ରଖିବା ସକାଶେ ସୁଯୋଗ ପ୍ରଦାନ ଲାଗି ଏକ ପଦକ୍ଷେପ ବୋଲି କୁହାଯାଉଛି। ପ୍ରକାଶ ଯେ, କିଛିଦିନ ତଳେ ମୁସ୍‌ଲିମ ରାଷ୍ଟ୍ରଗୁଡ଼ିକର ନେତୃତ୍ୱକୁ ନେଇ ସୌଦି ଆରବ ଓ ମାଲେସିଆ-ତୁର୍କୀ-ପାକିସ୍ତାନ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଥିଲା। ପାକିସ୍ତାନ ବିବେଚନା କରୁଛି ଯେ, ତାକୁ କଶ୍ମୀର ପ୍ରସଙ୍ଗରେ ଆଇଓସିରେ ପର୍ଯ୍ୟାପ୍ତ ସମର୍ଥନ ମିଳିନାହିଁ। ଏବେ କଶ୍ମୀର ଉପରେ ସୌଦି ଆରବ ବୈଠକ ଆୟୋଜନ କଲେ ଭାରତ ପାଇଁ ତାହା କୂଟନୈତିକ ଝଟକା ହେବ। କାରଣ ସୌଦି ଆରବ ନିଜ ପ୍ରଭାବ ଥିବା ଦେଶଗୁଡ଼ିକରେ କଶ୍ମୀର ପ୍ରସଙ୍ଗରେ ସମର୍ଥନ ଯୋଗାଡ଼ କରିବାରେ ଭାରତକୁ ସହଯୋଗ କରିଛି। କେବଳ ସୌଦି ଆରବ ନୁହେଁ, ଏହାସହ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଇସ୍‌ଲାମିକ୍‌ ଦେଶଗୁଡ଼ିକରେ ଭାରତର ନୂଆ ବିଦେଶ ନୀତିର ପ୍ରମୁଖ ସ୍ତମ୍ଭ। ଏହି ଦେଶଗୁଡ଼ିକ ଯୋଗୁ ପାକିସ୍ତାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ବିରୋଧରେ ସମର୍ଥନ ଜୁଟାଇ ପାରି ନ ଥିଲା। ଇସ୍‌ଲାମିକ ଦେଶଗୁଡ଼ିକ ମଧ୍ୟରେ ନେତୃତ୍ୱ ନେବା ପ୍ରସଙ୍ଗରେ ରାଜନୈତିକ ଟଣାଓଟରା ଚାଲିଛି। ଗୋଟିଏ ପଟେ ସୌଦି ଆରବ, ୟୁଏଇ ଏବଂ ସେମାନଙ୍କ ପ୍ରଭାବ ଥିବା ଦେଶ ରହିଛନ୍ତି। ଅନ୍ୟପଟେ ତୁର୍କୀ ଓ ମାଲେସିଆ ଅଛନ୍ତି। ତୁର୍କୀ ଓ ମାଲେସିଆ ପକ୍ଷରୁ ଡକାଯାଇଥିବା ବୈଠକରେ ଇରାନ ଭାଗନେଇଥିବାରୁ ସୌଦି ଆରବ ସହିପାରୁ ନାହିଁ। ଏଭଳି ସମୟରେ ନିଜ ଆଧିପତ୍ୟ ବିସ୍ତାର ସହ ଇସ୍‌ଲାମିକ ରାଷ୍ଟ୍ରଗୁଡ଼ିକର ମଙ୍ଗ ଧରିବା ପାଇଁ ରିୟାଧ ଏଭଳି ପଦକ୍ଷେପ ନେଉଥିବା କୂଟନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri