କଳିଙ୍ଗ ବାଲିଯାତ୍ରା ଆୟୋଜନରେ ସ୍ବଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ : ଟେଣ୍ଡର ପୂର୍ବରୁ ନିର୍ମାଣ ହେଲାଣି ଟେଣ୍ଟ

ପାରାଦୀପ,୩୦।୧୦(ସ୍ବ.ପ୍ର.): ପାରାଦୀପର ଅନ୍ୟତମ ଗଣପର୍ବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆସନ୍ତା ନଭେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଶାସନିକ ବିଧି ବ୍ୟବସ୍ଥାରେ ଆୟୋଜିତ ହେଉଥିବା ଏହି ମହୋତ୍ସବର ସ୍ବଚ୍ଛତାକୁ ନେଇ ଏବେଠାରୁ ଅଭିଯୋଗ ଉଠିଲାଣି। ସୂଚନା ଅନୁଯାୟୀ, ବାଲିଯାତ୍ରାର ଟେଣ୍ଟ, ବ୍ୟାନର, ଗେଟ୍‌, ସାଉଣ୍ଡ, ଆଲୋକସଜ୍ଜା ଆଦି କାର୍ଯ୍ୟ ଟେଣ୍ଡର ଦ୍ୱାରା କରାଯିବ ବୋଲି ଗତ ସେପ୍ଟେମ୍ବର ୨୭ ପ୍ରସ୍ତୁତି ବୈଠକରେ କୁହାଯାଇଥିଲା। ଏ ନେଇ ଟେଣ୍ଡର ମଧ୍ୟ ହୋଇଛି। ଗତ ୨୬ ତାରିଖରେ ଏ ସମ୍ପର୍କିତ ଟେଣ୍ଡର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିରେ ଦର୍ଶାଯାଇଛି ଯେ, ଇଚ୍ଛୁକ ଫାର୍ମ ଆସନ୍ତା ନଭେମ୍ବର ୧ ତାରିଖ ସୁଦ୍ଧା ଆବେଦନ କରିପାରିବେ। ନଭେମ୍ବର ୨ରେ ଟେଣ୍ଡର ଖୋଲାଯିବ। କିନ୍ତୁ ଆଶ୍ଚର୍ଯ୍ୟର କଥା ଟେଣ୍ଡର ଖୋଲାଯିବା ପୂର୍ବରୁ ବାଲିଯାତ୍ରା ପାଇଁ ମଞ୍ଚ କାମ ଓ ଷ୍ଟଲ ନିର୍ମାଣ କାମ ଜୋରଦାର ଆରମ୍ଭ ହୋଇଗଲାଣି। ଅର୍ଦ୍ଧାଧିକ ଷ୍ଟଲ ପାଇଁ ବାଉଁଶ ବନ୍ଧା ସରିଲାଣି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାରାଦୀପ ବିଧାୟକଙ୍କ ପ୍ରତିନିଧି ରଶ୍ମିରଞ୍ଜନ ପରିଡ଼ା। ତାଙ୍କ ମତରେ ଟେଣ୍ଡର ଖୋଲାଯାଇ ନାହିଁ, କିନ୍ତୁ ଏକ ନିର୍ଦ୍ଦିଷ୍ଟ ଫାର୍ମ ଷ୍ଟଲ ନିର୍ମାଣ କାମ କରିବା କେତେଦୂର ଯୁକ୍ତିଯୁକ୍ତ। ବାଲିଯାତ୍ରା ପାଇଁ ସବୁକାମ ଏଭଳି ମନମୁଖୀ ଭାବେ କେତେକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଦିଆଯାଉଛି। କେବଳ ଧର୍ମରକ୍ଷା ପାଇଁ ଏସବୁ ଟେଣ୍ଡର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ବାଲିଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର କମିଟି ସଦସ୍ୟା ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର। ଚଳିତବର୍ଷ ସମସ୍ତ କାର୍ଯ୍ୟକ୍ରମରେ କୋର କମିଟି ମେମ୍ବରଙ୍କୁ ଅଣଦେଖା କରାଯାଉଥିବା ସେ କହିଛନ୍ତି। ଟେଣ୍ଡର ପୂର୍ବରୁ ଟେଣ୍ଟ ନିର୍ମାଣ କାମ ପ୍ରସଙ୍ଗରେ ବାଲିଯାତ୍ରା କମିଟି ସମ୍ପାଦକ ତଥା ଟେଣ୍ଡର କରିଥିବା ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ, ବାଲିଯାତ୍ରା ମହୋତ୍ସବ ପରିଚାଳନା କ୍ଷେତ୍ରରେ ସ୍ବଚ୍ଛତା ରକ୍ଷା ନିମନ୍ତେ ଏବଂ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶ ମତେ ଏହି ଟେଣ୍ଡର ଆହ୍ବାନ କରାଯାଇଛି। ସୂଚନାଯୋଗ୍ୟ, ପାରାଦୀପ ବାଲିଯାତ୍ରା ମହୋତ୍ସବ ପାଇଁ ସରକାରୀ ଅନୁଦାନ ମିଳେ ନାହିଁ। ପ୍ରଶାସନ ତଥା ବାଲିଯାତ୍ରା କମିଟି ସ୍ଥାନୀୟ ଶିଳ୍ପ ସଂସ୍ଥା ଓ ବାଲିଯାତ୍ରା ଷ୍ଟଲରୁ ଆଦାୟ ଅର୍ଥରେ ମହୋତ୍ସବ ଖର୍ଚ୍ଚ କରିଥାନ୍ତି। ପ୍ରସ୍ତୁତି ବୈଠକ, ଷ୍ଟଲ ନିର୍ମାଣକାରୀ ସଂସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିବା କଳାକାର, ମଞ୍ଚରେ ଅତିଥି ସତ୍କାର, ସ୍ମରଣିକା ପ୍ରକାଶନ ଆଦି ନିମନ୍ତେ
ଅର୍ଥ ଖର୍ଚ୍ଚ ହୋଇଥାଏ। ଏହି ସବୁ କାମ ପାଇଁ ସରକାରୀ କର୍ମଚାରୀ ଓ ହାତଗଣତି କମିଟି ସଦସ୍ୟ ନିୟୋଜିତ ଥାଆନ୍ତି। ଏଥିପାଇଁ ଭିନ୍ନ ଭିନ୍ନ କମିଟି ମଧ୍ୟ ରହିଛି। ଖର୍ଚ୍ଚ ବାବଦରେ ପ୍ରତିବର୍ଷ ପ୍ରସ୍ତୁତି ବୈଠକରେ ତୁମ୍ବିତୋଫାନ ହୁଏ। ଏହା ସତ୍ତ୍ୱେ ଏଥିରେ କୌରସି ପରିବର୍ତ୍ତନ ହେଉନାହିଁ। ଯେମିତି ଟେଣ୍ଡର ପୂର୍ବରୁ ଟେଣ୍ଟ ନିର୍ମାଣ ହେଉଛି, ସେହିଭଳି ବୁଝାମଣାରେ ସବୁକିଛି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କୁ ହତ୍ୟା କରି ବିଲରେ ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ ସ୍ତ୍ରୀ ଉଦ୍ଧାର

ସିମୁଳିଆ,୨ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଅଞ୍ଚଳର ଆନନ୍ଦ ବିହାରୀ ପତ୍ରୀ(୬୪)ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ...

ରାଜପଥରେ ଦୁର୍ଘଟଣା: ୨ ମହିଳା ମୃତ, ଜଣେ ଗୁରୁତର

ପବିତ୍ରନଗର, ୨୦ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ୧୪୯ ନଂ ଜାତୀୟ ରାଜପଥର କଣିହାଁ ବ୍ଲକ ସମଲ ଥାନା ବୁରୁକୁନା ପଞ୍ଚାୟତ ନାଇକାନାଳୀ ଛକଠାରେ ଶୁକ୍ରବାର ଅପରାହ୍ନରେ ଏକ...

ଆତ୍ମଜୀବନୀ ପ୍ରକାଶ ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ

କଟକ ଅଫିସ,୧୯।୮: କଟକ ବାଣିଜି୍ୟକ ଅଦାଲତରେ ମଙ୍ଗଳବାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପାଣ୍ଡୁଲିପି ଛପା ମାମଲାର ଶୁଣାଣି ହୋଇଥିଲା। ଅଦାଲତର ସିନିୟର ସିଭିଲ ଜଜ୍‌...

ଲଗାଣ ବର୍ଷାରେ କ୍ଷେତରେ ଗଜା ହେଲା ଧାନ

କୋକସରା, ୨୩।୧୦ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକାସରା ବ୍ଳକର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନି। କେତେବେଳେ ଅନାବୃଷ୍ଟି ତ କେତେ ବେଳେ ଧାନ ଚାଷରେ ରୋଗପୋକର...

ବର୍ଷାରେ ଘର ଭାଙ୍ଗିବା ମାସେ ବିତିଲା : ମିଳୁନି କ୍ଷତିପୂରଣ, ପର ଘରେ ଆଶ୍ରୟ ନେଇଛନ୍ତି ସୁମନ୍ତଙ୍କ ପରିବାର

କର୍ଲାମୁଣ୍ଡା,୨୩।୯(ଡି.ଏନ୍‌.ଏ.) : କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଯୋଗୁ ରେଗେଡ଼ା ପଞ୍ଚାୟତ ଯୋଗୀପିଲା ଗ୍ରାମର ସୁମନ୍ତ କୁମାରଙ୍କ...

ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ

ପୁରୀ ଅଫିସ, ୮ା୧୧: ଶ୍ରୀମନ୍ଦିରରେ ସୋମବାର ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ପ୍ରଭୁ ବଳଭଦ୍ରଙ୍କୁ...

ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଯୁବକ

ତୁମୁଡିବନ୍ଧ,୧୭ା୫(ଡି.ଏନ୍‌.ଏ.)- ଅସରାଏ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ପାଣି, ଗଁାରୁ ବାହାରି ହୁଏନି। ଏନେଇ ତୁମୁଡିବନ୍ଧ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପଯର୍‌ୟନ୍ତ ଅଭିଯୋଗ କରି ସୁଫଳ...

ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବା ପଡ଼ିଥିଲା ମହଙ୍ଗା

ବାଙ୍ଗିରିପୋଷିି,୨୨ା୩: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଶାଳବଣି ଗ୍ରାମର ଏକାଦଶୀ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ଜଣେ ବିବାହିତ ମହିଳାଙ୍କ ସହ ସମ୍ପର୍କ...

Advertisement
Archives

Model This Week