କଳିଙ୍ଗନଗର ଶିଳ୍ପାଞ୍ଚଳ: ୨୫ ହଜାର ଲୋକ ନିଯୁକ୍ତି ହରାଇଛନ୍ତି

ଯାଜପୁର ଅଫିସ,୧୫।୬: ଗତ ୫ ବର୍ଷ ମଧ୍ୟରେ କଳିଙ୍ଗନଗର ଶିଳ୍ପ କାରଖାନାରେ କାର୍ଯ୍ୟରତ ପ୍ରାୟ ୨୦ ହଜାର ଠିକା ଶ୍ରମିକ ଏବଂ ୫ ହଜାରରୁ ଊର୍ଦ୍ଧ୍ୱ ନିୟମିତ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଇତିମଧ୍ୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌, ମେସ୍କୋ ଷ୍ଟିଲ୍‌, ମୈଥାନ ଇସ୍ପାତ, ରୋହିତ ଫେରୋଟେକ୍‌, ୟାଜଦାନି ଭଳି ବୃହତ୍‌ କମ୍ପାନୀ ବନ୍ଦ ପଡ଼ିିଥିବାରୁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଛି। ଏଭଳିସ୍ଥିତିରେ କରୋନା ଜନିତ ଆର୍ଥିକ ଦୁଃସ୍ଥିତି ଘୋଟିଛି। ଫଳରେ ଯେଉଁ ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ହରାଇଛନ୍ତି ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଚଳିତ ରଜପର୍ବ ଫିକା ପଡ଼ିଛି। ଆର୍ଥିକ ଅଭାବ ଅନଟନରେ ଗତି କରୁଥିବା ଶ୍ରମିକ ପରିବାର ସେମାନଙ୍କ ପିଲାଙ୍କ ପାଇଁ ନୂଆ ପୋଷାକ ଦେଇ ପାରୁନାହାନ୍ତି।
ନବେ ଦଶକରେ ଅନେକ ମନଲୋଭା ପ୍ରତିଶ୍ରୁତି ପାଇ ଜିଲାବାସୀ ଶିଳ୍ପ କାରଖାନାକୁ ସ୍ବାଗତ କଲେ। ଘରୋଇ ପୁଞ୍ଜି ନିବେଶରେ ବହୁ ଶିଳ୍ପ କାରଖାନା ଗଢ଼ିଉଠିଲା। ପ୍ରଥମ ଘରୋଇ ଶିଳ୍ପସଂସ୍ଥା ଭାବେ ମେସ୍କୋ ଷ୍ଟିଲ କଳିଙ୍ଗନଗରରେ ପାଦ ଥାପିଥିଲା। ମେସ୍କୋ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ସହ ଯୋଡ଼ା ଖଣି ମଣ୍ଡଳରେ ୨ଟି ଖଣି ହାତେଇଥିଲା। ପରବର୍ତ୍ତୀ ସମୟରେ ଖଣି ଦୁର୍ନୀତି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମେସ୍କୋ ଷ୍ଟିଲର ଯୋଡ଼ାରେ ଥିବା ଏକ ଲୁହାପଥର ଖଣିରୁ ପ୍ରାୟ ୯୨୪.୭୫ କୋଟି ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମେସ୍କୋ ଷ୍ଟିଲ ଜରିମାନା ଦାଖଲ କରି ନ ପାରିବାରୁ ଖଣି ବନ୍ଦ ହେବା ସହ କଳିଙ୍ଗନଗର କାରଖାନା ମଧ୍ୟ ବନ୍ଦ ପଡିଛି। ଏହାସହ ମେସ୍କୋ ଗ୍ରୁପ ମାଲିକାନାରେ ଥିବା ମୈଥାନ ଇସ୍ପାତ ମଧ୍ୟ ବନ୍ଦ ପଡିଥିବାରୁ ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ଜୀବିକା ଯାଇଛି। ଟାଟା ଷ୍ଟିଲ କାରଖାନାରେ ୨୦୧୫ ମାର୍ଚ୍ଚ ସୁଦ୍ଧା ୨୬୦୨ ଜଣ ନିୟମିତ କର୍ମଚାରୀ ଓ ୩୬,୧୦୮ ଜଣ ଶ୍ରମିକ ବିଭିନ୍ନ ଠିକାସଂସ୍ଥା ଜରିଆରେ କାମ କରୁଥିଲେ। ୨୦୧୬ ମାର୍ଚ୍ଚ ସୁଦ୍ଧା ସେଠାରେ ୨୬୮୨ ନିୟମିତ କର୍ମଚାରୀ ଏବଂ ୧୭,୬୯୯ ଠିକା ଶ୍ରମିକ କାର୍ଯ୍ୟ କରୁଥିବା ୭ମ ପୁନର୍ବାସ ଏବଂ ପରିପାର୍ଶ୍ୱ ଉନ୍ନୟନ ପରାମର୍ଶଦାତା କମିଟି (ଆର୍‌ପିଡିଏ) ବୈଠକରୁ ଜଣାପଡ଼ିଛି। ଅର୍ଥାତ୍‌ ଗୋଟିଏ ବର୍ଷ ମଧ୍ୟରେ ଅଧାରୁ ଅଧିକ ଠିକା ଶ୍ରମିକ ନିଯୁକ୍ତି ହରାଇଥିଲେ। ସେହିପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍‌ଏମ୍‌ଟିସି, ଓଡିଶା ସରକାରଙ୍କ ଉଦ୍ୟୋଗ ଇପିକଲ ଏବଂ ଓଏମ୍‌ସିର ଯୌଥ ପରିଚାଳନାରେ ଥିବା ନୀଳାଚଳ ଇସ୍ପାତ କାରଖାନାକୁ ଗତ ଏପ୍ରିଲରୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଫଳସ୍ବରୂପ ଏହି କାରଖାନାରେ କାମ କରୁଥିବା ପ୍ରାୟ ୪ ହଜାର କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇଛନ୍ତି। ଏହାବାଦ୍‌ ବିଆରପିଏଲ, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ୟାଜଦାନି ଷ୍ଟିଲ କାରଖାନାରେ ହାରାହାରି ପ୍ରାୟ ୬୦ ପ୍ରତିଶତ କର୍ମଚାରୀ ଓ ଶ୍ରମିକ ନିଯୁକ୍ତି ହରାଇଥିବା ୭ମ ଆର୍‌ପିଡିଏ ବୈଠକରୁ ଜଣାପଡ଼ିଛି। କଳିଙ୍ଗନଗର ବାସଚ୍ୟୁତ କମିଟିର ସମ୍ପାଦକ ବାବୁଲି ପୂର୍ତ୍ତି କୁହନ୍ତି, ଜମିବାଡି ହରାଇଥିବା ବିସ୍ଥାପିତମାନେ ଚାକିରିରୁ ମଧ୍ୟ ବିଦା ହୋଇଛନ୍ତି। ଏଭଳିସ୍ଥିତିରେ ଚାକିରି ହରାଇଥିବା ଭୂମିପୁତ୍ର ପରଘରେ କାମ କରୁଛନ୍ତି। ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏପରିକି ମାନସିକ ଭାରସାମ୍ୟ ହରାଇ ଆମତ୍ହତ୍ୟା କରୁଛନ୍ତି। ବକେୟା ଦରମା ନ ମିଳିବା ଯୋଗୁ ଗତ ୪ ଦିନ ମଧ୍ୟରେ ନୀଳାଚଳର ଜଣେ ଶ୍ରମିକ ରୋଗଶଯ୍ୟାରେ ଆଖିବୁଜିଥିବାବେଳେ ଜଣେ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ତେଣୁ ରଜ ପାଳନ କରିବାକୁ ନିଯୁକ୍ତି ହରାଇଥିବା ଲୋକଙ୍କ ପରିବାରବର୍ଗ ଚିନ୍ତା ବି କରୁନାହାନ୍ତି ବୋଲି ବାବୁଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ଥୁଆମୂଳ ରାମପୁରରେ ରଜ ଉତ୍ସବ, ଦୋଳି ଖେଳିଲେ ଲାଞ୍ଜିଗଡ଼ ବିଧାୟକ; ଦଳୀୟ ଆଭିମୁଖ୍ୟ ଭୁଲି…

ଥୁଆମୂଳ ରାମପୁର, ୧୬।୬(ଦୁର୍ଗା କୀର୍ତ୍ତି): ଓଡ଼ିଶାର ଗଣପର୍ବ ‘ରଜ’ ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। କଳାହାଣ୍ଡି ଜିଲା ଥୁଆମୂଳ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

ଜୁନ୍ ୧୯ରୁ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ପ୍ରସିଦ୍ଧ ଯାତ୍ରା: ଖଣି ଖନନ ବିରୋଧରେ ବଜ୍ର ଶପଥ ନେବେ ହଜାର ହଜାର…

ଥୁଆମୂଳ ରାମପୁର,  ୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ପାର୍ଶ୍ୱ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ଆସନ୍ତା ଜୁନ୍ ୧୯…

ମହେନ୍ଦ୍ରତନୟାରେ ବୁଡ଼ି ଚାଲିଗଲା ଜୀବନ, ଶବାଗାରର ଅଚଳ ଆଇସ୍ ବକ୍ସକୁ ନେଇ ପ୍ରବଳ ଅସନ୍ତୋଷ

ପାରଳାଖେମୁଣ୍ଡି,  ୧୬।୬(ଗିରିଧାରୀ ପରିଛା): ଗଜପତି ଜିଲା କେରାଣ୍ଡି ଗ୍ରାମର ମହେନ୍ଦ୍ରତନୟା ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେରାଣ୍ଡି ଗ୍ରାମର ସୁବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri