କଳିଙ୍ଗନଗର ଶିଳ୍ପାଞ୍ଚଳ: ବାୟୁ ଅପେକ୍ଷା ଜଳ ପ୍ରଦୂଷଣ ଉତ୍କଟ

ଯାଜପୁର ଅଫିସ,୬।୩: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଯୋଗୁ ଜଳ ସଞ୍ଚୟ ଓ ବିଶୋଧନ ପ୍ରକ୍ରିୟା ପରାହତ ହେଉଛି। ଏଠାରେ ବାୟୁ ଅପେକ୍ଷା ଜଳ ପ୍ରଦୂଷଣ ଉକତ୍ଟ ହୋଇଛି। ବିଶେଷକରି ଭିସା ଷ୍ଟିଲ, ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ ଓ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍‌ପିଏଲ)ଉପଯୁକ୍ତ ଭାବେ ବିଶୋଧନ ନ କରି ବର୍ଯ୍ୟପାଣି ବାହାରକୁ ଛାଡୁଥିବାରୁ ଲୋକଙ୍କ ସ୍ବାସ୍ଥ୍ୟ ଓ କୃଷିକ୍ଷେତ୍ର ବିପଦରେ ପଡ଼ିଛି। ଏନେଇ ସ୍ଥାନୀୟ କେତେକ ସଚେତନ ବ୍ୟକ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ ହେଁ ଏସ୍‌ପିସିବି (ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ପକ୍ଷରୁ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରି ମାମଲାକୁ ରଫାଦଫା କରି ଚାଲିଛନ୍ତି। ଫଳରେ ପ୍ରଦୂଷିତ ଜଳ ଯୋଗୁ ଫସଲ ନଷ୍ଟ ସହିତ ଲୋକଙ୍କ ସ୍ବାସ୍ଥ୍ୟହାନୀ ଘଟି ଏକ ମାରାତ୍ମକ ରୂପ ନେବାରେ ଲାଗିଛି। ଜଳ ସଞ୍ଚୟ ଓ ବିଶୋଧନ ପାଇଁ ସଜାଗ ନ ରହିଲେ ନିକଟ ଭବିଷ୍ୟତରେ ପାଣି ପାଇଁ ଯୁଦ୍ଧ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି କୃଷି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।
କଳିଙ୍ଗନଗରରେ ପ୍ରତିଷ୍ଠିତ କାରଖାନାଗୁଡ଼ିକର ପରିସରରେ କୋଇଲାଗୁଣ୍ଡ ଓ ବିଭିନ୍ନ ତୈଳ ପଦାର୍ଥ ମିଶ୍ରିତ ପାଣି ନିର୍ଗତ ହୋଇଥିବାରୁ ତାହା ବିଷ ସଦୃଶ ହୋଇଛି। ଏହା ସାଧାରଣ ଉପଯୋଗୀ ନୁହେଁ ବୋଲି ପରୀକ୍ଷା ରିପୋର୍ଟରେ କୁହାଯାଉଛି। ବିଶେଷକରି ଭିସା କୋକ୍‌ କାରଖାନାର ଉଦ୍‌ବୃତ୍ତ ଆବର୍ଜନା ପାଣି ଭିସା ଛକ ନିକଟରେ ଥିବା ବ୍ରିଜ ରାସ୍ତା ଦେଇ ବର୍ଯ୍ୟଜଳ ଯଖପୁରା ମୌଜା ଦେଇ ଅଅଁଳାପାଳ, ବାଲୁଙ୍ଗାବନ୍ଧି, ରୁଙ୍ଗୁରୁଙ୍ଗା, ମଙ୍ଗଳପୁର, ଖରଡି ଦେଇ ନୂଆଁଗାଠାରେ ଗଣ୍ଡନାଳାରେ ମିଶୁଛି। ମୋଟାମୋଟି ଭାବେ କାରଖାନାରୁ ନିସ୍କାସିତ ଆବର୍ଜନା ପାଣିରୁ ବିଷାକ୍ତ ପ୍ରାଙ୍ଗାରମ୍ଭ ବା ଫେନଲ ଏବଂ ସାୟାନାଇଡ ରହିଥିବା ପୂର୍ବରୁ ହୋଇଥିବା ପରୀକ୍ଷା ରିପୋର୍ଟରେ ଜଣାପଡ଼ିଥିଲା। ଏଣୁ ତୁରନ୍ତ ଏହାର ପ୍ରତିକାର ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଥିଲା। ୧୦ଦିନ ମଧ୍ୟରେ ଆକ୍ସନ ପ୍ଲାନ ଦାଖଲ ନ କଲେ ବିନା ନୋଟିସରେ କମ୍ପାନୀକୁ ସିଲ୍‌ କରି ଦିଆଯିବ ବୋଲି ବୋର୍ଡର ସଦସ୍ୟ ସଚିବ ତାଙ୍କ ପତ୍ର ସଂଖ୍ୟା ୨୦୪୮/୭ା୭ା୨୦୧୫ ଜରିଆରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏସ୍‌ସିବିର ଏହିସବୁ ପଦକ୍ଷେପ ଧୂଆଁବାଣ ସଦୃଶ ଥିଲା ବୋଲି ଅଭିଯୋଗ ହୋଇଛି। ଭିସା କର୍ତ୍ତୃପକ୍ଷ ଅତି ଚତୁରତାର ସହ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ହାତ ମିଳାଇ ଏହି ସମ୍ବେଦନଶୀଳ ଘଟଣାକୁ ଚପାଇ ଦେବାକୁ ସକ୍ଷମ ହୋଇଛନ୍ତି। ଯଦ୍ୱାରା ଭିସା କାରଖାନା ପରିସରର ବିଷାକ୍ତ ପାଣି ସେହି ରାସ୍ତାଦେଇ ଏବେବି ଅହରହ ବୋହୁଛି। ସେହିପରି ବିଆର୍‌ପିଏଲ୍‌ ୧୫ା୩ା୨୦୦୭ରେ ଏକ ଲୌହଧାତୁର ପେଲେଟାଇଜେଶନ କାରଖାନା ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ବାହାରକୁ ବୁନ୍ଦାଏ ବି ପାଣି ନ ଛାଡ଼ିବାକୁ ଚୁକ୍ତିରେ ସ୍ବାକ୍ଷରିତ ହୋଇଥିଲା। ଏହି ସର୍ତ୍ତରେ ଏସ୍‌ପିସିବି ବିଆର୍‌ପିଏଲ୍‌କୁ ପରିଚାଳନା ଅନୁମତି ମଧ୍ୟ ଦେଇଥିଲା। କିନ୍ତୁ ବଡ଼ବିଲ୍‌ଠାରୁ କଳିଙ୍ଗନଗର ବିଆର୍‌ପିଏଲ୍‌ ପ୍ଲାଣ୍ଟକୁ ୨୨୦କିଲୋମିଟର ଦୀର୍ଘ ଲୌହ ସ୍ଲରୀ ସ୍ଥାନାନ୍ତରଣ ପାଇପ ଲାଇନରେ ଆସୁଥିବା ବର୍ଯ୍ୟଜଳ ଏବେ ବାହାରକୁ ଛଡ଼ା ଯାଉଛି। ପୂର୍ବରୁ ଏହି ପାଣିକୁ ମେସ୍କା କାରଖାନାକୁ ଯୋଗାଣ ହେଉଥିଲା। କିନ୍ତୁ ମେସ୍କୋ କାରଖାନା ବନ୍ଦ ହୋଇଯିବା ପରେ ୬ଟି ଅଣ୍ଡରଗ୍ରାଉଣ୍ଡ ପାଇପ୍‌ଲାଇନରେ ଏହି ବର୍ଯ୍ୟଜଳ କାରଖାନା ବାହାରକୁ ଛଡା ଯାଉଛି। ଫଳରେ ଘଣ୍ଟା ପ୍ରତି ପ୍ରାୟ ୫୦୦ ଘନମିଟର ବର୍ଯ୍ୟପାଣି ବାହାରକୁ ଛଡ଼ାଯାଉଥିବାରୁ ଗଣ୍ଡନାଳା ସମେତ ଆଖପାଖ ଅଞ୍ଚଳ ଜଳ ପ୍ରଦୂଷଣରେ ଉକତ୍ଟ ହେଉଛି। ଏହାର ପ୍ରତିବାଦରେ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ୨୦୧୭ରେ ଏନ୍‌ଜିଟିରେ ଏକ ମାମଲା ରୁଜୁ ହୋଇଛି। ଏହାକୁ ବିଆର୍‌ପିଏଲ୍‌ କାରଖାନା କର୍ତ୍ତୃପକ୍ଷ ଓ ଏସ୍‌ପିସିବି ଅଧିକାରୀ ଯେନେତେନ ପ୍ରକାରେ ରିପୋର୍ଟ ପ୍ରଦାନ କରି ମାମଲାକୁ ଗଡ଼ାଇବାରେ ସକ୍ଷମ ହୋଇଛନ୍ତି। ସେହିପରି ମାନପୁର ବ୍ରିଜ୍‌ଠାରୁ ଭିସା ଛକ ରାସ୍ତାରେ ଥିବା ଜିନ୍ଦଲ କାରଖାନାର ୫ରୁ ଊର୍ଦ୍ଧ୍ୱ ପୋଲ ଦେଇ ବର୍ଯ୍ୟ ପାଣି ବାହାରକୁ ଛଡ଼ା ଯାଉଛି। ଏ ସମ୍ପର୍କରେ ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ କାରଖାନାରୁ ବାହାରୁଥିବା ପାଣି ବିପଦମୁକ୍ତ। ଆବଶ୍ୟକ ବିଶୋଧନ କରାଯାଇ ବାହାରକୁ ଛଡ଼ାଯାଉଛି। ତେବେ ଆଗାମୀ ଦିନରେ ବର୍ଯ୍ୟଜଳର ପରୀକ୍ଷାନୀରିକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri