କଳିଙ୍ଗନଗର, ଜାରକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ: ସ୍ଥାନୀୟ ନିଯୁକ୍ତିକୁ ନିୟନ୍ତ୍ରଣ କରୁଛନ୍ତି ରାଜନେତା

ଯାଜପୁର ଅଫିସ,୫ା୨:ନବେ ଦଶକରେ ସ୍ଥାନୀୟ ନିଯୁକ୍ତି ଆଶାରେ କଳିଙ୍ଗନଗରବାସୀ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ସ୍ବାଗତ କରିଥିଲେ। କିନ୍ତୁ ଶିଳ୍ପରେ ନିଯୁକ୍ତିର ବାସ୍ତବ ଚିତ୍ର ଓଲଟା ହୋଇଛି। ସମ୍ପ୍ରତି ସ୍ଥାନୀୟ ନିଯୁକ୍ତି ସମେତ କେତେକ କାରଖାନାରେ ଠିକାକାର୍ଯ୍ୟ, ପରିବହନ ଆଦି ନିର୍ବାଚିତ ଜନ ପ୍ରତିନିଧିଙ୍କ ନିୟନ୍ତ୍ରଣରେ ରହିଛି। ଜିଲାରେ ବିରୋଧୀ ଦଳ ନିଷ୍କ୍ରିୟ ଥିବା ସୁଯୋଗରେ ଏଭଳି ମନମାନି ଅଭିଜ୍ଞତା ତଥା ବୈଷୟିକ ଡିଗ୍ରୀଧାରୀ ଶତାଧିକ ବେକାର ଯୁବତୀଯୁବକଙ୍କୁ ନିରାଶ କରିଛି। ଆଉ ଯେଉଁଥିପାଇଁ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀଙ୍କ ସମେତ ଜିଲାରେ ପ୍ରାୟ ୫୦ହଜାର ଯୁବତୀଯୁବକ ବେକାର ହୋଇ ବସିଛନ୍ତି। ଅପରପକ୍ଷରେ ରାଜ୍ୟ ବାହାର ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ହଜାର ହଜାର ଲୋକ ଏଠାରେ ନିଯୁକ୍ତି ପାଇ ବିଳାସମୟ ଜୀବନ ବିତାଉଛନ୍ତି।
ନିଯୁକ୍ତି କୌଣସି କ୍ଷେତ୍ରରେ ଘରୋଇ ଶିଳ୍ପାନୁଷ୍ଠାନଗୁଡ଼ିକ ଉପରେ ଅଙ୍କୁଶ ଲଗାଇ ପାରି ନ ଥିବା ରାଜ୍ୟସରକାର ନିଜର ପାରିବାପଣିଆ ଦେଖାଇବାକୁ ଭୁଲ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଜିଲାରେ ଗଢି ଉଠିଥିବା ଇସ୍ପାତ କାରଖାନାର ନିଯୁକ୍ତିର ଚିତ୍ରରୁ ଏହା ସ୍ପଷ୍ଟ ଭାବରେ କୁହାଯାଇପାରିବ। ଶ୍ରମ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ କଳିଙ୍ଗନଗରର ସର୍ବବୃହତ ଇସ୍ପାତ କାରଖାନା ଟାଟା ଷ୍ଟିଲରେ ୩୦୦ରୁ ଊର୍ଦ୍ଧ୍ୱ ଠିକାସଂସ୍ଥା ମଧ୍ୟରୁ ପ୍ରାୟ ୨୫୦ଟି ସଂସ୍ଥା ରାଜ୍ୟ ବାହାରର। ସେହି ସଂସ୍ଥାଗୁଡ଼ିକ ଅଧୀନରେ ରାଜ୍ୟ ବାହାରର ପ୍ରାୟ ୩୫୦୦ ଏବଂ ରାଜ୍ୟର ପ୍ରାୟ ୧୦ହଜାର ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଠିକାସଂସ୍ଥାର ଅବଧି ସରିଲେ ଶ୍ରମିକଙ୍କୁ ବାହାର କରି ଦିଆଯାଉଛି। ଏହି ନିଯୁକ୍ତିରେ କୌଣସି ସ୍ଥାୟିତ୍ୱ ନାହିଁ। ଗତ ୩ବର୍ଷ ହେଲା ଜିଲାର ଜାରକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୩ଟି ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ କାର୍ଯ୍ୟ ଆରମ୍ଭ କରିଛି। ବାର୍ଷିକ ୧.୨ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ ଲିମଟେଡ ପ୍ରାୟତଃ ଉପତ୍ାଦନକ୍ଷମ ହୋଇଛି। ନିର୍ମାଣ ସମୟରେ ୭୫ ଜଣ ଏବଂ କମ୍ପାନୀ କାର୍ଯ୍ୟକାରୀ ସମୟରେ ୧୮୫ ଜଣ ନିଯୁକ୍ତି ପାଇବେ ବୋଲି ଏହି କମ୍ପାନୀ ପ୍ରତିଶ୍ରୁତି ଦେଇଛି। ବର୍ଷକୁ ୨.୦ମିଲିୟନ ଟନ୍‌ ସିମେଣ୍ଟ ଉତ୍ପାଦନ କରୁଥିବା ଇମାମି ସିମେଣ୍ଟ କାରଖାନାରେ ନିର୍ମାଣ ଅବଧି ସମୟରେ ପ୍ରାୟ ୪୫୦ ଜଣ ଓ ୫୮ଜଣ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇବେ ବୋଲି କୁହାଯାଇଥିଲା। ସେହିପରି ଜାରକା ଇଣ୍ଡଷ୍ଟିଆଲ ଇଷ୍ଟେଟ ଅଞ୍ଚଳରେ ବାର୍ଷିକ ୦.୯ ମିଲିୟନ ଟନ୍‌ ସିମେଣ୍ଟ ଉପତ୍ାଦନ କରିବାକୁ ଲକ୍ଷ୍ୟ ରଖିଥିବା ରାମ୍‌କୋ କମ୍ପାନୀରେ ସିଧାସଳଖ ୬୩ଜଣ ଓ ପରୋକ୍ଷ ଭାବେ ୩୦୦ ଜଣ ନିଯୁକ୍ତି ପାଇବେ ବୋଲି ସୂଚିତ କରାଯାଇଛି। ଏହାବାଦ ଯାଜପୁର, ଚେଟିନେଡ, ଜିଏମ୍‌ ଭଳି ସିମେଣ୍ଟ କାରଖାନା ଅପେକ୍ଷାରେ ରହିଛନ୍ତି। ଏହିସବୁ ସିମେଣ୍ଟ ତଥା ଅନ୍ୟାନ୍ୟ କେତେକ କାରଖାନାରେ ନିଯୁକ୍ତି ପାଇବାକୁ ହେଲେ ନିର୍ବାଚିତ ଜନପ୍ରତିନିଧିଙ୍କ ସୁପାରିଶର ଆବଶ୍ୟକତା ରହିଛି ବୋଲି କେତେକ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ଏହାସହ ବିଭିନ୍ନ ଠିକା କାର୍ଯ୍ୟ ସମେତ ଅନ୍ୟାନ୍ୟ ବୈଷୟିକ କାର୍ଯ୍ୟରେ ମଧ୍ୟ ଲୋକ ପ୍ରତିନିଧିଙ୍କ ହାତ ରହୁଛି। ବିରୋଧୀ କିମ୍ବା ଅଣ ରାଜନୈତିକ ଲୋକଙ୍କ ପିଲାମାନଙ୍କ ପାଇଁ ଶିଳ୍ପ କାରଖାନାରେ ସ୍ଥାନ ନାହିଁ ବୋଲି ଜିଲାରେ ଚର୍ଚ୍ଚା ହେଉଛି। ଏହାକୁ ପ୍ରତିହତ କରିବାକୁ ବିରୋଧିଙ୍କ ପାଖରେ ମଧ୍ୟ ଦମ୍ଭ ନଥିଲା ଭଳି ଜଣାପଡୁଛି। ବିଧାନସଭାଠାରୁ ଆରମ୍ଭ କରି ବିଭିନ୍ନ ସଭାସମିତିରେ କିନ୍ତୁ ନେତାମାନେ ନିଯୁକ୍ତି କ୍ଷେତ୍ରରେ କଳିଙ୍ଗନଗରର ସଫଳତା ବଖାଣୁଥିବାବେଳେ ବାସ୍ତବତା ବହୁ ଦୂରରେ ବୋଲି ମତପ୍ରକାଶ ପାଉଛି। ଏହାବାଦ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସ୍ଥାନୀୟ ନିଯୁକ୍ତି ଉପରେ କୌଣସି ତଦନ୍ତ ମଧ୍ୟ ହୋଇ ପାରିନାହିଁ। ଶିଳ୍ପାନୁଷ୍ଠାନଗୁଡ଼ିକରେ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ଶ୍ରମ ଓ ନିୟୋଜନ ବିଭାଗର କୌଣସି ନିୟନ୍ତ୍ରଣ ନାହିଁ। ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନେ ଯୋଗାଇଥିବା ତଥ୍ୟକୁ ଯାଞ୍ଚ କରିବା ପାଇଁ ଶ୍ରମ ଓ ନିୟୋଜନ ବିଭାଗକୁ ଅନୁମତି ଦିଅନ୍ତି ନାହିଁ। ଓପନ ମାର୍କେଟରୁ ନିଯୁକ୍ତି ନାମରେ ଶିଳ୍ପାନୁଷ୍ଠାନଗୁଡିକ ମନୋମୁଖୀ କାରବାର ଚଳାଇଥିବାବେଳେ ଯାଜପୁର ଜିଲାରେ ଉପରୋକ୍ତ ଶିଳ୍ପାନୁଷ୍ଠାନ ସମେତ କୌଣସି ଶିଳ୍ପାନୁଷ୍ଠାନ ନିଯୁକ୍ତି ପାଇଁ ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜରୁ ନାମ ମାଗନ୍ତି ନାହିଁ। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଶିକ୍ଷିତ ଯୁବତୀଯୁବକଙ୍କୁ ଅଗ୍ରାଧିକାର ଦେବାକୁ ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଉଛି। ତେବେ ଜନ ପ୍ରତିନିଧିଙ୍କ ନିୟନ୍ତ୍ରଣରେ ନିଯୁକ୍ତି ରହିଥିବା ଭଳି କୌଣସି ଅଭିଯୋଗ ସେ ଏଯାଏ ପାଇ ନାହାନ୍ତି ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri