କଳାବଜାରରେ ବିକ୍ରି ହେଉଛି ସାଧାରଣ ବଣ୍ଟନ ସାମଗ୍ରୀ: କୋଠ ଘରୁ ଶତାଧିକ ପିଡିଏସ୍‌ ଚାଉଳ ବସ୍ତା ଜବତ

ରସୁଲପୁର,୩୦-୧୦(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକରେ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନରେ ସରକାରଙ୍କ ୫-ଟି ପ୍ରୟୋଗ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଭୂତ ଚାଉଳ କାର୍ଡ ହାତେଇବାରେ ଠାରୁ ଅଯୋଗ୍ୟଙ୍କୁ ରାଶନ କାର୍ଡ ପ୍ରଦାନ କରିବା ପର୍ଯ୍ୟନ୍ତ ସବୁଠି ୫-ଟି ଫେଲ୍‌ ମାରିଥିବା ମନେହେଉଛି। ଯାଜପୁର ଜିଲା ରସୁଲପୁର ବ୍ଲକର ହିତାଧିକାରୀଙ୍କ ପାଇଁ ଆସୁଥିବା ରାଶନ ସାମଗ୍ରୀକୁ ହଡ଼ପ କରାଯିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। କଳାବଜାରରେ ସାଧାରଣ ବଣ୍ଟନ ସାମଗ୍ରୀ ବିକ୍ରି ହେବା ଘଟଣା ୫-ଟିର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି ା ଏଦିଗରେ ଅସାଧୁ ବ୍ୟବସାୟୀ, ପରିବହନ ସଂସ୍ଥା, ଜିଲା ପ୍ରଶାସନର ଭୂମିକା ଉପରକୁ ଅଙ୍ଗୁଳି ଉଠୁଛି। ଏହି ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ବରଜପୁର ଗ୍ରାମର ଏକ କୋଠଘରେ ବେଆଇନ ଭାବେ ରାଶନ ସାମଗ୍ରୀ ମହଜୁଦ ରହିଥିବା ଜଣାପଡ଼ିବା ପରେ ମଙ୍ଗଳବାର ରାତିରେ ରସୁଲ୍‌ପୁର ବ୍ଲକ ଯୋଗାଣ ଅଧିକାରୀ ଅନୁଜ କୁମାର ସାହୁ ସେଠାରେ ଚଢ଼ାଉ କରି ଶତାଧିକ ପିଡିଏସ୍‌ ଚାଉଳ ବସ୍ତା ଜବତ କରିଛନ୍ତି। ଏହି ଘଟଣାରୁ ଏଠାରେ କିପରି ଭାବରେ କଳାବଜାରୀ ଚାଲିଛି ତାହା ସହଜରେ ଅନୁମେୟ ହୋଇଯାଇଛି।
ପ୍ରକାଶ ଯେ, ସୋମବାର ସନ୍ଧ୍ୟା ୭ଟା ୧୯ମିନିଟ୍‌ରେ ଏକ ଚାଉଳ ବୋଝେଇ ଟ୍ରକ୍‌ ନଂ- ଓଆର୦୯- ଇ-୦୦୩୩ ବରଜପୁର ଗ୍ରାମ ଭିତରକୁ ଆସିଥିଲା ା କୋଠଘର ନିକଟରେ ଚାଉଳ ବସ୍ତା ଖଲାସ କରୁଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳର ଲୋକେ ଦେଖିବାକୁ ପାଇଥିଲେ। ଚାଉଳ ବୋଝେଇ ଟ୍ରକ୍‌ ସମ୍ମୁଖରେ ଲାଗିଥିବା ବ୍ୟାନରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଓଡିଶା ରାଜ୍ୟ ଯୋଗାଣ ନିଗମ-ଯାଜପୁର ଜିଲା, ପରିବହନ ସଂସ୍ଥାର ନାମ ପ୍ରଫୁଲ ସାହୁ ବୋଲି ଉଲ୍ଲେଖ ଥିଲା। ଉକ୍ତ ବ୍ୟାନରରୁ ଟ୍ରକ୍‌ରେ ବୋଝେଇ ଚାଉଳ ସାଧାରଣ ବଣ୍ଟନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଜଣା ପଡ଼ିଛି। ଏହିଭଳି ପ୍ରତ୍ୟେକ ମାସରେ ଟ୍ରକ୍‌ ଟ୍ରକ୍‌ ଚାଉଳ ଆସି ଏଠାରେ ଖଲାସ ହୋଇଥାଏ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ତାହା କେଉଁ ବ୍ୟବସାୟୀଙ୍କ ହୋଇଥାଇ ପାରେ ବୋଲି ଲୋକେ ମନେ କରିଆସୁଛନ୍ତି। ମାତ୍ର ଟ୍ରକ ସମ୍ମୁଖରେ ଲାଗିଥିବା ବ୍ୟାନର ରାଶନ ଚାଉଳ କଳାବାଜାରୀ ଉପରୁ ପରଦା ହଟାଇ ଦେଇଛି। ବର୍ଷବର୍ଷ ଧରି ଏହି କାରବାର ଚାଲି ଆସୁଛି । ପରିବହନ ସଂସ୍ଥା ପକ୍ଷରୁ ଡିଲର ପଏଣ୍ଟରେ କମ୍‌ ଓଜନର ଚାଉଳ ବସ୍ତା ଯୋଗାଇବା, ବ୍ଲକର ଗାଁ ଗଣ୍ଡାରେ ଭୂତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଇବା, ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ଚାଉଳ ସଂଗ୍ରହ ନ କରି ଡିଲରମାନଙ୍କଠାରୁ ମାସିକିଆ ଟଙ୍କା ସଂଗ୍ରହ କରିବା ଭଳି କେତେକ ବଳିଷ୍ଠ କାରଣରୁ ଚାଉଳ ଓ ଗହମ ବଳକା ରହୁଛି। ଡିଲରମାନେ ଆବଶ୍ୟକ ପରିମାଣର କୋଟାଠାରୁ କମ୍‌ ପରିମାଣର ଚାଉଳ ଉଠାଉଛନ୍ତି। ଏଦିଗରେ ପରିବହନ ସଂସ୍ଥା, ଡିଲର ଓ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ବୁଝାବଣା ହୋଇଯାଉଛି। ଡିଲର ପଏଣ୍ଟକୁ ନ ଆସି ସିଧାସଳଖ ଟ୍ରକ ଟ୍ରକ ବୋଝେଇ ରାଶନ ଚାଉଳ ବାଟମାରଣା ହୋଇଯାଉଛି। ଏପରି କି ଯୋଗାଣ ନିଗମରୁ ଆସୁଥିବା ଟ୍ରକ୍‌ ବୋଝେଇ ଚାଉଳ ଗନ୍ତବ୍ୟସ୍ଥଳକୁ ନ ଆସି କଳାବଜାରୀଙ୍କ ଗୋଦାମକୁ ଚାଲି ଯାଉଛି ବୋଲି ଏଠାରେ ମିଳିଥିବା ସୁରାକରୁ ଜଣାପଡିଛି। ପ୍ରକାଶ ଥାଉ କି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଖାଦ୍ୟ ସୁରକ୍ଷା ଆଇନ ଓ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ଖାଉଟିଙ୍କୁ ଟଙ୍କିକିଆ ଚାଉଳ ଓ ଗହମ ଯୋଗାଇ ଆସୁଛନ୍ତି। ଉକ୍ତ ଯୋଜନା ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏହି ଯୋଜନା ସମ୍ପୂର୍ଣ ବାଟବଣା ହୋଇଛି । ଗରିବଙ୍କ ନାଁରେ ଆସୁଥିବା ଚାଉଳ କଳାବଜାରରେ ବିକ୍ରି ହେଉଛି । ଆଧାର ସଂଯୋଗ କରିବା ପରେ ସମଗ୍ର ବ୍ଲକ ଅଞ୍ଚଳରେ ୧୦ହଜାରୁ ଊର୍ଦ୍ଧ୍ୱ ଭୂତ ହିତାଧିକାରୀ ଧରାପଡିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରୁଥିଲା। ଉକ୍ତ ବ୍ୟକ୍ତିଙ୍କ ନାଁରେ ଆସୁଥିବା ଚାଉଳ କେଉଁଆଡେ ଯାଉଥିଲା ତା ନେଇ ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଥିଲା। ମାତ୍ର ଏଠାରେ ଜନୈକ ବ୍ୟବସାୟୀଙ୍କ ଗୋଦାମ ଘରେ ସାଧାରଣ ବଣ୍ଟନ ଚାଉଳ ଖଲାସ ହେବା ଘଟଣା ପ୍ରଘଟିତ ହେବା ପରେ ଏ ଦିଗରେ ରହିଥିବା ସନ୍ଦେହ ଉପରୁ ପରଦା ହଟି ଯାଇଛି। ଉକ୍ତ ଘଟଣାର ତଦନ୍ତ କରାଯାଇ ରାଶନ ସାମଗ୍ରୀ ହଡ଼ପରେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି। ଏଥିସହ ଜିଲାରେ କଳାବଜାରରେ ବିକ୍ରି ହେଉଥିବା ରାଶନ ସାମଗ୍ରୀ ସମ୍ପର୍କରେ ତଦନ୍ତ କରାଗଲେ ଏ ଦିଗରେ ହେଉଥିବା ବହୁ ଅନୈତିକ କାରବାର ଉପରୁ ପରଦା ହଟି ଯାଇପାରିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri