କଳାପାଟ-ବଡ଼ମାଳିସାହିରେ ପକ୍ଷୀ ଗଣନା ଶେଷ: ୨୨ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ

ଗଣିଆ,୫।୧(ଡି.ଏନ.ଏ.): ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଅନ୍ତର୍ଗତ ମହାନଦୀ ଓ ବିଭିନ୍ନ ଜଳାଶୟରେ ୩ ତାରିଖରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଛାମୁଣ୍ଡିଆ ବନାଞ୍ଚଳରେ ୨ଟି ଟିମ୍‌ ଦ୍ୱାରା ଗଣନା କାର୍ଯ୍ୟ କରାଯାଇଥିଲା । ଏହି ଟିମ୍‌ ମହାନଦୀର ଦକ୍ଷିଣପାର୍ଶ୍ୱ ନୟାଗଡ଼ ଜିଲା ଗଣିଆ ବ୍ଲକର କଳାପାଟଠାରୁ ବଡ଼ମୂଳ ମାଳିସାହି ଓ ବଡ଼ମୂଳ ମାଳିସାହିଠାରୁ କୁତୁରୀ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ କରିଥିଲେ । ଏଥିସହ ବନାଞ୍ଚଳର ବୃତ୍ତଙ୍ଗ ନଦୀ ଓ ଅନ୍ୟାନ୍ୟ ଜଳାଶୟରେ ମଧ୍ୟ ଏହି ଗଣନା କରାଯାଇଥିଲା । ତେବେ ଏହି ଟିମ୍‌ରେ ନିୟୋଜିତ କର୍ମଚାରୀମାନେ ଗଣନା ସମୟରେ ପକ୍ଷୀମାନଙ୍କୁ ସିଧାସଳଖ ଦେଖିବା, ବସା ଓ ବାଇନାକୁଲାର ସାହାଯ୍ୟରେ ଦେଖି ଗଣନା କରିଥିଲେ ।
ବନାଞ୍ଚଳ ଅଧିକାରୀ ଅଶୋକ ଦାସଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗଣନା ସମୟରେ ପାଣିକୁଆ, ଛୋଟ ପାଣିକୁଆ, ବଗ, ଇ ଗ୍ରେଟ୍‌, ଗେଣ୍ଡାଳିଆ, ଚକୁଆ ଚକୋଇ, ପିଣ୍ଟେଲ୍‌, ପାଟିନ୍‌ କୁଲ, ଟେଣ୍ଟେଇ, ସ୍ୟାଣ୍ଡିପର୍‌, ରିଭରଟର୍ନ, ମାଛରଙ୍କା, ହୁଇସିଲ ଡକ୍‌ ଆଦି ୨୨ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା । ସାତକୋଶିଆ ଗଣ୍ଡର ମୁଖ୍ୟ ଆକର୍ଷଣ ପାଲଟିଥିବା ବିଦେଶାଗତ ପକ୍ଷୀ ଇଣ୍ଡିଆନ ସ୍କିମର ନଭେମ୍ବର ମାସର ପ୍ରଥମ ସପ୍ତାହରେ ଦେଖାଦେଇଥିବା ବେଳେ ଗଣନା ବେଳେ ଏହା ଦେଖିବାକୁ ମିଳି ନ ଥିଲା । ଏହି ବିଦେଶାଗତ ପକ୍ଷୀ ମହାନଦୀର ଉପରମୁଣ୍ଡ ବୌଦ୍ଧ ଅଞ୍ଚଳକୁ ଚାଲିଯାଇଥିବା ବନ୍ୟପ୍ରାଣୀ ବିଭାଗ ତରଫରୁ ସୂଚନା ମିଳିଛି ।  କଳାପାଟଠାରୁ କୁତୁରୀ ପର୍ଯ୍ୟନ୍ତ ଗଣନା କାର୍ଯ୍ୟରେ ଫରେଷ୍ଟର ଗୋଲକ ବିହାରୀ ବେହେରା, ଗାୟତ୍ରୀ ପରିଡ଼ା, ଫରେଷ୍ଟଗାର୍ଡ ରଞ୍ଜିତା ସ୍ବାଇଁଙ୍କ ସମେତ ଅସ୍ଥାୟୀ ବନ କର୍ମଚାରୀମାନେ ନିୟୋଜିତ ହୋଇଥିଲେ । ସେହିପରି ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର କୁଶଙ୍ଗ, ବାଣିଗୋଛା ପୂର୍ବ ଓ ବାଣିଗୋଛା ପଶ୍ଚିମ ବନାଞ୍ଚଳରେ ଏହି ପକ୍ଷୀ ଗଣନା କାର୍ଯ୍ୟ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri