କଳାଧନ ମାମଲା ପାଇଁ ସ୍ବତନ୍ତ୍ର କୋର୍ଟ

କଟକ ଅଫିସ, ୧୯।୬: କଳାଧନ ଗଚ୍ଛିତ ପ୍ରମାଣ ମିଳିବା ପରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ଅନୁଷ୍ଠାନ ବିରୋଧରେ ମାମଲା ପରିଚାଳନା ପାଇଁ ସ୍ବତନ୍ତ୍ର କୋର୍ଟର ଆବଶ୍ୟକତା ରହିଛି। କାରଣ ବର୍ତ୍ତମାନ ସ୍ଥିତିରେ ଦେଶରେ ଅନେକ ପ୍ରତିବନ୍ଧକ ରହିଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଯେତେ ପ୍ରଭାବଶାଳୀ କାର୍ଯ୍ୟ କଲେ ମଧ୍ୟ ଆଇନଗତ ପ୍ରକ୍ରିୟାରେ ବିଳମ୍ବ ପରିଲକ୍ଷିତ ହେଉଛି। କଳାଧନ ସମ୍ପର୍କିତ ୧୫ରୁ ୧୬ ହଜାର ମାମଲା ୧୦ ବର୍ଷ ହେବ ପଡ଼ି ରହିଛି। ତେଣୁ ଏହି ସବୁ ମାମଲାଗୁଡ଼ିକର ତ୍ୱରିତ ବିଚାର ପାଇଁ ସ୍ବତନ୍ତ୍ର କୋର୍ଟର ଆବଶ୍ୟକତା ରହିଛି। କଳାଧନ ପ୍ରସଙ୍ଗରେ ଗଠିତ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଟିମ୍‌ (ଏସ୍‌ଆଇଟି) ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଏହି କଥା କହିଛନ୍ତି।
ମଙ୍ଗଳବାର ଜଷ୍ଟିସ ପଶାୟତଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନରେ କଳାଧନ ସମ୍ପର୍କରେ ଏସ୍‌ଆଇଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଓଡ଼ିଶାରେ ମାଇକ୍ରୋ ଫାଇନାନ୍ସରେ ବିନିଯୋଗ ହୋଇଥିବା ୯୦ ଲକ୍ଷ କଳାଟଙ୍କାକୁ ଠାବ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସଫଳତା ହାସଲ କରିଥିବା ଆଲୋଚନା ହୋଇଥିଲା। ମୁଖ୍ୟତଃ ଯାହାଙ୍କ ପାଖରୁ ଏହି ଟଙ୍କା ମିଳିଛି ତାହା କେଉଁଠୁ ଆସିଲା ଏବଂ କାହା ପାଇଁ ଯାଉଥିଲା ତାହା ଉପରେ ଆଇନଗତ ତର୍ଜମା କରାଯାଇଛି। କିଭଳି ଏହି ଟଙ୍କାକୁ ଇଡି ତଦନ୍ତ ପରିସରଭୁକ୍ତ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା।
ଗତ ନିର୍ବାଚନରେ ୩୮୦୦ କୋଟି ଟଙ୍କା ଜବତ ହୋଇଛି। ସେହିପରି ସୁଇସ୍‌ ବ୍ୟାଙ୍କରେ ଠାବ ଜମା ଟଙ୍କାକୁ ଫେରାଇ ଆଣିବା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏହାବାଦ୍‌ ଟିକସ ଆଦାୟ ନିୟମରେ ସଂଶୋଧନ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟତଃ ବିଭିନ୍ନ ସମୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ଠାବ କରାଯାଉଥିବା ଆୟ ବହିର୍ଭୂତ ସମ୍ପତ୍ତି ଉପରେ ଟିକସ ଲାଗୁ କରିବା ନେଇ ବୈଠକରେ ଆଲୋଚନା କରାଯାଇଛି। ଏଥିସହିତ ଟିକସ ଆଦାୟ ନିୟମରେ ସଂଶୋଧନ ଅଣାଯିବା ଆବଶ୍ୟକ। କାରଣ ଆୟ ବହିର୍ଭୂତ ଟଙ୍କା ଉପରେ ଟିକସ ଆଦାୟ ଲାଗୁ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ସୁଇଜରଲାଣ୍ଡରେ ଗଚ୍ଛିତ ଥିବା ଟଙ୍କା ଉପରେ ମଧ୍ୟ ଜଷ୍ଟିସ ପଶାୟତ ସୂଚନା ଦେଇଛନ୍ତି। ମୁଖ୍ୟତଃ ପୂର୍ବରୁ ସୁଇଜରଲାଣ୍ଡ ଏ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରୁ ନ ଥିଲା। ଦୁଇ ବର୍ଷ ତଳେ ସୁଇଜରଲାଣ୍ଡ ସହିତ ଏକ ବୈଠକ ଅନୁଷ୍ଠିତ ହେବା ପରେ ଏବେ ସେମାନେ ସୂଚନା ଦେଉଛନ୍ତି। ତେବେ ବାହାରେ ଥିବା ସବୁ ଟଙ୍କା ଯେ କଳାଧନ କହିବା ଠିକ୍‌ ନୁହେଁ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ନୋଟିସ ଦିଆଯିବ। ଯଦି ଆକାଉଣ୍ଟଧାରୀ ଜମା ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିଲେ ତେବେ ତା’ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପୂର୍ବରୁ ଏସ୍‌ଆଇଟିର ୭ଟି ବୈଠକ ଅନୁଷ୍ଠିତ ହୋଇସାରିଛି। ଅଦ୍ୟାବଧି ୬ଟି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ବେଳେ ୨ ମାସ ମଧ୍ୟରେ ସପ୍ତମ ରିପୋର୍ଟ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ବୈଠକରେ ପୋଲିସ ଡିଜି ଡା. ଆର୍‌.ପି. ଶର୍ମା, କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି, କମ୍ପାନୀ ପଞ୍ଜୀକରଣ ଅଧିକାରୀ, ସିବିଆଇ ଅଧିକାରୀ, ଆୟକର ଅଧିକାରୀ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ସୂଚନା ଥାଉ କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏସ୍‌ଆଇଟିର ଶେଷ ବୈଠକ ଗତ ବର୍ଷ ଜୁନ ୧୬ରେ ହୋଇଥିଲା। ଉକ୍ତ ବୈଠକରେ କଳାଧନରେ ମାଓବାଦୀମାନେ ସେମାନଙ୍କ ସାମ୍ରାଜ୍ୟକୁ ବିସ୍ତାର କରୁଥିବା ଆଲୋଚନା ହୋଇଥିଲା। ମୁଖ୍ୟତଃ ମାଓବାଦୀ ନେତାଙ୍କଠାରୁ ନାର୍କୋଟିକ୍‌ସ ଡ୍ରଗ୍‌ସ ଧରାହୋଇଥିବା ବେଳେ ସେମାନଙ୍କର ବହୁ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ପୂର୍ବ ବୈଠକରେ ନିଷ୍ପତ୍ତି ଅଗ୍ରଗତି ହୋଇଥିବା ଜଷ୍ଟିସ ପଶାୟତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ପର୍ଯ୍ୟଟନସ୍ଥଳୀରେ ବଢ଼ୁଛନ୍ତି ପର୍ଯ୍ୟଟକ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ନୟାଗଡ଼ ଜିଲାର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଛୋଟ ଆଭ୍ୟନ୍ତରୀଣ ଗ୍ରାମ ବଡ଼ମୂଳ ସମ୍ପର୍କରେ ଦିନେ କେହି ଶୁଣି ନ ଥିଲେ କି ଜାଣି...

ଆରମ୍ଭ ହେଲା ‘ଛେରାପହଁରା’

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ...

ବାତ୍ୟା ପାଇଁ ଦରବୃଦ୍ଧି: ଆଳୁ ୨୦ ଟପିଲା

ବାଲିଅନ୍ତା,୨୨ା୫(ଡି.ଏନ.ଏ): ରାଜ୍ୟରେ ଲକଡାଉନ, ଶଟ୍‌ଡାଉନ ଚାଲିଥିବାବେଳେ ଏବେ ପୁଣି ସମ୍ଭାବ୍ୟ ବାତ୍ୟା ଗରିବ ଓ ମଧ୍ୟବିତଙ୍କ ପାଇଁ ଦାଉ ସାଧିଛି। ଖାଇବାତେଲ ଓ ଡାଲି ଦର...

ଓଡ଼ିଆରେ ପଢ଼ାଯିବ ଇଞ୍ଜିନିୟରିଂ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆରେ ପଢ଼ାଯିବ ଇଞ୍ଜିନିୟରିଂ ଶିକ୍ଷା। ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ ଗ୍ରୀନ୍‌ ସିଗନାଲ୍‌ ମିଳିସାରିଛି। ତେବେ କେମିତି...

ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବତୀଯୁବକଙ୍କ ନିଯୁକ୍ତିକୁ ନେଇ ବିଧାନସଭାରେ ଉଦ୍‌ବେଗ: ବିଭିନ୍ନ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି ୨ଲକ୍ଷ ୨୬ ହଜାର

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ୨ ଲକ୍ଷ ୬୮ହଜାର ୪୫୧ ଜଣ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ରାଜ୍ୟ ଭିତରୁ ୨ଲକ୍ଷ ୨୬ ହଜାର...

ଖେଳିବାକୁ ଯାଇ ଫେରିନାହାନ୍ତି ଦ୍ୱିତୀୟ ଶ୍ରେଣୀ ଛାତ୍ର, ବଳି ସନ୍ଦେହ

ହାଟଡିହୀ,୨୫ା୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସୋସୋ ଥାନା ରୁଗୁଡ଼ିଆ(ଖଣି ବଜାର) ଗ୍ରାମର ଜଣେ ଦିତୀୟ ଶ୍ରେଣୀ ଛାତ୍ର ଖେଳିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି। ବାପା ବିଜୟ...

ତୈଳ, ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ଭୁବନେଶ୍ୱର,୯।୧୨(ବ୍ୟୁରୋ): ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରଣହୁଙ୍କାର ଦେଇଛି ବିଜେଡି। ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ବିଜେଡି ପକ୍ଷରୁ ବିଶାଳ ବାଇକ୍‌ ଶୋଭାଯାତ୍ରା କରାଯାଇଛି...

ତଣ୍ଟି ଚିପି ହତ୍ୟା କରି ଯୁବକଙ୍କୁ ଫିଙ୍ଗି ଦେଲେ

ଶେରଗଡ଼,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଗ୍ରାମରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆର ପଛପଟରୁ ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୃତ...

Advertisement
Archives

Model This Week