କଲଣ ହାଟରେ କରୋନା କଟକଣା ବାଟବଣା

ରସୁଲପୁର,୯।୪(ଡିଏନଏ)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି। କରୋନା ପାଇଁ ହାଟଗୁଡିକ ଉପରେ ପ୍ରଶାସନ ବିଶେଷ ଦୃଷ୍ଟି ଦେଉଛି। ପ୍ରଶାସନ ହାଟରେ ସାମାଜିକ ଦୂରତା ଓ ସଂଗରୋଧକୁ ଠିକ୍‌ଭାବେ ପରିଚାଳନା କରିବା ପାଇଁ ପ୍ରୟାସ କରି ନୟାନ୍ତ ହେଲାଣି। ଗାଁ ଗହଳିରେ ଥିବା ହାଟଗୁଡିକରେ ଏବେ ବି କରୋନା କଟକଣା ପାଳନ ହେଉ ନ ଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଏହି ବ୍ଲକ କଲଣ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି। ଗୁରୁବାର ସକାଳେ ବସିଥିବା ଏହି ହାଟରେ ସାମାଜିକ ଦୂରତା, ସଂଗରୋଧ, ମୁହଁରେ ମାସ୍କ ନ ପିନ୍ଧିବା, ହାଟକୁ ବାଇକରେ ଆସିବା ଭଳି ଆଇନ ଉଲ୍ଲଂଘନ ହୋଇଛି। ତେଣେ ପ୍ରଶାସନିକ ଅଧିକାରୀମାନେ ବ୍ରହ୍ମବରଦା ଅଞ୍ଚଳ ପାଇଁ ଅଧିକ ସମୟ ଦେଉଛନ୍ତି। ଏହି ଅବସରରେ ଗାଁ ଗହଳିର ହାଟ ପ୍ରତି ବିଶେଷ ନଜର ରହିପାରୁ ନାହିଁ ବୋଲି କୁହାଯାଉଛି। ଏହାକୁ ସୁଯୋଗ ବୋଲି ମନେକରି ଆଖପାଖ ଅଞ୍ଚଳର ଚାଷୀ ଓ ବ୍ୟବସାୟୀମାନେ ବେପାର କରିବାର ସୁଯୋଗ ସୃଷ୍ଟି କରୁଛନ୍ତି। ମାତ୍ର ବେପାର କରିବା ସମୟରେ କରୋନା କଟକଣାକୁ ସମ୍ପୂର୍ଣ୍ଣଭାବେ ଅଣଦେଖା କରୁଛନ୍ତି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। କଲଣଠାରୁ ମାତ୍ର ୪ କି.ମି. ଦୂରରେ ବାରବାଟୀ ଦୈନିକ ପରିବା ହାଟ ଥିବାବେଳେ ଏଭଳି ଏକ ଘଡସନ୍ଧି ମୁହୂର୍ତ୍ତରେ କଲଣ ଭଳି ଏକ ଗ୍ରାମାଞ୍ଚଳ ହାଟରେ କାହିଁକି ରୋକ ଲଗାଯାଉ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ଏହି ସାପ୍ତାହିକ ହାଟ ସୋମବାର ଓ ଗୁରୁବାର ବସୁଥିବାବେଳେ ସକାଳୁ ହାଟରେ କରୋନା କଟକଣା ପାଳନ ହେଉ ନ ଥିବା ଦେଖି କୁଆଖିଆ ପୋଲିସ ହାଟସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ଘଉଡାଇ ଥିଲା ଏବଂ ହାଟକୁ ନିକଟସ୍ଥ ପଡିଆକୁ ସ୍ଥାନାନ୍ତର କରିଥିଲା। ପରବର୍ତ୍ତୀ ସମୟରେ ଯଦି ସାମାଜିକ ଦୂରତା, ସଂଗରୋଧ ଆଦି କଟକଣା ପାଳନ ନ ହୁଏ ତେବେ ହାଟ ବନ୍ଦ କରିଦିଆଯିବ ବୋଲି ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri