କର୍ମଚାରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ନ ଦେଲେ ଗଡିବନି ବସ୍‌

ଜୟପୁର,୨୮ା୫(ଡି.ଏନ.ଏ./ନି.ପ୍ର. )- ଯାତ୍ରୀବାହୀ ବସ୍‌ ଚଳାଚଳ ଆସନ୍ତା ୧ରୁ ଚାଲିବ। ଏନେଇ ରାଜ୍ୟସଂଘ ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଛି। ବିଭିନ୍ନ ଘୋରଇ ବସ୍‌ ମାଲିକ ସଂଘ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କୋରାପୁଟ ଜିଲା ଜୟପୁର ଘରୋଇ ବସ୍‌ରେ କାର୍ଯ୍ୟରତ ଡ୍ରାଇଭର, କଣ୍ଡକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହେବେ। ତେବେ ବସ୍‌ରେ ଯାତ୍ରା ବେଳେ କେହି କରୋନା ଆକ୍ରାନ୍ତ ଯାତ୍ରୀ ମଧ୍ୟ ଯାତ୍ରା କରିବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଘରୋଇ ବସ୍‌ ଚଳାଚଳ ପୂର୍ବରୁ ମାଲିକମାନଙ୍କ ପକ୍ଷରୁ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ କ୍ଷତିପୂରଣ ବ୍ୟବସ୍ଥା କରାଯାଉ ବୋଲି ବସ୍‌ କର୍ମଚାରୀମାନେ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିପ୍ରତି ଅଣଦେଖା କରାଗଲେ ବସ୍‌ ଚଳାଚଳ ବନ୍ଦ କରାଯିବ। ଏହି ସମୟରେ କାର୍ଯ୍ୟରତ କୌଣସି ବସ୍‌ କର୍ମଚାରୀଙ୍କ କାରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ନେଇ ବ୍ୟବସ୍ଥା କରାଯାଉ ବୋଲି କର୍ମଚାରୀମାନେ ଦାବି କରିଛନ୍ତି। ଏଥିରେ ଆକ୍ରାନ୍ତ ହେଲେ ରୋଗରୁ ମୁକ୍ତ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀଙ୍କ ପରିବାର ଭରଣପୋଷଣ ପାଇଁ ମାଲିକଙ୍କ ପକ୍ଷରୁ ମାସକୁ ୩୦ ହଜାର ଟଙ୍କାର ସହାୟତା ରାଶି ଦେବାକୁ ଦାବି କରିଛନ୍ତି ା ସେହିପରି ସରକାରଙ୍କ ପକ୍ଷରୁ ଘରୋଇ ବସ୍‌ ଚଳାଚଳରେ ନିୟୋଜିତ କର୍ମଚାରୀଙ୍କୁ କାରୋନା ଯୋଦ୍ଧା ଘୋଷଣା କରାଯିବା ସହିତ କାହାର ଯଦି ମୃତ୍ୟୁ ହୁଏ ତେବେ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଏହି କର୍ମଚାରୀମାନେ ଦାବି କରିଛନ୍ତି ା ସ୍ଥାନୀୟ ଟିକେଟ କାଉଣ୍ଟର କର୍ମଚାରୀ ସଂଘର କାର୍ଯ୍ୟାଳୟରେ ହୋଇଥିବା ଏହି ଖବରଦାତା ସମ୍ମିଳନୀରେ ଶିବରାମ ବେହେରା. ରାଜୀବ ଟାକ୍ରି, ରମେଶ ଚନ୍ଦ୍ର ପାତ୍ର, ଅଭୟ ନାୟକ, ସନ୍ତୋଷ ହନ୍ତାଳ, ବାବୁଲା ନାୟକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?